ଲକଡାଉନ ସମୟରେ EMI ପରିଶୋଧ କରିଥିବା ଲୋକଙ୍କ ପାଇଁ ବଡ ଖବର! କ୍ୟାସବ୍ୟାକ୍ ଆସିବା ଆରମ୍ଭ କଲା

RBI ଗତ ସପ୍ତାହରେ ଦେଶର ସମସ୍ତ ବ୍ୟାଙ୍କକୁ କହିଥିଲା ଯେ କରୋନା ମହାମରୀ ସଙ୍କଟ ମଧ୍ୟରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ନେଇଥିବା ବ୍ୟକ୍ତିଙ୍କୁ ଓ ଯେଉଁମାନେ କିସ୍ତି ଠିକ ସମୟରେ ପରିଶୋଧ କରିଛନ୍ତି ସେମାନଙ୍କୁ କ୍ୟାସବ୍ୟାକ୍ ଦିଆଯାଉ ।

ଲକଡାଉନ ସମୟରେ EMI ପରିଶୋଧ କରିଥିବା ଲୋକଙ୍କ ପାଇଁ ବଡ ଖବର! କ୍ୟାସବ୍ୟାକ୍ ଆସିବା ଆରମ୍ଭ କଲା
ଲକଡାଉନ ସମୟରେ EMI ପରିଶୋଧ କରିଥିବା ଲୋକଙ୍କ ପାଇଁ ବଡ ଖବର!
  • News18 Odia
  • Last Updated: November 5, 2020, 9:54 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଦେଶର ସମସ୍ତ ବ୍ୟାଙ୍କ ଲୋନ ମୋରାଟରିୟମର (Loan Moratorium) ସୁବିଧା ନେଇଥିବା ବ୍ୟକ୍ତିଙ୍କଠାରୁ ଆଦାୟ କରିଥିବା ସୁଧ ଉପରେ ସୁଧକୁ ଫେରସ୍ତ କରିବା ଆରମ୍ଭ କରିଛନ୍ତି । ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନରୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ନେଇଥିବା ବ୍ୟକ୍ତିଗତ ଋଣଗ୍ରହୀତା କିମ୍ବା କ୍ଷୁଦ୍ର ବ୍ୟବସାୟୀଙ୍କୁ ଆଜିଠାରୁ କ୍ୟାସବ୍ୟାକ୍ ଯିବା ଆରମ୍ଭ କରିଛି ।ବ୍ୟାଙ୍କଗୁଡିକ ସେମାନଙ୍କୁ ମଧ୍ୟ ଫେରସ୍ତ କରୁଛନ୍ତି ଯେଉଁମାନେ ଲୋନ ମୋରାଟରିୟମ ସୁବିଧା ପାଇନାହାଁନ୍ତି ।

ଗୋଟିଏ ଦିନ ପୂର୍ବରୁ ବ୍ୟାଙ୍କଗୁଡ଼ିକ କାର୍ଯ୍ୟକାରୀ କରିଥିଲେ ସୁଧ ଛାଡ ଯୋଜନା
କରୋନା ସଙ୍କଟକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗତ ସପ୍ତାହରେ ଦେଶର ସମସ୍ତ ବ୍ୟାଙ୍କକୁକହିଥିଲା ଯେ କରୋନା ଭାଇରସ୍ ସଙ୍କଟ ମଧ୍ୟରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ନେଇଥିବା ବ୍ୟକ୍ତିଙ୍କୁ ଓ ଯେଉଁମାନେ କିସ୍ତି (EMI) ଠିକ ସମୟରେ ପରିଶୋଧ କରିଛନ୍ତି ସେମାନଙ୍କୁ କ୍ୟାସବ୍ୟାକ୍ ଦିଆଯାଉ । ବ୍ୟାଙ୍କଗୁଡ଼ିକୁ ୫ ନଭେମ୍ବର ୨୦୨୦ ରୁ ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଥିଲା ।

ଏହା ବି ପଢ଼ନ୍ତୁ | ‘‘ପାକିସ୍ତାନ ଚୀନ୍ ସହ କେଉଁ ଦିନ ଭାରତ ଯୁଦ୍ଧ କରିବ ତାହା ମୋଦୀ ଠିକ୍ କରିସାରିଛନ୍ତି,’’ କହିଲେ UP BJP ଅଧ୍ୟକ୍ଷ

ବାସ୍ତବରେ କରୋନା ସଙ୍କଟ ମଧ୍ୟରେ ଆରବିଆଇ ମାର୍ଚ୍ଚ ୨୦୨୦ ରେ ଋଣ ନେଇଥିବା ଲୋକମାନଙ୍କୁ ୩ ମାସ ପାଇଁ ଋଣ କିମ୍ବା କ୍ରେଡିଟ କାର୍ଡର ମାସିକ କିସ୍ତି ପରିଶୋଧ ନକରିବାକୁ ସାମୟିକ ଭାବରେ ଅନୁମତି ଦେଇଥିଲା । ଏହି ଅବଧି ୩୧ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

ସୁଧ ଛାଡ ଯୋଜନାରେ ୮ ପ୍ରକାରର ଋଣ ଅନ୍ତର୍ଭୁକ୍ତ

ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଉପରେ କେନ୍ଦ୍ର ସରକାର ଯୌଗିକ ସୁଧ ଓ ଲୋନ ମୋରାଟରିୟମ ଅବଧି ମଧ୍ୟରେ ଚାର୍ଜ ହୋଇଥିବା ସରଳ ସୁଧ ମଧ୍ୟରେ ପାର୍ଥକ୍ୟ ଫେରସ୍ତକୁ ଅନୁମୋଦନ କରିଛନ୍ତି । ଏହା ପରେ କେନ୍ଦ୍ରୀୟ ବ୍ୟାଙ୍କ ଗତ ସପ୍ତାହରେ ସମସ୍ତ ବ୍ୟାଙ୍କ ଏବଂ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀଗୁଡ଼ିକୁ ନଭେମ୍ବର ୫ ତାରିଖରୁ ସୁଧ ଛାଡ଼ ଯୋଜନା କାର୍ଯ୍ୟକାରୀ କରିବାକୁ କହିଥିଲେ । ଯାହା ୪ ନଭେମ୍ବରରୁ ସମସ୍ତ ଋଣଣଦାତାମାନଙ୍କ ଦ୍ୱାରା ଲାଗୁ କରାଯାଇଥିଲା ।

ଏହା ବି ପଢ଼ନ୍ତୁ | News18 ଓଡ଼ିଆର ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ ଆଉ ନାହାନ୍ତି; କରୋନା ସହ ଲଢ଼ି ହାରିଗଲେ ଯୋଦ୍ଧା

ସୁଧ ଛାଡ ଯୋଜନା ଅଧୀନରେ ୮ଟି ବର୍ଗରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣକୁ ଅନ୍ତର୍ଭୂକ୍ତ କରାଯାଇଛି । ଏଥିମଧ୍ୟରେ ଏମଏସଏମଇ ଋଣ, ଶିକ୍ଷା ଋଣ, ଗୃହ ଋଣ, ଉପଭୋକ୍ତା ସ୍ଥାୟୀ ଋଣ, କ୍ରେଡିଟ କାର୍ଡ ଦେୟ, ଅଟୋ ଋଣ, ବ୍ୟକ୍ତିଗତ ଏବଂ ବୃତ୍ତିଗତ ଋଣ ଓ ବ୍ୟବହାର ଋଣ ଅନ୍ତର୍ଭୁକ୍ତ ରହିଛି । ଏଥିରେ କୃଷି ଓ ଏହା ସହିତ ଜଡିତ ଋଣ ଅନ୍ତର୍ଭୁକ୍ତ କରଯାଇ ନାହଁ ।

ସରକାରଙ୍କ ରାଜକୋଷରୁ ପ୍ରାୟ ୭,୦୦୦ କୋଟି ଟଙ୍କା ପ୍ରଭାବିତ ହେବ
ସୁଧ ଛାଡ ଯୋଜନା ସେହି ଲୋକମାନଙ୍କୁ ମିଳିବ ଯେଉଁମାନେ ୨୯ ଫେବୃଆରୀ ୨୦୨୦ ପର୍ଯ୍ୟନ୍ତ କେବେ ବି ଡିଫଲ୍ଟ ହୋଇନାହାଁନ୍ତି । ଅର୍ଥ ମନ୍ତ୍ରଣାଳୟ ଅନୁଯାୟୀ ଏହି ସୁବିଧା ୧ ମାର୍ଚ୍ଚ ରୁ ୩୧ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ଲୋନ ମୋରାଟରିୟମ ଉପରେ ଉପଲବ୍ଧ ହେବ । ଏହାର ପ୍ରଭାବ କେନ୍ଦ୍ର ସରକାରଙ୍କ ରାଜକୋଷ ଉପରେ ପ୍ରାୟ ୭୦୦୦ କୋଟି ଟଙ୍କା ହେବ ।



ସରକାର ସ୍ପଷ୍ଟ ଭାବେ କହିଛନ୍ତି, 'ଯଦି ଜଣେ ଋଣ ନେଇଥିବା ବ୍ୟକ୍ତି ଲୋନ ମୋରାଟରିୟମ ସୁଯୋଗ ନେଇନାହାଁନ୍ତି ଓ କିସ୍ତି ଠିକ୍ ସମୟରେ ଦେଇଥା’ନ୍ତି, ତେବେ ସେମାନେ ବ୍ୟାଙ୍କରୁ କ୍ୟାସବ୍ୟାକ୍ ପାଇବେ । ଏହି ଯୋଜନା ଅଧୀନରେ ଏପରି ଋଣଦାତାମାନେ କମ୍ପାଉଣ୍ଡ୍ ସୁଧରେ ୬ ମାସର ସରଳ ସୁଧର ବ୍ୟବଧାନରେ କ୍ୟାସବ୍ୟାକ୍ ପାଇବେ ।
Published by: Jagdish Barik
First published: November 5, 2020, 9:49 AM IST
corona virus btn
corona virus btn
Loading