SBI ଗ୍ରାହକଙ୍କ ପାଇଁ ବଡ଼ ଖବର! ବ୍ୟାଙ୍କର ନୂତନ ସ୍କିମ୍ ମାଧ୍ୟମରେ ଘରେ ବସି ଶସ୍ତା କରନ୍ତୁ ନିଜର EMI

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗୃହ ଋଣ (Home Loan) ଓ ଅଟୋ ଋଣ (Auto Loan) ଭଳି ରିଟେଲ ଋଣର ପୁନର୍ଗଠନ ପାଇଁ ଏକ ଅନଲାଇନ୍ ପୋର୍ଟାଲ୍ ଲଞ୍ଚ କରିଛି । ଏହା ଦ୍ୱାରା ଗ୍ରାହକଙ୍କୁ ନିଜର ଋଣ ପୁନର୍ଗଠନ କରିବାକୁ ସହଜ କରିବ । ଏହାକୁ ଭିଜିଟ କରି ଗ୍ରାହକମାନେ ମଧ୍ୟ ଦେଖିପାରିବେ ଯେ ସେମାନଙ୍କର ଋଣ ପୁନର୍ଗଠନ ହୋଇପାରିବ କି ନାହିଁ ।

SBI ଗ୍ରାହକଙ୍କ ପାଇଁ ବଡ଼ ଖବର! ବ୍ୟାଙ୍କର ନୂତନ ସ୍କିମ୍ ମାଧ୍ୟମରେ ଘରେ ବସି ଶସ୍ତା କରନ୍ତୁ ନିଜର EMI
SBI ଋଣର ପୁନର୍ଗଠନ ପାଇଁ ଏକ ଅନଲାଇନ୍ ପୋର୍ଟାଲ୍ ଲଞ୍ଚ କରିଛି
  • News18 Odia
  • Last Updated: September 22, 2020, 11:03 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର (RBI) ନିର୍ଦ୍ଦେଶ ଅନୁଯାୟୀ ଋଣ ପୁନଃଗଠନ ନୀତି ପ୍ରଣୟନ କରିଛି । ଏହାର ଉଦ୍ଦେଶ୍ୟ ହେଉଛି COVID-୧୯ ର ପ୍ରଭାବରୁ ବ୍ୟାଙ୍କର ଖୁଚୁରା ଋଣଗ୍ରହୀତାଙ୍କୁ ଆରାମ ଦେବା । ଋଣ ପୁନର୍ଗଠନ ନୀତି କାର୍ଯ୍ୟକାରୀ କରିବାକୁ ସୋମବାର ଏସବିଆଇ ଏକ ଅନଲାଇନ୍ ପୋର୍ଟାଲ୍ ଲଞ୍ଚ କରିଛି। ଋଣର ପୁନର୍ଗଠନ ପଲିସି ଲାଗୁ କରିବା ପାଇଁ SBI ସୋମବାରକୁ ଏକ ଅନଲାଇନ ପୋର୍ଟାଲ ଲଞ୍ଚ କରିଛି । ଗ୍ରାହକ ବ୍ୟାଙ୍କର ପୋର୍ଟାଲ https://bank.sbi/ କିମ୍ବା https://sbi.co.in ମାଧ୍ୟମରେ ଘରେ ବସି ଜାଣିପାରିବେ ତାଙ୍କର ଅଟୋ ଲୋନ କିମ୍ବା ଗୃହ ଲୋନ ପୁନର୍ଗଠନ ହୋଇପାରିବ କି ନାହିଁ ।

ପୁନର୍ଗଠନ ଯୋଗ୍ୟତା ଜାଣିବା ପାଇଁ ଆୟ ବିବରଣୀ ଦେବାକୁ ପଡିବ
ଏସବିଆଇ କହିଛି ଯେ ଏହି ପୋର୍ଟାଲ ମାଧ୍ୟମରେ ଗୃହ ଋଣ ଓ ଅଟୋ ଋଣ ପରି ରିଟେଲ ଋଣର ପୁନର୍ଗଠନ ଅତି ସହଜରେ ହୋଇପାରିବ । ଗ୍ରାହକମାନଙ୍କୁ ଋଣର ପୁନର୍ଗଠନ ବିଷୟରେ ଜାଣିବାକୁ ହେଲେ ସେମାନଙ୍କୁ କେବଳ ଆୟର ବିବରଣୀ ପ୍ରଦାନ କରିବାକୁ ପଡିବ । ଆରବିଆଇର ଋଣ ପୁନର୍ଗଠନ ଢାଞ୍ଚା ଅନୁଯାୟୀ ସେହି ଋଣଗ୍ରହୀତା, ଯାହାର ଋଣ ଖାତା ମାନକ ବର୍ଗରେ ଥାଏ ସେମାନେ ଋଣ ପୁନର୍ଗଠନ ପାଇଁ ଯୋଗ୍ୟ ଅଟନ୍ତି । ଏଥିରେ ସେହି ଗ୍ରାହକମାନେ ଆସିବେ ଯେଉଁମାନେ ମାର୍ଚ୍ଚ ୧, ୨୦୨୦ ପର୍ଯ୍ୟନ୍ତ ଋଣ ଦେୟରେ ୩୦ ଦିନ କିମ୍ବା ଅଧିକ ଡିଫଲ୍ଟ କରିନାହାଁନ୍ତି । ଏଥିସହ ଯାହାର ଆୟ କରୋନା ସଙ୍କଟ ଦ୍ୱାରା ପ୍ରଭାବିତ ହୋଇଛି ସେମାନେ ମଧ୍ୟ ଏହାର ଅଧୀନରେ ଆସିବେ ।

ଷ୍ଟେଟ ବ୍ୟାଙ୍କର ଏହି ପୋର୍ଟାଲ ମାଧ୍ୟମରେ ଗ୍ରାହକମାନେ ମଧ୍ୟ ନିଜର ଋଣ ମନିଟରିୟମ ପାଇଁ ଅନୁରୋଧ କରିପାରିବେ । ଏହା ଅଧୀନରେ ଏକ ମାସରୁ ୨୪ ମାସ ପର୍ଯ୍ୟନ୍ତ ମନିଟରିୟମ ଅନୁରୋଧ କରାଯାଇପାରିବ। କେବଳ ଏତିକି ନୁହେଁ ଗ୍ରାହକମାନେ ଏହି ପୋର୍ଟାଲ ମାଧ୍ୟମରେ ଋଣର ଅବଧି ବୃଦ୍ଧି କରିବାକୁ ମଧ୍ୟ ଅନୁରୋଧ କରିପାରିବେ । ବ୍ୟାଙ୍କଗୁଡିକ ସେମାନଙ୍କର ବ୍ୟକ୍ତିଗତ ଗ୍ରାହକଙ୍କୁ ଋଣ ପୁନ ପୁନର୍ଗଠନ ବିକଳ୍ପ ଦେବାକୁ ଅନୁମତି ଦେଇଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାଙ୍କଗୁଡ଼ିକୁ ୧୫ ସେପ୍ଟେମ୍ବର ୨୦୨୦ ସୁଦ୍ଧା ଋଣ ପୁନର୍ଗଠନ ଯୋଜନା ଆରମ୍ଭ କରିବାକୁ କହିଥିଲେ ।

>> ପୋର୍ଟାଲରେ ଲଗ୍ ଇନ୍ କରିବା ପରେ ଏସବିଆଇର ରିଟେଲ ଗ୍ରାହକଙ୍କୁ ଆକାଉଣ୍ଟ ନମ୍ବର ଏଣ୍ଟ୍ରି କରିବାକୁ ପଡିବ

>> OTP ବୈଧତା ସମାପ୍ତ ହେବା ପରେ ଓ କିଛି ଆବଶ୍ୟକୀୟ ସୂଚନା ସନ୍ନିବେଶ କରିବା ପରେ ଗ୍ରାହକମାନେ ଋଣର ପୁନର୍ଗଠନ ପାଇଁ ନିଜର ଯୋଗ୍ୟତା ଜାଣିପାରିବେ ଓ ଏକ ରେଫରେନ୍ସ ନମ୍ବର ମଧ୍ୟ ମିଳିବ ।

>> ରେଫରେନ୍ସ ନମ୍ବର ୩୦ ଦିନ ପାଇଁ ବୈଧ ରହିବ । ଏହି ସମୟ ମଧ୍ୟରେ ଗ୍ରାହକ ଆବଶ୍ୟକୀୟ ଔପଚାରିକତା ପୂରଣ କରିବାକୁ ବ୍ୟାଙ୍କ ଶାଖା ପରିଦର୍ଶନ କରିପାରିବେ ।

>> ଶାଖାରେ ଡକ୍ୟୁମେଣ୍ଟ ଯାଞ୍ଚ ଓ ଡକ୍ୟୁମେଣ୍ଟ କାର୍ଯ୍ୟକାରୀ ହେବା ପରେ ଋଣର ପୁନର୍ଗଠନ ପ୍ରକ୍ରିୟା ସମାପ୍ତ ହେବ ।
Published by: Jagdish Barik
First published: September 22, 2020, 11:03 AM IST
corona virus btn
corona virus btn
Loading