ପେନସନଭୋଗୀଙ୍କ ପାଇଁ ବଡ ଖବର; ଏହି ଘୋଷଣା କଲେ ସରକାର !

ଯଦି ଆପଣ ମଧ୍ୟ ପେନସନର ଲାଭ ଉଠାଉଛନ୍ତି, ତେବେ ଆପଣ ମଧ୍ୟ ଏହି ଲାଭର ଭାଗିଦାରୀ ହେବେ ।

ପେନସନଭୋଗୀଙ୍କ ପାଇଁ ବଡ ଖବର; ଏହି ଘୋଷଣା କଲେ ସରକାର !

ପେନସନଭୋଗୀଙ୍କ ପାଇଁ ବଡ ଖବର; ଏହି ଘୋଷଣା କଲେ ସରକାର !

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

Pension Scheme Latest News; ପେନସନ ଭୋଗୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ସୂଚନା । ଯଦି ଆପଣ ମଧ୍ୟ ପେନସନର ଲାଭ ଉଠାଉଛନ୍ତି, ତେବେ ଆପଣ ମଧ୍ୟ ଏହି ଲାଭର ଭାଗିଦାରୀ ହେବେ । କେନ୍ଦ୍ରୀୟ ବଜେଟ୍ ୨୦୨୩-୨୪ ରେ, ୱାନ୍ ରାଙ୍କ୍ ୱାନ୍ ପେନସନ (OROP) ଯୋଜନା ଅନ୍ତର୍ଗତ ସଶସ୍ତ୍ର ବାହିନୀର ପେନସନ ଭୋଗୀ ଓ ପରିବାର ପେନସନଭୋଗୀଙ୍କ ସଂଶୋଧନ ତଥା ସମସ୍ତ ଆବଶ୍ୟକତା ପୂରଣ ପାଇଁ ୨୮,୧୩୮ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ପେନସନ ପାଉଥିବା ଲୋକମାନେ ଏଥିରୁ ବଡ଼ ଲାଭ ପାଇବେ ।

କେତେ ପାଣ୍ଠି ଆବଣ୍ଟନ କରାଯାଇଥିଲା ?

୨୦୨୨-୨୩ ଆର୍ଥିକ ବର୍ଷରେ ୩,୫୮୨.୫୧ କୋଟି ଟଙ୍କା ତୁଳନାରେ ୨୦୨୩-୨୪ ଆର୍ଥିକ ବର୍ଷରେ ୫,୪୩୧.୫୬ କୋଟି ଟଙ୍କା ବଜେଟ୍ ଆକଳନ ସହିତ ପୂର୍ବତନ ସୈନିକ ଯୋଗଦାନ ସ୍ୱାସ୍ଥ୍ୟ ଯୋଜନା (ECHS) ପାଇଁ ବଜେଟ୍ ଆବଣ୍ଟନ ବୃଦ୍ଧି କରାଯାଇଛି।

ବିବୃତ୍ତିରେ କୁହାଯାଇଛି କି ୨୦୨୩-୨୪ ଆର୍ଥିକ ବର୍ଷରେ ପ୍ରତିରକ୍ଷା ପେନସନ ବଜେଟରେ ୧୫.୫ ପ୍ରତିଶତ ବୃଦ୍ଧି ଘଟିଛି । ସଂପୂର୍ଣ୍ଣ ଦୃଷ୍ଟିରୁ, ଏହି ପରିମାଣ ୨୦୨୩-୨୪ରେ ୧,୩୮,୨୦୫ କୋଟି ଟଙ୍କା ହେଉଥିବାବେଳେ ୨୦୨୨-୨୩ ରେ ଏହି ପରିମାଣ ୧,୧୯,୬୯୬ କୋଟି ଟଙ୍କା ଥିଲା ।

ଆବଶ୍ୟକତା ପୂରଣ ହେବ

ଏଥିସହ ୨୦୨୨-୨୩ ଆବଣ୍ଟନରେ ୧,୫୩,୪୧୫ କୋଟିରେ ୨୮ ପ୍ରତିଶତ ବୃଦ୍ଧି ଘଟିଛି, ଯାହା ହେଉଛି ୩୩,୭୧୮ କୋଟି ଟଙ୍କା । ୱାନ୍ ରାଙ୍କ୍ ୱାନ୍ ପେନସନ୍ (OROP) ଅଧୀନରେ ସଶସ୍ତ୍ର ବାହିନୀର ପେନ୍‌ସନ୍‌ଭୋଗୀ / ପରିବାର ପେନ୍‌ସନ୍‌ଭୋଗୀଙ୍କ ସଂଶୋଧନ ହିସାବରେ ଆବଶ୍ୟକତା ପୂରଣ କରିବା ପାଇଁ ଏଥିରେ ୨୮,୧୩୮ କୋଟି ଟଙ୍କା ଅନ୍ତର୍ଭୂକ୍ତ କରାଯାଇଛି ।

ଏହି ଖବର ପଢ଼ନ୍ତୁ - http://ଅଭିନେତା ପିଣ୍ଟୁଙ୍କୁ କିଏ ଦେବ ଲିଭର ? ମିଳିବା ପରେ ହେବ ଟ୍ରାନ୍ସପ୍ଲାଣ୍ଟ !
Published by:Soubhagya Mishra
First published: