News18 Odia Digital
ନୂଆ ଦିଲ୍ଲୀ: ଯେଉଁ ବ୍ୟବସାୟୀମାନେ ଦ୍ରବ୍ୟ ଓ ସେବା କର ଅଧୀନରେ GST ପଞ୍ଜୀକରଣ ପାଇଁ ଆବେଦନ କରିବା ସମୟରେ ସେମାନଙ୍କର ଆଧାର ନମ୍ବର ଦେବେ, ସେମାନଙ୍କୁ ତିନିଟି କାର୍ଯ୍ୟ ଦିବସରେ ଏହା ମଞ୍ଜୁରୀ ମିଳିଯିବ । କେନ୍ଦ୍ରୀୟ ବୋର୍ଡ ଅଫ୍ ପରୋକ୍ଷ ଟିକସ ଏବଂ କଷ୍ଟମ୍ସ (CBIC) ଗତ ସପ୍ତାହରେ ଜିଏସ୍ଟି ପଞ୍ଜୀକରଣ ପାଇଁ ଆଧାର ପ୍ରାମାଣିକିକରଣକୁ ସୂଚିତ କରିଛି, ଯାହା ୨୧ ଅଗଷ୍ଟ ୨୦୨୦ ଠାରୁ କାର୍ଯ୍ୟକାରୀ ହେବ । ବିଜ୍ଞପ୍ତି ଅନୁଯାୟୀ ଯଦି ବ୍ୟବସାୟୀମାନେ ଆଧାର ନମ୍ବର ପ୍ରଦାନ ନକରନ୍ତି, ତେବେ ସେମାନଙ୍କୁ କେବଳ ଶାରୀରିକ ଯାଞ୍ଚ ପରେ ଜିଏସ୍ଟି ପଞ୍ଜିକରଣ ଦିଆଯିବ । ଅର୍ଥ ମନ୍ତ୍ରଣାଳୟର ସୂତ୍ରରୁ ପ୍ରକାଶ ଯେ ୧୪ ମାର୍ଚ୍ଚ ୨୦୨୦ ରେ ଅନୁଷ୍ଠିତ ଜିଏସଟି ପରିଷଦର ୩୯ତମ ବୈଠକରେ ଆଧାର ପ୍ରାମାଣିକରଣ ଆଧାରରେ ନୂତନ ଟିକସଦାତାଙ୍କ ପାଇଁ ଜିଏସ୍ଟି ପଞ୍ଜିକରଣ ଅନୁମୋଦନ କରାଯାଇଥିଲା ।
ତେବେ କୋଭିଡ -୧୯ ମହାମାରୀ ପାଇଁ ଲାଗୁ ହୋଇଥିବା ଲକଡାଉନ ଯୋଗୁଁ ଏହାର କାର୍ଯ୍ୟକାରିତା ସ୍ଥଗିତ ରଖାଗଲା । ସୂତ୍ରରୁ ଜଣାପଡିଛି ଯେ ଶାରୀରିକ ଯାଞ୍ଚ କ୍ଷେତ୍ରରେ ଏହା ୨୧ କାର୍ଯ୍ୟଦିବସ କିମ୍ବା ଅଧିକ ସମୟ ନେଇପାରେ ।
ଯଦି GST ସମୟରେ ଜଣେ ନିଜର ଆଧାର ନମ୍ବର ତେବେ ତୁରନ୍ତ ଅନୁମୋଦନ ସମସ୍ତ ଭାରତୀୟ ନାଗରିକଙ୍କୁ ମିଳିପାରିବ । ଟିକସଦାତା, ଟିକସ ସଂଗ୍ରହକାରୀ, ଅନଲାଇନ୍ ସୂଚନା ଡାଟାବେସ୍ ପ୍ରବେଶ ଓ ପୁନରୁଦ୍ଧାର ସେବା (OIDAR), ଟିକସଦାତା ଓ ଅଣ-ବାସିନ୍ଦା ଟିକସଦାତାଙ୍କ ପାଇଁ ସ୍ୱତନ୍ତ୍ର ପରିଚୟ ସଂଖ୍ୟା (UIN) ପାଇଁ ଏହା ଆବଶ୍ୟକ ନୁହେଁ । ଏହି ସୁବିଧା ବିଷୟରେ ଅଧିକ ସୂଚନା ପାଇଁ GST ପୋର୍ଟାଲର ସମ୍ବାଦ ଅପଡ଼େଟ ବିଭାଗ ପରିଦର୍ଶନ କରନ୍ତୁ ।
ଉଭୟ ମାମଲାରେ, ସମ୍ପୃକ୍ତ ଅଧିକାରୀ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କାର୍ଯ୍ୟ କରିବା ଆବଶ୍ୟକ - ଯେଉଁମାନେ ଆଧାର ପ୍ରାମାଣିକରଣ ପାଇଁ ଚୟନ କରନ୍ତି ସେମାନଙ୍କ ପାଇଁ ୩ ଦିନ ଓ ଆଧାର ପ୍ରାମାଣିକରଣ ନଥିବା ବ୍ୟକ୍ତିଙ୍କ ପାଇଁ ୨୧ ଦିନ ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।