News18 Odia Digital
ନୂଆ ଦିଲ୍ଲୀ: ଭାରତର ବୃହତ୍ତମ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ନିଜ ଗ୍ରାହକ ମାନଙ୍କୁ ଏକ ବଡ଼ ଉପହାର ଦେଇଛି । ସେଭିଂ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିବା ଓ SMS ଚାର୍ଜ ଏବେ ଠାରୁ ଗ୍ରାହକଙ୍କ ଆକାଉଣ୍ଟରୁ କାଟିବ ନାହିଁ ବୋଲି ବ୍ୟାଙ୍କ ସୂଚନା ଦେଇଛି । ବ୍ୟାଙ୍କ ଏହି ସେବାକୁ ସମ୍ପୁର୍ଣ୍ଣ ଦେୟ ମୁକ୍ତ କରିଛି ।
ଲାଇଭ ମେଣ୍ଟର(Live Mint) ଖବର ଅନୁଯାୟୀ ଏସବିଆଇ(SBI) ସଞ୍ଚୟ ଆକାଉଣ୍ଟଧାରୀଙ୍କ ପାଇଁ ଏହା ଏକ ଖୁସି ଖବର ବୋଲି ଏସବିଆଇ ଆଜି ଟ୍ୱିଟ୍ କରିଛି । ଆପଣ ଯଦି SBI ଗ୍ରାହକ ହୋଇଥାନ୍ତି ତେବେ ଆପଣଙ୍କର SMS ସେବା ଓ ମାସିକ ସର୍ବନିମ୍ନ ବାଲାନ୍ସ ନ ରଖିବା ପାଇଁ କୌଣସି ଚାର୍ଜ ଲାଗିବ ନାହିଁ । ଏସବିଆଇର ୪୪ କୋଟିରୁ ଅଧିକ ସେଭିଂ ଆକାଉଣ୍ଟଧାରୀ ଏହି ସୁବିଧା ପାଇ ପାରିବେ ।
ଏହି ସୁବିଧା ସମସ୍ତ ଏସବିଆଇ ସେଭିଂ ଆକାଉଣ୍ଟରେ ଉପଲବ୍ଧ କି, ଯାହାର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଓ ଚେକ୍ ବୁକ୍ ସୁବିଧା ଅଛି ? ଏହି ପ୍ରଶ୍ନର ଉତ୍ତରରେ ଏସବିଆଇ ନିଜ ଟ୍ୱିଟରେ କହିଛି ଯେ ସମସ୍ତ ସେଭିଂ ଆକାଉଣ୍ଟରେ ଏହି ଚାର୍ଜ ପ୍ରଯୁଜ୍ୟ ।
ଏହା ବି ପଢ଼ନ୍ତୁ: Video: ୧୬ ଘଣ୍ଟା ଧରି ଡ୍ୟାମର ପ୍ରଖର ଜଳ ସ୍ରୋତରେ ଫସିଥିଲେ ଯୁବକ; AF ହେଲିକପ୍ଟର ଉଦ୍ଧାର କଲାଏହା ବି ପଢ଼ନ୍ତୁ: Ganesh Chaturthi 2020: କେବେ ପଡୁଛି ଗଣେଶ ପୂଜା ଓ କ’ଣ ରହିଛି ଏହାର ପୌରାଣିକ ମହତ୍ୱ ଜାଣନ୍ତୁଅସୀମିତ ମାଗଣା ଏଟିଏମ୍ କାରବାରର ଲାଭ ଏହି ଆକାଉଣ୍ଟଧାରୀମାନେ ପାଆନ୍ତିSBI ସେମାନଙ୍କୁ ଅଧିକ ସଂଖ୍ୟକ ମାଗଣା ଏଟିଏମ୍ କାରବାର ପ୍ରଦାନ କରେ ଯେଉଁମାନେ ସେମାନଙ୍କ ସେଭିଂ ଆକାଉଣ୍ଟରେ ଅଧିକ ସନ୍ତୁଳନ ବଜାୟ ରଖିଥାନ୍ତି । ଉଦାହରଣ ସ୍ୱରୂପ, ଯଦି ଆକାଉଣ୍ଟଧାରୀ ମାନେ ୧ ଲକ୍ଷରୁ ଅଧିକ ବାଲାନ୍ସ ନିଜ ଆକାଉଣ୍ଟ ରେ ରଖିଥାନ୍ତି ତେବେ ସେ ଏକ ମାସ ମଧ୍ୟରେ ଅସୀମିତ ମାଗଣା ଏଟିଏମ୍ କାରବାରର ଲାଭ ପାଇଥାନ୍ତି ।
ମାର୍ଚ୍ଚ ମାସରେ ବ୍ୟାଙ୍କ ସର୍ବନିମ୍ନ ବାଲାନ୍ସ ଆକାଉଣ୍ଟରେ ରଖିବା ବାଧ୍ୟତାମୂଳକ ଥିଲାଚଳିତ ବର୍ଷ ମାର୍ଚ୍ଚରେ ଏସବିଆଇ ଘୋଷଣା କରିଥିଲା ଯେ ସମସ୍ତ ସେଭିଂ ବ୍ୟାଙ୍କ ଆକାଉଣ୍ଟ ପାଇଁ ମାସିକ ସର୍ବନିମ୍ନ ବାଲାନ୍ସ ବାଧ୍ୟତାମୂଳକ ନିୟମଟିକୁ ବାତିଲ କରଯାଇଛି । ଏହା ସହିତ ବ୍ୟାଙ୍କର ସମସ୍ତ ସେଭିଂ ଆକାଉଣ୍ଟଧାରୀମାନେ ଶୂନ୍ୟ ବାଲାନ୍ସ ସୁବିଧା ପାଇ ପାରିବେ । ପୂର୍ବ ନିୟମ ଅନୁସାରେ ମେଟ୍ରୋ ସହରଗୁଡ଼ିକରେ ସେଭିଂ ଆକାଉଣ୍ଟଧାରୀମାନଙ୍କୁ ସର୍ବନିମ୍ନ ପରିମାଣ ୩୦୦୦ ଟଙ୍କା, ସହରାଞ୍ଚଳରେ ୨୦୦୦ ଟଙ୍କା ଓ ଗ୍ରାମାଞ୍ଚଳରେ ୧୦୦୦ ଟଙ୍କା ରଖିବାକୁ ପଡୁଥିଲା ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।