ରେଳବାଇର ୧୩ ଲକ୍ଷ କର୍ମଚାରୀଙ୍କ ପାଇଁ ବଡ ଖବର; ଖୁବ ଶୀଘ୍ର ଏହି ଯୋଜନାର ପାଇପାରିବେ ଲାଭ

ରେଳ କର୍ମଚାରୀଙ୍କ ଚିକିତ୍ସା ପରିସର ବୃଦ୍ଧି କରିବାକୁ ଭାରତୀୟ ରେଳବାଇ ବର୍ତ୍ତମାନ ପ୍ରସ୍ତାବ ଦେଇଛି । ରେଳବାଇ ବିବୃତ୍ତି ଅନୁଯାୟୀ ରେଳ କର୍ମଚାରୀଙ୍କ ପାଇଁ 'ବ୍ୟାପକ ସ୍ୱାସ୍ଥ୍ୟ ବୀମା ଯୋଜନା' ସହ ଜଡ଼ିତ ସମସ୍ତ ଦିଗ ଯାଞ୍ଚ ପାଇଁ ଏକ କମିଟି ଗଠନ କରାଯାଇଛି ।

ରେଳବାଇର ୧୩ ଲକ୍ଷ କର୍ମଚାରୀଙ୍କ ପାଇଁ ବଡ ଖବର; ଖୁବ ଶୀଘ୍ର ଏହି ଯୋଜନାର ପାଇପାରିବେ ଲାଭ
ରେଳ କର୍ମଚାରୀମାନେ ଶୀଘ୍ର ପାଇପାରିବେ ଏକ ବଡ଼ ଉପହାର
  • News18 Odia
  • Last Updated: August 20, 2020, 10:14 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ରେଳବାଇ (Indian Railway) ବୁଧବାର କହିଛି ଯେ ଏହାର ୧୩ ଲକ୍ଷ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ବୀମା (Health Insurance) ଯୋଜନା ଯୋଗାଇ ସେମାନଙ୍କ ଚିକିତ୍ସାର ପରିସର ବିସ୍ତାର କରିବାକୁ ଚିନ୍ତା କରୁଛି । ରେଳବାଇ ଏକ ବିବୃତ୍ତିରେ କହିଛି ଯେ ଏହା ପୂର୍ବରୁ ରେଳ କର୍ମଚାରୀ ଓ ସେମାନଙ୍କ ନିର୍ଭରଶୀଳ ପରିବାରକୁ 'ରେଳ କର୍ମଚାରୀ ଲିବରାଲାଇଜଡ୍ ହେଲଥ୍ ସ୍କିମ୍' ଓ 'କେନ୍ଦ୍ରୀୟ କର୍ମଚାରୀ ସ୍ୱାସ୍ଥ୍ୟ ସେବା' (CGHS) ମାଧ୍ୟମରେ ଚିକିତ୍ସା ସୁବିଧା ଯୋଗାଉଛି । ଏଥିରେ କୁହାଯାଇଛି ଯେ ରେଳ କର୍ମଚାରୀଙ୍କ ଚିକିତ୍ସା ପରିସର ବୃଦ୍ଧି କରିବାକୁ ଭାରତୀୟ ରେଳବାଇ ବର୍ତ୍ତମାନ ପ୍ରସ୍ତାବ ଦେଇଛି । ବିବୃତ୍ତି ଅନୁଯାୟୀ, ରେଳ କର୍ମଚାରୀଙ୍କ ପାଇଁ 'ବ୍ୟାପକ ସ୍ୱାସ୍ଥ୍ୟ ବୀମା ଯୋଜନା' ସହ ଜଡ଼ିତ ସମସ୍ତ ଦିଗ ଯାଞ୍ଚ ପାଇଁ ଏକ କମିଟି ଗଠନ କରାଯାଇଛି । ଏଥିରେ କୁହାଯାଇଛି ଯେ ଡାକ୍ତରୀ ଦୁର୍ଘଟଣାଜନିତ ପରିସ୍ଥିତି ଇତ୍ୟାଦି ଆର୍ଥିକ ବିପଦରୁ ସେମାନଙ୍କୁ ବୀମା କଭର ଯୋଗାଇବା ଏହାର ଉଦ୍ଦେଶ୍ୟ । ରେଳବାଇ ଏହାର ସମସ୍ତ ବିଭାଗ ଓ ଉତ୍ପାଦନ ୟୁନିଟ୍ ର ସାଧାରଣ ପରିଚାଳକଙ୍କ ଠାରୁ ଏହି ପ୍ରସ୍ତାବ ଉପରେ ମତାମତ ଲୋଡିଛି ।

ରେଳବାଇ ନିଜ କର୍ମଚାରୀଙ୍କ ପାଇଁ ଏକ ନୂତନ ସେବା ଆରମ୍ଭ କଲା - ଘରେ ବସିଥିବା ରେଳ କର୍ମଚାରୀଙ୍କୁ ପେନ୍ସନ୍ ପେମେଣ୍ଟ ଅର୍ଡ଼ର (PPO) ଇତ୍ୟାଦି ଯୋଗାଇବା ପାଇଁ ଏକ ନୂତନ ବ୍ୟବସ୍ଥା କରାଯାଇଛି । ଏହା ଅଧୀନରେ ଏକ ଆପ୍ ପ୍ରସ୍ତୁତ କରାଯାଇଛି । ଏହା ସହିତ ଅବସରପ୍ରାପ୍ତ ରେଳ କର୍ମଚାରୀ ଫାଇଲ କେଉଁଠାରେ ବିଚାରାଧୀନ ଅଛି, କେତେ ଦିନ ଦେୟ ପ୍ରଦାନ କରାଯିବ ସେ ସମ୍ବନ୍ଧରେ ସହଜରେ ସୂଚନା ସେମାନେ ପାଇପାରିବେ ।

ରେଳବାଇର ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଞ୍ଜଳି ଗୋୟଲ ଅଗଷ୍ଟ ଛଅ ତାରିଖରେ ଏହି ନୋଟିସ ଜାରି କରିଛନ୍ତି । ଏଥିରେ କୁହାଯାଇଛି ଯେ ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କୁ ପେନ୍‌ସନ୍‌ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ DRM କାର୍ଯ୍ୟାଳୟ କିମ୍ବା ଅନ୍ୟ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ ।

ଏଥିପାଇଁ ଆପ୍ ପ୍ରସ୍ତୁତ କରାଯାଇଛି । ଯାହାର ନାମ ରେଳ ସେବା- CPC-7-PPO । ଅବସରପ୍ରାପ୍ତ ରେଳ କର୍ମଚାରୀମାନେ ମୋବାଇଲରେ ଏହି ଆପ୍ ଡାଉନଲୋଡ୍ କରିପାରିବେ। ନିଜର ସର୍ଭିସ ନମ୍ବର ବ୍ୟବହାର ଆପରୁ ସମସ୍ତ ସୂଚନା ପାଇପାରିବେ । ଏହି ପେନ୍ସନ୍ ପେମେଣ୍ଟ ଅର୍ଡ଼ର(PPO )ଆପରୁ ମଧ୍ୟ ପାରିବାରିକ ପେନ୍ସନ୍ ସୂଚନା ପାଇପାରିବେ ।
Published by: Jagdish Barik
First published: August 20, 2020, 10:14 AM IST
corona virus btn
corona virus btn
Loading