ବଡ଼ ଖବର: IPL ୨୦୨୧ ପାଇଁ ୧୮ ଫେବୃଆରୀରେ ଚେନ୍ନାଇରେ ହେବ ଖେଳାଳୀଙ୍କ ନିଲାମ

ଆଇପିଏଲ୍ ୨୦୨୧ ପାଇଁ ନିଲାମ ୧୮ ଫେବୃଆରୀରେ ଚେନ୍ନାଇରେ ଅନୁଷ୍ଠିତ ହେବ । ଆଇପିଏଲର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ଏହା ନିଶ୍ଚିତ କରିଛି ।

ବଡ଼ ଖବର: IPL ୨୦୨୧ ପାଇଁ ୧୮ ଫେବୃଆରୀରେ ଚେନ୍ନାଇରେ ହେବ ଖେଳାଳୀଙ୍କ ନିଲାମ
୧୮ ଫେବୃଆରୀରେ ଚେନ୍ନାଇରେ ହେବ ଆଇପିଏଲ୍-୨୦୨୧ ର ନିଲାମ
  • News18 Odia
  • Last Updated: January 27, 2021, 2:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଆଇପିଏଲ୍ ୨୦୨୧ ପାଇଁ ଖେଳାଳିଙ୍କ ନିଲାମ ୧୮ ଫେବୃଆରୀରେ ଚେନ୍ନାଇରେ ଅନୁଷ୍ଠିତ ହେବ । ବୁଧବାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଆଇପିଏଲ୍ ପରିଚାଳନା ପରିଷଦ ଏହାର ସୂଚନା ଦେଇଛି । ଚେନ୍ନାଇ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାରି ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଆୟୋଜନ କରିବ । ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ୧୭ ଫେବୃଆରୀରେ ଶେଷ ହେବ ଓ ଏହାର ଗୋଟିଏ ଦିନ ପରେ ଆଇପିଏଲ୍ ୨୦୨୧ ପାଇଁ ଖେଳାଳୀଙ୍କ ନିଲାମ ହେବ ।

ଖେଳାଳିମାନଙ୍କୁ ରିଟେନ କରିବାର ଶେଷ ତାରିଖ ୨୦ ଜାନୁଆରୀ ଥିଲାବେଳେ ଟ୍ରେଡିଂ ୱିଣ୍ଡୋ (ଗୋଟିଏ ଦଳରୁ ଅନ୍ୟ ଦଳକୁ ଖେଳାଳିଙ୍କ ସ୍ଥାନାନ୍ତର) ୪ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ । ଦଳରୁ ରିଲିଜ ହୋଇଥିବା ଖେଳାଳିଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ (ରାଜସ୍ଥାନ ରୟାଲ୍ସ) ଓ ଗ୍ଲେନ୍ ମ୍ୟାକ୍ସୱେଲ (କିଙ୍ଗସ ଏକାଦଶ ପଞ୍ଜାବ) ଭଳି କିମ୍ବଦନ୍ତୀ ଖେଳାଳି ମାନେ ରହିଛନ୍ତି ।



ଆଇପିଏଲ୍ ନିଲାମ ବହୁତ ଆକର୍ଷଣୀୟ ହେବ
ଆଇପିଏଲ୍ ୨୦୨୧ ର (IPL 2021 Auction) ନିଲାମ ଅତ୍ୟନ୍ତ ଆକର୍ଷଣୀୟ ହେବାକୁ ଯାଉଛି । କାରଣ ପ୍ରାୟ ସମସ୍ତ ଦଳ ଟୁର୍ନାମେଣ୍ଟ ପୂର୍ବରୁ ବଡ଼ ଖେଳାଳିଙ୍କୁ ରିଲିଜ କରିଛନ୍ତି । ରାଜସ୍ଥାନ ରୟାଲ୍ସ ସେମାନଙ୍କ ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ରିଲିଜ କରିଛି । ତେଣୁ କେଉଁ ଦଳ ସେମାନଙ୍କ ଉପରେ ବାଜି ଲଗାଉଛନ୍ତି ତାହା ଦେଖିବାକୁ ଆକର୍ଷଣୀୟ ହେବ । ଗ୍ଲେନ୍ ମ୍ୟାକ୍ସୱେଲଙ୍କ ପରି ଟି -୨୦ ସ୍ପେସାଲିଷ୍ଟଙ୍କୁ ମଧ୍ୟ ଦଳରୁ ରିଲିଜ କରାଯାଇଛି ।

ଜାଣନ୍ତୁ କେଉଁ ଦଳ ପାଖରେ ଅଛି କେତେ ଟଙ୍କା
କିଙ୍ଗସ ଏକାଦଶ ପଞ୍ଜାବରେ ପାଖରେ ସର୍ବାଧିକ ୫୩.୨ ଟଙ୍କା ରହିଥିବା ବେଳେ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ ମୋଟ ୩୫.୭୦ କୋଟି ଟଙ୍କା, ଚେନ୍ନାଇ ସୁପରକିଙ୍ଗ୍ସ ପାଖରେ ୨୨.୯୦ କୋଟି ଟଙ୍କା, ରାଜସ୍ଥାନ ରୟାଲ୍ସ ପର୍ସ ୩୪.୮୫ କୋଟି ଟଙ୍କା, ଦିଲ୍ଲୀ କ୍ୟାପିଟାଲ ପାଖରେ ୧୨.୮ କୋଟି ଟଙ୍କା, ସନରାଇଜର୍ସ ହାଇଦ୍ରାବାଦରେ ପାଖରେ ୧୨.୮ କୋଟି ଟଙ୍କା, ମୁମ୍ବାଇ ଇଣ୍ଡିଆନ୍ସରେ ୧୫.୩୫ କୋଟି ଟଙ୍କା ଓ କୋଲକାତା ନାଇଟ ରାଇଡ଼ର୍ସ ପାଖରେ ୧୦.୮୫ କୋଟି ଟଙ୍କା ରହିଛି ।
Published by: Jagdish Barik
First published: January 27, 2021, 2:22 PM IST