ଅମରନାଥ ଯାତ୍ରାକୁ ନେଇ ବଡ଼ ଖବର, ଏହି ବୟସର ଲୋକ କରିପାରିବେନି ଦର୍ଶନ !

ଅମରନାଥ ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର ଆସିଛି । ୧୩ ବର୍ଷରୁ କମ୍ କିମ୍ବା ୭୫ ବର୍ଷରୁ ଅଧିକ କୌଣସି ବ୍ୟକ୍ତିଙ୍କୁ ଅମରନାଥ ଯାତ୍ରାରେ ଯିବାକୁ ଅନୁମତି ଦିଆଯିବ ନାହିଁ ।  ୩,୮୮୦ ମିଟର ଉଚ୍ଚ ଗୁମ୍ଫା ମନ୍ଦିରକୁ ୬୨ ଦିନିଆ ତୀର୍ଥଯାତ୍ରା ଜୁଲାଇ ୧ ରୁ ଆରମ୍ଭ ହୋଇ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଜାରି ରହିବ । ନୂତନ ନିୟମ ଅନୁଯାୟୀ, ଛଅ ସପ୍ତାହରୁ ଅଧିକ ଗର୍ଭବତୀ ଥିବା କୈଣସି ମହିଳା ଯାତ୍ରା ପାଇଁ ପଞ୍ଜୀକୃତ ହେବେ ନାହିଁ।

ଅମରନାଥ ଯାତ୍ରାକୁ ନେଇ ବଡ଼ ଖବର, ଏହି ବୟସର ଲୋକ କରିପାରିବେନି ଦର୍ଶନ !

ଅମରନାଥ ଯାତ୍ରାକୁ ନେଇ ବଡ଼ ଖବର, ଏହି ବୟସର ଲୋକ କରିପାରିବେନି ଦର୍ଶନ !

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଅମରନାଥ ଯାତ୍ରା ସମ୍ବନ୍ଧରେ ଏକ ବଡ ଅପଡେଟ୍ ଆସିଛି । ନୂତନ ନିୟମ ଅନୁଯାୟୀ, ୧୩ ବର୍ଷରୁ କମ୍ କିମ୍ବା ୭୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଅମରନାଥ ଯାତ୍ରାରେ ସାମିଲ ହେବାକୁ ଅନୁମତି ଦିଆଯିବ ନାହିଁ। ଅମରନାଥକୁ ବାର୍ଷିକ ତୀର୍ଥଯାତ୍ରା ପାଇଁ ପଞ୍ଜୀକରଣ ଏପ୍ରିଲ ୧୭ ରୁ ଆରମ୍ଭ ହୋଇଥିଲା । ବହୁ ସଂଖ୍ୟାରେ ଲୋକମାନେ ଅନୁମତି ପାଇବା ପାଇଁ ଦେଶର ନିର୍ଦ୍ଦିଷ୍ଟ ଶାଖା ଗୁଡ଼ିକରେ ପହଞ୍ଚିବା ଆରମ୍ଭ କରିଛନ୍ତି । ଦକ୍ଷିଣ କାଶ୍ମୀରର ୩,୮୮୦ ମିଟର ଉଚ୍ଚ ଗୁମ୍ଫା ମନ୍ଦିରକୁ ୬୨ ଦିନିଆ ତୀର୍ଥଯାତ୍ରା ଜୁଲାଇ ୧ ରୁ ଆରମ୍ଭ ହୋଇ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଜାରି ରହିବ। ନୂତନ ନିୟମ ଅନୁଯାୟୀ, ଛଅ ସପ୍ତାହରୁ ଅଧିକ ଗର୍ଭବତୀ ଥିବା କୌଣସି ମହିଳା ଯାତ୍ରା ପାଇଁ ପଞ୍ଜୀକୃତ ହେବେ ନାହିଁ।

ବାବା ଅମରନାଥଙ୍କ ଯାତ୍ରା ଦୁଇଟି ମାର୍ଗ ଦ୍ୱାରା କରାଯାଇପାରିବ । ପ୍ରଥମଟି ହେଉଛି ଦକ୍ଷିଣ କାଶ୍ମୀରର ଅନନ୍ତନାଗରେ ପହଲଗାମ ଦେଇ ପାରମ୍ପାରିକ ୪୮ କିଲୋମିଟର ମାର୍ଗ ଏବଂ ଦ୍ୱିତୀୟଟି ହେଉଛି କାଶ୍ମୀରର ଗାଣ୍ଡରବାଲ ଜିଲ୍ଲାର ୧୪ କିଲୋମିଟର ଛୋଟ କିନ୍ତୁ ଖାଲ ବାଲ୍ଟାଲ ମାର୍ଗ। ଉଭୟ ରୁଟରୁ ଏହି ଯାତ୍ରା ଏକକାଳୀନ ଆରମ୍ଭ ହେବ ବୋଲି ଅଧିକାରୀମାନେ କହିଛନ୍ତି। ଗତ ବର୍ଷର ମାନୁଆଲ ପ୍ରକ୍ରିୟା ପରିବର୍ତ୍ତେ, ଯାତ୍ରୀମାନଙ୍କ ପାଇଁ ଏଥର ଆଧାର ପ୍ରାମାଣିକରଣ ଆଧାରିତ ଫର୍ମ ବ୍ୟବସ୍ଥା କରାଯାଇଛି । ଗତ ବର୍ଷ ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ଏହି ଫର୍ମ ମାନୁଆଲରେ ଦିଆଯାଇଥିଲା। ବର୍ତ୍ତମାନ ଫର୍ମଗୁଡିକ ସିଷ୍ଟମ୍ ଅନୁଯାୟୀ ପୂରଣ ହେବ । ଅମରନାଥଙ୍କୁ ଦର୍ଶନ କରିବାକୁ ଇଚ୍ଛା ରଖୁଥିବା ସମସ୍ତ ଯାତ୍ରୀମାନେ ସମଗ୍ର ଭାରତରେ ନିଯୁକ୍ତ ଡାକ୍ତରଙ୍କଠାରୁ ସ୍ୱାସ୍ଥ୍ୟ ପ୍ରମାଣପତ୍ର ପାଇବା ଆବଶ୍ୟକ ।

ଜାମ୍ମୁ କାଶ୍ମୀର ପୋଲିସ ମଧ୍ୟ ଆଗାମୀ ଅମରନାଥ ଯାତ୍ରା ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ କରିଛି । ଏହି ଅଞ୍ଚଳରେ ପର୍ଯ୍ୟାପ୍ତ ପୋଲିସ ଏବଂ ସୁରକ୍ଷା ବାହିନୀ ନିୟୋଜନ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଏହି ବୈଠକରେ ବର୍ତ୍ତମାନର ସୁରକ୍ଷା ପରିସ୍ଥିତି ଏବଂ ଚଳିତ ବର୍ଷ ଯାତ୍ରା ପାଇଁ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି CRPF ର ଅଧିକାରୀ, ପୋଲିସ ଏବଂ ଗୁପ୍ତଚର ଏଜେନ୍ସି ମଧ୍ୟରେ ଏକ ବିସ୍ତୃତ ଆଲୋଚନା ହୋଇଥିଲା । ଏଥି ସହିତ ଜାମ୍ମୁ କାଶ୍ମୀରର ଅମରନାଥ ଯାତ୍ରା ପାଇଁ ୨୫ ହଜାରରୁ ଅଧିକ ମୋବାଇଲ୍ ଶୈଚାଳୟ ପ୍ରସ୍ତୁତ କରିବାର ଯୋଜନା ରହିଛି । ଅଧିକାରୀ କହିଛନ୍ତି ଯେ, ୩,୮୮୦ ମିଟର ଉଚ୍ଚରେ ଅବସ୍ଥିତ ପବିତ୍ର ଗୁମ୍ଫାକୁ ଯାଉଥିବା ଦୁଇଟି ମୁଖ୍ୟ ମାର୍ଗରେ ଏହି ଶୌଚାଳୟ ଗୁଡ଼ିକ ନିର୍ମାଣ କରାଯିବ। ଲକ୍ଷ୍ନପୁରରୁ ଗୁମ୍ଫା ପର୍ଯ୍ୟନ୍ତ ଶୌଚାଳୟ ପରିଚାଳନା ପାଇଁ  ୧,୫୦୦ ଲୋକଙ୍କୁ ନିୟୋଜିତ କରାଯିବ।

ଏହି ଖବର ପଢ଼ନ୍ତୁ -  ପାଠ ପଢୁଛନ୍ତି ଏଲିଅନ ? ମଙ୍ଗଳ ଗ୍ରହରୁ ମିଳିଲା ବହି !
Published by:Soubhagya Mishra
First published: