Cyclone Mocha: ‘ମୋକା’କୁ ନେଇ ବଡ଼ ଖବର; ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସାଙ୍ଘାତିକ ହଲଚଲ

Cyclone Mocha: ବାତ୍ୟା ‘ମୋକା’କୁ ନେଇ ଆସିଲା ବଡ଼ ଖବର । ୧୪ ତାରିଖ ମଧ୍ୟାହ୍ନରେ ଲ୍ୟାଣ୍ତଫଲ୍‌ କରିବା ନେଇ ସମ୍ଭାବନା ରହିଛି । ଲ୍ୟାଣ୍ଡଫଲ୍‌ ବେଳେ ଘଣ୍ଟାପ୍ରତି ପବନର ବେଗ ୧୭୫କିମି ରହିପାରେ ।

Cyclone Mocha: ‘ମୋକା’କୁ ନେଇ ବଡ଼ ଖବର; ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସାଙ୍ଘାତିକ ହଲଚଲ

Cyclone Mocha: ‘ମୋକା’କୁ ନେଇ ବଡ଼ ଖବର; ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସାଙ୍ଘାତିକ ହଲଚଲ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Cyclone Mocha: ବାତ୍ୟା ‘ମୋକା’କୁ ନେଇ ଆସିଲା ବଡ଼ ଖବର । ୧୪ ତାରିଖ ମଧ୍ୟାହ୍ନରେ ଲ୍ୟାଣ୍ତଫଲ୍‌ କରିବା ନେଇ ସମ୍ଭାବନା ରହିଛି । ଲ୍ୟାଣ୍ଡଫଲ୍‌ ବେଳେ ଘଣ୍ଟାପ୍ରତି ପବନର ବେଗ ୧୭୫କିମି ରହିପାରେ । ‘ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ’ ରୂପରେ ମାଡ଼ କରିପାରେ ବାତ୍ୟା । ବାଂଲାଦେଶ ଓ ମିଆଁମାର ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବା ନେଇ ସମ୍ଭାବନା ରହିଛି । ଏବେ ଘଣ୍ଟାପ୍ରତି ୧୧ କିଲୋମିଟରେ ଗତି କରୁଛି ବାତ୍ୟା ’ମୋକା’ । ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇସାରିଛି ବାତ୍ୟା ’ମୋକା’ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ବର୍ତ୍ତମାନ ସାଙ୍ଘାତିକ ହଲଚଲ ଚାଲିଛି ।

ଏହି ବାତ୍ୟା ଆଜି ମଧ୍ୟରାତ୍ରିରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପନେବ । ୧୨ ତାରିଖ ସକାଳୁ ଏହା ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ସେଦିନ ସନ୍ଧ୍ୟାରେ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ୧୩ ତାରିଖ ସନ୍ଧ୍ୟାରେ ଏହା ସର୍ବାଧିକ ଘନୀଭୂତ ଅବସ୍ଥାକୁ ଆସିବ । ଏହାପରେ କ୍ରମଶଃ ବାତ୍ୟା ଦୁର୍ବଳ ହୋଇ ବାଂଲାଦେଶ ଓ ମିଆଁମାର ଉପକୂଳ ମୁହାଁ ହେବ । ୧୪ ତାରିଖରେ ଏହା ଦକ୍ଷିଣ ପୂର୍ବ ବାଂଲାଦେଶ ଏବଂ ଉତ୍ତର ମିଆଁମାର ଉପକୂଳ ଦେଇ ଗତି କରିବ ।

୧୪ ତାରିଖ ମଧ୍ୟାହ୍ନରେ ଏହି ବାତ୍ୟା ବାଂଲାଦେଶ କୋକ୍ସ ବଜାର ଏବଂ ମିଆଁମାରର କାୟପୁ ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୪୦ରୁ ୧୫୦ କିଲୋମିଟର ରହିବ । ସର୍ବାଧିକ ବେଗ ୧୭୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ । ତେବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟାର ପ୍ରଭାବ ଓଡ଼ିଶାରେ ଆଦୌ ପଡ଼ିବ ନାହିଁ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବାତ୍ୟା ଯୋଗୁଁ ସମୁଦ୍ର ଅଶାନ୍ତ ରହିବ ।

ପଢନ୍ତୁ ଏହି ଖବର : ଗରିବଙ୍କ ଆକାଉଣ୍ଟଙ୍କୁ ଟଙ୍କା ପଠାଉଛନ୍ତି ସରକାର; ଲିଷ୍ଟରେ ଚେକ୍ କରନ୍ତୁ ଆପଣଙ୍କ ନାମ

ତେଣୁ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ବଙ୍ଗୋପ ସାଗର, ଆଣ୍ଡାମାନ ସାଗର ଭିତରେ ମାଛଧରା, ଜାହାଜ ଚଳାଚଳ, ବାଣିଜ୍ୟ କାରବାର ଭଳି କୌଣସି କାର୍ଯ୍ୟକଳାପ ନ କରିବା ପାଇଁ ସର୍ବୋଚ୍ଚ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।



ପଢନ୍ତୁ ଏହି ଖବର; Post Officeର ବଡ଼ ସ୍କିମ୍‌; ଅଳ୍ପ ବିନିଯୋଗରେ ପାଆନ୍ତୁ ୫୦ ଲକ୍ଷ ଟଙ୍କା
Published by:Sujit Swain
First published: