News18 Odia Digital
UP Bhagya Lakshmi Yojana: ଦେଶର ଝିମାନଙ୍କୁ ସକ୍ଷମ କରିବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। ଏହି ଯୋଜନାଗୁଡିକ କେବଳ କେନ୍ଦ୍ର ସରକାର ନୁହେଁ ରାଜ୍ୟ ସରକାର ମଧ୍ୟ ଚଳାଉଛନ୍ତି। ସେହିଭଳି ଉତ୍ତରପ୍ରଦେଶ ସରକାର ଭାଗ୍ୟ ଲକ୍ଷ୍ମୀ ଯୋଜନା(Uttar Pradesh Bhagya Lakshmi Yojana)କୁ ଉତ୍ତରପ୍ରଦେଶ ସରକାର ପରିଚାଳନା କରୁଛନ୍ତି। ଏହି ଯୋଜନା ଚଳାଇବାର ଉଦ୍ଦେଶ୍ୟ ହେଉଛି ରାଜ୍ୟର ଝିଅମାନଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ଦେବା।
ୟୁପି ଭାଗ୍ୟ ଲକ୍ଷ୍ମୀ ଯୋଜନା ଅଧୀନରେ ଏକ ଝିଅ ସନ୍ତାନର ଜନ୍ମ ସମୟରେ ତାଙ୍କ ମା’ଙ୍କୁ ୫୦ହଜାର ଟଙ୍କା ବଣ୍ଡ ଏବଂ ୫୧୦୦ ଟଙ୍କା ପ୍ରଦାନ କରାଯାଇଛି। ଝିଅ ଷଷ୍ଠ ଶ୍ରେଣୀରେ ପହଞ୍ଚିଲେ ୩୦୦୦ ହଜାର, ଅଷ୍ଟମ ଶ୍ରେଣୀରେ ପହଞ୍ଚିଲେ ୫୦୦୦, ସପ୍ତମ ଶ୍ରେଣୀରେ ପହଞ୍ଚିଲେ ୭୦୦୦ ଓ ଦଶମ ଶ୍ରେଣୀରେ ପହଞ୍ଚିଲେ ପିତାମାତାଙ୍କୁ ୮୦୦୦ ଟଙ୍କା ସରକାର ପ୍ରଦାନ କରିବେ। ଏହା ବ୍ୟତୀତ ଉତ୍ତରପ୍ରଦେଶ ସରକାର ଝିଅର ୨୧ ବର୍ଷ ପୂରଣ ହେବାପରେ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି।
ୟୁପି ଭାଗ୍ୟ ଲକ୍ଷ୍ମୀ ଯୋଜନାରେ ଯୋଗ୍ୟତାଝିଅର ପରିବାର ଉତ୍ତରପ୍ରଦେଶର ବାସିନ୍ଦା ହେବା ଉଚିତ୍।
ପରିବାରର ବାର୍ଷିକ ଆୟ ୨ ଲକ୍ଷରୁ କମ୍ ହେବା ଉଚିତ୍।
ଝିଅଟିର ଜନ୍ମର ଏକ ମାସ ମଧ୍ୟରେ ସେ ଅଙ୍ଗନୱାଡି କେନ୍ଦ୍ରରେ ପଞ୍ଜୀକୃତ ହେବା ଉଚିତ୍।
କେବଳ ବିପିଏଲ ପରିବାର ଏହାର ଲାଭ ପାଇବେ।
ୟୁପି ଭାଗ୍ୟ ଲକ୍ଷ୍ମୀ ଯୋଜନା ପାଇଁ ଆବଶ୍ୟକୀୟ ଦଲିଲପିତାମାତାଙ୍କ ଆଧାର କାର୍ଡ
ଆୟ ପ୍ରମାଣପତ୍ର
ଜାତି ପ୍ରମାଣପତ୍ର
ଆବାସ ପ୍ରମାଣପତ୍ର
ବ୍ୟାଙ୍କ ଆକାଉଣ୍ଟ ଷ୍ଟେଟମେଣ୍ଟ
ମୋବାଇଲ୍ ନମ୍ବର
ଶିଶୁ କନ୍ୟା ଜନ୍ମ ପ୍ରମାଣପତ୍ର
ପାସପୋର୍ଟ ଆକାର ଫଟୋ
ୟୁପି ଭାଗ୍ୟ ଲକ୍ଷ୍ମୀ ଯୋଜନାରେ କିପରି ଆବେଦନ କରିବେଏହି ଯୋଜନାରେ ଆବେଦନ କରିବାକୁ, ଆପଣଙ୍କର ନିକଟତମ ଜନସେବା କେନ୍ଦ୍ରକୁ ଯାଆନ୍ତୁ।
ଏହା ବ୍ୟତୀତ ମହିଳା ଓ ଶିଶୁ ବିକାଶ ବିଭାଗ ଉତ୍ତରପ୍ରଦେଶର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରିପାରିବ।
ୟୁପି ଭାଗ୍ୟ ଲକ୍ଷ୍ମୀ ଯୋଜନାର ଆବେଦନ ଫର୍ମ ଏଠାରୁ ଡାଉନଲୋଡ୍ କରନ୍ତୁ।
ଫର୍ମ ପୂରଣ କରି ଆବଶ୍ୟକ ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ।
ଏହା ପରେ ନିକଟ ଅଙ୍ଗନୱାଡି କେନ୍ଦ୍ର କିମ୍ବା ମହିଳା କଲ୍ୟାଣ ବିଭାଗ ଉତ୍ତରପ୍ରଦେଶରେ ଫର୍ମ ଦାଖଲ କରନ୍ତୁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।