ଏସିଆରେ ଭାରତ ସମେତ ଅନେକ ବଡ଼ ଅର୍ଥନୀତିକୁ ଲାଗିବ ୬୦ବର୍ଷର ବଡ଼ ଝଟକା; ହ୍ରାସ ପାଇବ ଅର୍ଥନୈତିକ ଅଭିବୃଦ୍ଧି

ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ (ADB-Asian Development Bank) ଦ୍ୱାରା ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ଯେ ଚଳିତ ବର୍ଷରେ ଏସିଆର ୪୫ ଟି ଦେଶର ଅର୍ଥନୈତିକ ଅଭିବୃଦ୍ଧି ୦.୭ ପ୍ରତିଶତ ହ୍ରାସ ହୋଇପାରେ । ୬୦ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ହେବ ।

ଏସିଆରେ ଭାରତ ସମେତ ଅନେକ ବଡ଼ ଅର୍ଥନୀତିକୁ ଲାଗିବ ୬୦ବର୍ଷର ବଡ଼ ଝଟକା; ହ୍ରାସ ପାଇବ ଅର୍ଥନୈତିକ ଅଭିବୃଦ୍ଧି
ଚଳିତ ଆର୍ଥିକ ବର୍ଷରେ (୨୦୨୦ -୨୧) ଭାରତୀର ଅର୍ଥନୀତି ୯ ପ୍ରତିଶତ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି
  • News18 Odia
  • Last Updated: September 15, 2020, 3:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମୁମ୍ବାଇ: ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ (ADB-Asian Development Bank) ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ ରେ ଭାରତୀୟ ଅର୍ଥନୀତିରେ ୯ ପ୍ରତିଶତ ହ୍ରାସ ହେବାର ପୂର୍ବାନୁମାନ କରିଛି । ମଙ୍ଗଳବାର ଦିନ ଏଡିବି (ADB) ଦ୍ୱାରା ପ୍ରକାଶିତ ଏସିଆନ୍ ଡେଭଲପମେଣ୍ଟ ଆଉଟ୍ଲୁକ୍ (ADO) -୨୦୨୦ ଅପଡେଟରେ କୁହାଯାଇଛି ଯେ କରୋନା ଭୂତାଣୁ ଯୋଗୁଁ ଭାରତରେ ଆର୍ଥିକ କାର୍ଯ୍ୟକଳାପ ବହୁଳ ଭାବେ ପ୍ରଭାବିତ ହୋଇଛି । ଏହାର ପ୍ରଭାବ ଗ୍ରାହକ ମାନଙ୍କ  ଉପରେ ମଧ୍ୟ ପଡିଛି । ଯାହା ଚଳିତ ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦ (GDP) ରେ ୯ ପ୍ରତିଶତ ହ୍ରାସ ଘଟାଇବ । ତେବେ ଆସନ୍ତା ୨୦୧୧-୨୨ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତିରେ ଏକ ବଡ ଅଭିବୃଦ୍ଧି ଘଟିବ ବୋଲି ଏଡିବି ଆକଳନ କରିଛି ।

୬୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏସିଆର ଅର୍ଥନୈତିକ ଅଭିବୃଦ୍ଧି ହ୍ରାସ ପାଇପାରେ-ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ (ADB-Asian Development Bank ) ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ବିଶେଷତଃ ଏସିଆର ୪୫ ଟି ଦେଶର ଆର୍ଥିକ ଅଭିବୃଦ୍ଧି ୦.୭ ପ୍ରତିଶତ ହ୍ରାସ ହୋଇପାରେ । ୬୦ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ହେବ ।

ଜିଡିପି ଅଭିବୃଦ୍ଧି ପାଇଁ IMF ଆକଳନ


ଆସନ୍ତା ବର୍ଷ ଅର୍ଥନୈତିକ ଅଭିବୃଦ୍ଧି ଭାରତକୁ ପ୍ରତ୍ୟାବର୍ତ୍ତନ କରିବ- ଏଡିବି କହିଛି ଯେ ବ୍ୟବସାୟିକ କାର୍ଯ୍ୟକଳାପର ଗତିବିଧି ତଥା ଖୋଲିବା କାରଣରୁ ଆସନ୍ତା ଆର୍ଥିକ ବର୍ଷରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ୮ ପ୍ରତିଶତ ରହିବ । ଏଡିବି ମୁଖ୍ୟ ଅର୍ଥନୀତିଜ୍ଞ ୟାସୁୟୁକି ସାୱଡା କହିଛନ୍ତି ଯେ ମହାମାରୀର ପ୍ରସାରକୁ ରୋକିବା ପାଇଁ ଭାରତ କଡା ଲକଡାଉନ ଲଗାଇଛି । ଏହା ଦ୍ୱାରା ଆର୍ଥିକ କାର୍ଯ୍ୟକଳାପ ଗୁରୁତର ଭାବରେ ପ୍ରଭାବିତ ହୋଇଥିଲା । ସେ କହିଛନ୍ତି ଆସନ୍ତା ଆର୍ଥିକ ବର୍ଷରେ ଅର୍ଥନୀତିର ଅଭିବୃଦ୍ଧି ପାଇଁ 'ମହାମାରୀକୁ ନିୟନ୍ତ୍ରଣ, ଅନୁସନ୍ଧାନ, ତଦାରଖ ଓ ଚିକିତ୍ସା କରିବାର କ୍ଷମତାର ବିସ୍ତାର କରିବା ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ପଦକ୍ଷେପଗୁଡିକ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ ହେବା ଆବଶ୍ୟକ, ତବେ ଯାଇଁ ଅର୍ଥନୀତିର ଅବିବୃଦ୍ଧି ହେବ ।

ଆମେରିକାର ରେଟିଂ ଏଜେନ୍ସି S&P କହିଛି ଯେ ଭାରତର ଜିଡିପି ଅଭିବୃଦ୍ଧି ୯% ହ୍ରାସ ହୋଇପାରେ: ଚଳିତ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତିରେ ୯% ହ୍ରାସ ଘଟିବ ବୋଲି S&P ଗ୍ଲୋବାଲ ରେଟିଂ ପୂର୍ବାନୁମାନ କରିଛି । ଏହାପୂର୍ବରୁ ରେଟିଂ ଏଜେନ୍ସି ଭାରତୀୟ ଅର୍ଥନୀତିରେ ୫ ପ୍ରତିଶତ ହ୍ରାସ ପାଇବ ବୋଲି ଆକଳନ କରିଥିଲା । ଆମେରିକାର ରେଟିଂ ଏଜେନ୍ସି କହିଛି ଯେ କରୋନା ମହାମାରୀ ଯୋଗୁଁ ଭାରତରେ ଘରୋଇ ଖର୍ଚ୍ଚ ଓ ପୁଞ୍ଜି ବିନିଯୋଗ ଦୀର୍ଘ ସମୟ ପର୍ଯ୍ୟନ୍ତ ନିମ୍ନ ସ୍ତରରେ ରହିପାରେ ।

ସୋମବାର ରେଟିଂ ଏଜେନ୍ସି S&P କରୋନା ମହାମାରୀର ସଙ୍କଟ କାରଣରୁ ପୂର୍ବାନୁମାନକୁ ହ୍ରାସ କରି ୨୦୨୦-୨୧ ରେ ଭାରତର -୯ ପ୍ରତିଶତ କରି ଦେଇଛି ।

S&P ଗ୍ଲୋବାଲ୍ ରେଟିଂ ଇକୋନୋମିଷ୍ଟ (ଏସିଆ-ପାସିଫିକ୍) ବିଶୃତ ରାଣାଙ୍କ ଅନୁଯାୟୀ କରୋନା ସଙ୍କଟ ଯୋଗୁଁ ଘରୋଇ ଅର୍ଥନୈତିକ ଆଗକୁ ଗତିଶୀଳ ହୋଇପାରୁ ନାହିଁ । ରେଟିଂ ଏଜେନ୍ସି ଅନୁଯାୟୀ ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରରେ ଜିଡିପିରେ ୨୩.୯ ପ୍ରତିଶତ ହ୍ରାସ ପଞ୍ଜିକରଣ କରିଛି ଯାହା ଆକଳନ ଠାରୁ ବହୁତ ଅଧିକ ।

ରେଟିଂ ଏଜେନ୍ସି କହିଛି ଯେ ଲକଡାଉନ୍‌ର ଛାଡ଼ ସତ୍ୱେ କରୋନା ମାମଲା ବଢ଼ୁଥିବାରୁ ଲୋକମାନେ ଘରୁ ବାହାରକୁ ଯିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ୨୦୧୧-୨୨ ଆର୍ଥିକ ବର୍ଷରେ ରେଟିଂ ଏଜେନ୍ସି ଭାରତର ଜିଡିପି ୧୦% ବୃଦ୍ଧି ପାଇବ ବୋଲି ଆକଳନ କରିଛି ।

କରୋନା ନିୟନ୍ତ୍ରିତ ନହେବା ପର୍ଯ୍ୟନ୍ତ କୌଣସି ତୀବ୍ର ପୁନରୁଦ୍ଧାର ହେବ ନାହିଁ - ରେଟିଂ ଏଜେନ୍ସି କହିଛି ଯେ ଯଦି କରୋନା ନିୟନ୍ତ୍ରିତ ନହୁଏ ତେବେ ଅର୍ଥନୀତିରେ ଶୀଘ୍ର ପୂର୍ବାବସ୍ଥା ଫେରିବାର ଆଶା ନାହିଁ । ଏହାପୂର୍ବରୁ ରେଟିଂ ଏଜେନ୍ସି ମୁଡି ଓ ଫିଚ୍ ମଧ୍ୟ ଭାରତର ଆର୍ଥିକ ଅଭିବୃଦ୍ଧି ପୂର୍ବାନୁମାନକୁ ହ୍ରାସ କରିଛି । ଚଳିତ ଆର୍ଥିକ ବର୍ଷରେ ମୁଡିସ୍ ଭାରତୀୟ ଅର୍ଥନୀତିରେ ୧୧.୫ ପ୍ରତିଶତ ଓ ଫିଚ୍ ୧୦.୫ ପ୍ରତିଶତ ହ୍ରାସ ପାଇବା ବୋଲି ପୂର୍ବାନୁମାନ କରିଛି ।

ଷ୍ଟାଣ୍ଡାର୍ଡ ଆଣ୍ଡ୍ ପୁଅରଶ କହିଛି ଯେ ଭାରତର ଅନୌପଚାରିକ କ୍ଷେତ୍ରରେ ପୁନରୁଦ୍ଧାରର ଗତି ଅତ୍ୟନ୍ତ ମନ୍ଥର ଓ କରୋନା ମହାମାରୀ ଦ୍ୱାରା କ୍ଷୁଦ୍ର ଓ ଲଘୁ ଉଦ୍ୟୋଗଗୁଡିକ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି ।

ରେଟିଂ ଏଜେନ୍ସି କହିଛି ଯେ ଋଣ ମୋରେଟରିୟମର ଅବଧି ଶେଷ ହେବା ପରେ ଯଦି ଋଣର ସ୍ତର ଖରାପ ହୁଏ ତେବେ ଭାରତର ଆର୍ଥିକ ପୁନରୁଦ୍ଧାର ଆହୁରି ମନ୍ଥର ହୋଇପାରେ । ଭାରତର ଅର୍ଥନୀତିରେ ଏକ ଅଭିବୃଦ୍ଧି ସମ୍ଭବ ଯେତେବେଳେ କରୋନା ଟିକା ଦେଶବ୍ୟାପୀ ବଣ୍ଟନ ସୁନିଶ୍ଚିତ କରାଯିବ।
Published by: Jagdish Barik
First published: September 15, 2020, 3:05 PM IST
corona virus btn
corona virus btn
Loading