News18 Odia Digital
ରାଜସ୍ଥାନର ଉଦୟପୁରରେ ଜଣେ ଟେଲରର ନିର୍ମମ ହତ୍ୟା ପରେ ମହାରାଷ୍ଟ୍ରର ଅମରାବତୀର ଉମେଶ କୋଲହେ ହତ୍ୟା ମାମଲା ସମଗ୍ର ଦେଶକୁ ଚକିତ କରି ଦେଇଛି। ଅମରାବତୀରେ ଉମେଶ କୋଲହେଙ୍କ ହତ୍ୟାରେ ନୁପୁର ଶର୍ମାଙ୍କ ସଂଯୋଗକୁ ନେଇ ଆଲୋଚନା ମଧ୍ୟ ବୃଦ୍ଧି ପାଇଛି। ମୃତ ଉମେଶଙ୍କ ଭାଇ ହତ୍ୟା ସହ ଜଡିତ ଅନେକ ତଥ୍ୟ ପ୍ରକାଶ କରିଛନ୍ତି।
ନ୍ୟୁଜ୍ ଏଜେନ୍ସି ANI ସହିତ କଥାବାର୍ତ୍ତା କରି ଉମେଶଙ୍କ ଭାଇ ମହେଶ କୋଲହେ କହିଛନ୍ତି ଯେ ଜୁନ୍ ୨୧ ତାରିଖ ରାତିରେ ମୋ ଭାଇ ଦୋକାନ ବନ୍ଦ କରିବା ପରେ ଘରକୁ ଯିବାକୁ ପ୍ରସ୍ତୁତ ହେଉଥିଲେ ଯେତେବେଳେ ଆକ୍ରମଣକାରୀମାନେ ତାଙ୍କୁ ଘେରି ରହିଥିଲେ। ଆକ୍ରମଣକାରୀମାନେ ଛୁରୀରେ ଉମେଶଙ୍କ ଉପରେ ଅନେକ ଚୋଟ ଦେଇଥିଲେ। ମୁଁ ସେଠାରେ ପହଞ୍ଚିବା ବେଳକୁ ସେ ମରିଯାଇଥିଲେ।
ହତ୍ୟା ପଛର କାରଣ ବିଷୟରେ ପଚରାଯିବାରୁ ମହେଶ କୋଲହେ କହିଛନ୍ତି ଯେ ତାଙ୍କ ହତ୍ୟା ପଛର କାରଣ ସମ୍ପର୍କରେ ଆମେ ଏପର୍ଯ୍ୟନ୍ତ କୌଣସି ସୂଚନା ପାଇନାହୁଁ। ସେ କେବେ ବି ଆମକୁ ଧମକ ବିଷୟରେ କହି ନାହାଁନ୍ତି। ସେ କିଛି ହ୍ଵାଟ୍ସଆପ ଆପ୍ ଗ୍ରୁପରେ ନୁପୁର ଶର୍ମାଙ୍କ ବିଷୟରେ ବାର୍ତ୍ତା ପଠାଇଥିଲେ। ସେ କେବଳ ଏହି ଗୋଷ୍ଠୀରେ ଏହି ମେସେଜ କରିଥିଲେ, ଏହାକୁ ବ୍ୟକ୍ତିଗତ ଭାବରେ କାହା ନିକଟକୁ ପଠାଇ ନଥିଲେ।
ପୂର୍ବତନ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ସମର୍ଥନରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଜଣେ ଟେଲର କହ୍ନେୟାଲାଲଙ୍କୁ କିଛି ଦିନ ପୂର୍ବରୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ହତ୍ୟାକାରୀମାନେ ପୁରା ଘଟଣାର ଏକ ଭିଡିଓ ମଧ୍ୟ କରିଥିଲେ। ବର୍ତ୍ତମାନ ମହାରାଷ୍ଟ୍ରର ଅମ୍ରାବତୀରେ ଏଭଳି ଘଟଣାର ପୁନରାବୃତ୍ତି ପାଇଁ ଏକ ଉଦ୍ୟମ କରାଯାଇଛି। ନୁପୁରଙ୍କ ସମର୍ଥନ ପାଇଁ ୫୪ ବର୍ଷିୟ କେମିଷ୍ଟ ଉମେଶ କୋଲହେଙ୍କୁ ହତ୍ୟା କରାଯାଇଥିଲା।
ବିଜେପି ନେତାଙ୍କ ଗୁରୁତର ଅଭିଯୋଗବଦଲା ନେବା ପାଇଁ ଓ ଏକ ଉଦାହରଣ ସୃଷ୍ଟି କରିବା ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ସ୍ଥାନୀୟ ବିଜେପି ନେତାମାନେ ଉମେଶ ପ୍ରହ୍ଲାଦ କୋଲେହଙ୍କ ହତ୍ୟା ମାମଲାରେ ପୋଲିସକୁ ଏକ ଚିଠି ଦାଖଲ କରିଛନ୍ତି। ବିଜେପି ନେତାଙ୍କ ଚିଠି ବିଷୟରେ ପୋଲିସ ନିଶ୍ଚିତ କରିଛି। ପୋଲିସ କହିଛି ଯେ ଏହି ମାମଲାରେ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଛି ଓ ୬ ଜଣଙ୍କୁ ଗିରଫ କରାଯାଇଛି।
କୋଲହେ ଅମରାବତୀ ସହରରେ ଏକ ମେଡିକାଲ ଷ୍ଟୋର ଚଳାଉଥିଲେସେ ନୁପୁର ଶର୍ମାଙ୍କ ସମର୍ଥନରେ କିଛି ହ୍ଵାଟ୍ସଆପ ଆପ୍ ଗ୍ରୁପରେ ଏକ ପୋଷ୍ଟ ସେୟାର କରିଥିବା ଜଣାଯାଇଛି। ସେ ଭୁଲରେ ହ୍ଵାଟ୍ସଆପ ଆପ୍ ଗ୍ରୁପରେ ଏହି ପୋଷ୍ଟ ସେୟାର କରିଥିଲେ ଯେଉଁଥିରେ ତାଙ୍କ ଗ୍ରାହକଙ୍କ ସମେତ କିଛି ମୁସଲମାନ ସଦସ୍ୟ ମଧ୍ୟ ରହିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।