News18 Odia Digital
Government Annoucement: ୨୦୨୨-୨୩ ଆର୍ଥିକ ବର୍ଷ (Financial Year) ଶେଷ ହେବାକୁ ଯାଉଛି। ଏହା ସହିତ, ନୂଆ ଆର୍ଥିକ ବର୍ଷ (Financial Year) ଏପ୍ରିଲ୍ ପହିଲାରୁ ଆରମ୍ଭ ହୋଇଯିବ। ଏହାସହ ଅନେକ ନୂଆ ନିୟମ ମଧ୍ୟ ଲାଗିବାକୁ ଯାଉଛି।
ଏହି ନିୟମ ସାଧାରଣ ଲୋକଙ୍କୁ ମଧ୍ୟ ପ୍ରଭାବିତ କରିପାରେ। ଏଭଳି ପରିସ୍ଥିତିରେ, ୨୦୨୩ ଏପ୍ରିଲ୍ ୧ରୁ ହେବାକୁ ଥିବା ନୂଆ ପରିବର୍ତ୍ତନ ବିଷୟରେ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଏହି ପରିବର୍ତ୍ତନଗୁଡ଼ିକ ଆର୍ଥିକ କାରବାର, ସୁନା ଅଳଙ୍କାର (Gold Price) ଇତ୍ୟାଦି ସହିତ ମଧ୍ୟ ଜଡିତ। ୨୦୨୩ ଏପ୍ରିଲ ୧ରୁ କେଉଁ ନିୟମ ପରିବର୍ତ୍ତନ ହେବାକୁ ଯାଉଛି ଆସନ୍ତୁ ଜାଣିବା...
୧- ସରକାରୀ ଗ୍ୟାସ କମ୍ପାନୀ (LPG Gas) ଗୁଡିକ ପ୍ରତି ମାସର ୧ ତାରିଖରେ ଏଲପିଜି ଦାମ୍ ସଂଶୋଧନ କରିବା ସହ ନୂଆ ଦର ସ୍ଥିର କରିଥାନ୍ତି। ମାର୍ଚ୍ଚ ମାସରେ ସିଲିଣ୍ଡର ପିଛା ୫୦ ଟଙ୍କାର ଦରବୃଦ୍ଧି ଖାଉଟିଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଥିଲା। ସେହିପରି ଏପ୍ରିଲ ୧ ତାରିଖରେ ମଧ୍ୟ ଏହି ମୂଲ୍ୟ ପରିବର୍ତ୍ତନ ହୋଇପାରେ। ତେବେ ଏଲପିଜି ସହିତ ସିଏନଜି ଏବଂ ପିଏନଜି ଦାମ୍ ମଧ୍ୟ ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି। ପେଟ୍ରୋଲ-ଡିଜେଲ ଦର ପରିବର୍ତ୍ତନର ସମ୍ଭାବନା ମଧ୍ୟ ରହିଛି ।
୨. ସୁନା ଅଳଙ୍କାର ବିକ୍ରୟ- କେନ୍ଦ୍ର ଗ୍ରାହକ ବ୍ୟାପାର, ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ ମନ୍ତ୍ରଣାଳୟ କହିଛି ଯେ ଏପ୍ରିଲ ୧ ତାରିଖରୁ ହଲମାର୍କ ସ୍ୱତନ୍ତ୍ର ପରିଚୟ ନମ୍ବର (HUID) ବିନା ସୁନା ଅଳଙ୍କାର ବିକ୍ରିକୁ ଅନୁମତି ଦିଆଯିବ ନାହିଁ। ଗ୍ରାହକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେଇଛନ୍ତି ଯେ ମାର୍ଚ୍ଚ ୩୧, ୨୦୨୩ ପରେ HUID ହଲମାର୍କ ବିନା ସୁନା ଅଳଙ୍କାର ଏବଂ ସୁନା କଳାକୃତି ବିକ୍ରିକୁ ଅନୁମତି ଦିଆଯିବ ନାହିଁ।
୩. ୨୦୨୩ ବଜେଟରେ ହାଇ ପ୍ରିମିୟମ ଥିବା ଇନ୍ସୁରାନ୍ସରୁ ହେଉଥିବା ଆୟକରକୁ ନେଇ ଘୋଷଣା କରାଯାଇଛି। ତେବେ ଯଦି ଆପଣଙ୍କ ଆୟର ବାର୍ଷିକ ପ୍ରିମିୟମ ୫ ଲକ୍ଷରୁ ଅଦିକ ହୋଇଥାଏ, ତେବେ ଏଥିରେ ଟ୍ୟାକ୍ସ ଲାଗୁ କରାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ବୀମାରୁ ହେଉଥିବା ସମସ୍ତ ରେଗୁଲାର ଇନକମ୍ ସମ୍ପୂର୍ଣ୍ଣ ରହିଥିଲା । ତେବେ ଏପ୍ରିଲ ୧ ତାରିଖରୁ ଏହି ନିୟମରେ ପରିବର୍ତ୍ତନ ହେବ।
୪- ନୂଆ ଆର୍ଥିକ ବର୍ଷରେ ଲଗଜରୀ କାର କିଣିବା ମଧ୍ୟ ମହଙ୍ଗା ହୋଇପାରେ । ଦେଶରେ ବିଏସ-୬ର ଦ୍ୱିତୀୟ ଷ୍ଟେଜ ଆରମ୍ଭ ହେବାକୁ ଯାଉଛି । ଏହାଦ୍ୱାରା ଗାଡିକୁ ନୂଆ ନିୟମ ଅନୁସାରେ ଅପଡେଟ କରିବା ସହ ଆଗାମୀ ଖର୍ଚ୍ଚ ପାଇଁ ଏହାର ଦାମ ବଢିପାରେ । ଗ୍ରାହକମାନଙ୍କ ପାଇଁ ଗାଡିଗୁଡିକର ଦାମ୍ ମଧ୍ୟ ବୃଦ୍ଧି କରିପାରନ୍ତି ଅଟୋ କମ୍ପାନୀ । ଏହା ବ୍ୟତୀତ ଅନ୍ୟ ସେକ୍ୟର ଗୁଡିକରେ ମଧ୍ୟ କିଛି ପରିବର୍ତ୍ତନ ନେଇ ଆସିପାରେ ନୂଆ ଆର୍ଥିକ ବର୍ଷ ୨୦୨୩-୨୪ ।
ପଢ଼ନ୍ତୁ ଏହି ଖବର: କ୍ଷୁଦ୍ର ସଞ୍ଚୟକରୀଙ୍କ ପାଇଁ ଖୁସି ଖବର; PPF ଓ ସୁକନ୍ୟା ସମୃଦ୍ଧି ଯୋଜନାରେ ପରିବର୍ତ୍ତନ କରିବେ ସରକାର୫- ଏପ୍ରିଲ ପହିଲାରୁ ଫିଜିକାଲ ଗୋଲ୍ଡକୁ ଇ-ଗୋଲ୍ଡ ଏବଂ ଇ-ଗୋଲ୍ଡକୁ ଫିଜିକାଲ ଗୋଲ୍ଡରେ କନଭର୍ଟ କରାଯାଇପାରିବ । ତେବେ ଏଥିପାଇଁ କ୍ୟାପିଟାଲ ଗେନ୍ ଟାକ୍ସ ଦେବାକୁ ପଡିବ ନାହିଁ । ଏ ନେଇ ମଧ୍ୟ ବଜେଟ ୨୦୨୩ରେ ଘୋଷଣା କରାଯାଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।