ଭିଆଇପି ସୁରକ୍ଷା ତାଲିମ ମଡ୍ୟୁଲରେ ବଡ଼ ପରିବର୍ତ୍ତନ; 'ହେଲିବର୍ନ ସ୍ଲିଦରିଙ୍ଗ' ହେଲା ଅତ୍ୟାବଶ୍ୟକ.. ଜାଣନ୍ତୁ ଏହା କ’ଣ?

ସଲମାନ ରୁଶଡି ଆକ୍ରମଣ, ସିଞ୍ଜୋ ଆବେ ମର୍ଡର, ମୁସେୱାଲା ହତ୍ୟାକାଣ୍ଡ ଏବଂ ଋଷରେ ଧରାପଡିଥିବା ଆତ୍ମଘାତୀ ବିସ୍ଫୋରଣରୁ ଶିକ୍ଷା ଗ୍ରହଣ କରି ଭାରତୀୟ ସୁରକ୍ଷା ଏଜେନ୍ସିମାନେ ଭିଆଇପି ସୁରକ୍ଷା ତାଲିମ ମଡ୍ୟୁଲରେ ବଡ଼ ପରିବର୍ତ୍ତନ କରିଛନ୍ତି ।

ଭିଆଇପି ସୁରକ୍ଷା ତାଲିମ ମଡ୍ୟୁଲରେ ବଡ଼ ପରିବର୍ତ୍ତନ; 'ହେଲିବର୍ନ ସ୍ଲିଦରିଙ୍ଗ' ହେଲା ଅତ୍ୟାବଶ୍ୟକ.. ଜାଣନ୍ତୁ ଏହା କ’ଣ?

ଭିଆଇପି ସୁରକ୍ଷା ତାଲିମ ମଡ୍ୟୁଲରେ ବଡ଼ ପରିବର୍ତ୍ତନ; 'ହେଲିବର୍ନ ସ୍ଲିଦରିଙ୍ଗ' ହେଲା ଅତ୍ୟାବଶ୍ୟକ.. ଜାଣନ୍ତୁ ଏହା କ’ଣ?

  • Share this:
News 18 Odia Digital

ନୂଆଦିଲ୍ଲୀ; ସଲମାନ ରୁଶଡି ଆକ୍ରମଣ, ସିଞ୍ଜୋ ଆବେ ମର୍ଡର, ମୁସେୱାଲା ହତ୍ୟାକାଣ୍ଡ ଏବଂ ଋଷରେ ଧରାପଡିଥିବା ଆତ୍ମଘାତୀ ବିସ୍ଫୋରଣରୁ ଶିକ୍ଷା ଗ୍ରହଣ କରି ଭାରତୀୟ ସୁରକ୍ଷା ଏଜେନ୍ସିମାନେ ଭିଆଇପି ସୁରକ୍ଷା ତାଲିମ ମଡ୍ୟୁଲରେ ବଡ଼ ପରିବର୍ତ୍ତନ କରିଛନ୍ତି । ପ୍ରଥମ ଥର ପାଇଁ, ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ଯାହାର ଜୀବନପ୍ରତି ବିପଦ ଅଛି, ସେମାନଙ୍କର ସୁରକ୍ଷା ପାଇଁ ନିୟୋଜିତ କମାଣ୍ଡୋ ଓ ମୌଳିକ ତାଲିମ କୋର୍ସ କରୁଥିବା ସୁରକ୍ଷା କର୍ମୀଙ୍କୁ ହେଲିବୋର୍ନ ସ୍ଲିଦରିଙ୍ଗ ଅପରେସନରେ ତାଲିମ ଦିଆଯିବ । ଅର୍ଥାତ୍ ଜରୁରୀକାଳୀନ ପରିସ୍ଥିତିରେ ହେଲିକପ୍ଟର ବ୍ୟବହାର କରି ଆକ୍ରମଣକାରୀଙ୍କୁ ଧରିବା କିମ୍ବା ଯେତେବେଳେ ସେ ପଳାଇବା ପାଇଁ ଚେଷ୍ଟା କରୁଥିବେ ତାଙ୍କ ରାସ୍ତା ଅବରୋଧ କରିବା ଆଦି ତାଲିମ ଦିଆଯିବ ।

ହେଲିକପ୍ଟର ମାଧ୍ୟମରେ ଭାରତରେ ଭିଆଇପି ସୁରକ୍ଷା ସୁନିଶ୍ଚିତ କରାଯିବ

ଏହି ସ୍ୱତନ୍ତ୍ର VIP ସୁରକ୍ଷା ମଡ୍ୟୁଲ୍ ସୃଷ୍ଟି କରିବା ପୂର୍ବରୁ, ଚଳିତ ବର୍ଷ ଭାରତ ଏବଂ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱଙ୍କ ଉପରେ ହୋଇଥିବା ଆକ୍ରମଣର ମୂଲ୍ୟାଙ୍କନ କରାଯାଇଥିଲା, ଯାହା ପରେ ଏହା ସୃଷ୍ଟି କରାଯାଇଥିଲା । ଏହି ଟ୍ରେନିଂ ମଡ୍ୟୁଲ୍ ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଭିଆଇପି ସିକ୍ୟୁରିଟିରେ ନିୟୋଜିତ କମାଣ୍ଡୋଙ୍କଠାରୁ ସାଧାରଣ ସୁରକ୍ଷା କର୍ମୀଙ୍କ ପର୍ଯ୍ୟନ୍ତ ଏହାର ତାଲିମ ଦିଆଯିବ । ଏହା ବ୍ୟତୀତ, ଭିଆଇପି ସହିତ ଉପସ୍ଥିତ ଦ୍ରୁତ ପ୍ରତିକ୍ରିୟା ଦଳ ମଧ୍ୟ ଏହି ତାଲିମ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ଅଛନ୍ତି । ହେଲିବୋର୍ନ ସ୍ଲାଇରିଙ୍ଗ ନାମକ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ହେଲିକପ୍ଟରକୁ ତୁରନ୍ତ ଆବଶ୍ୟକ ସ୍ଥାନକୁ ଡକାଯାଏ, ଯେଉଁଠାରେ ସୁରକ୍ଷା ବାହିନୀ ଭିଭିଆଇପିଙ୍କ ସୁରକ୍ଷା ଦୃଷ୍ଟିରୁ ସୁରକ୍ଷା କର୍ମୀ ଚଢ଼ିଥାଆନ୍ତି ଏବଂ ଆକ୍ରମଣକାରୀଙ୍କ ପ୍ରତ୍ୟେକ ଷଡ଼ଯନ୍ତ୍ରକୁ ରୋକିବା ପାଇଁ ଦଉଡି ସାହାଯ୍ୟରେ ତଳକୁ ଓହ୍ଲାଇଥାନ୍ତି ।

ଏହା ହେଉଛି ପ୍ରଥମଥର ହୋଇଛି, ଯେତେବେଳେ ଏହି ସ୍ୱତନ୍ତ୍ର ତାଲିମ ମୌଳିକ ତାଲିମ କାର୍ଯ୍ୟକ୍ରମର ଏକ ଅଂଶ ହୋଇପାରିଛି, ଯାହା ଭିଆଇପି ସୁରକ୍ଷା କ୍ଷେତ୍ରରେ ସମସ୍ତ ସ୍ତରର ସୁରକ୍ଷା କର୍ମୀଙ୍କୁ ଶୀର୍ଷ ଶ୍ରେଣୀ ତାଲିମ ପ୍ରଦାନ କରିବ । ଏଥିରେ ହେଲିକପ୍ଟରକୁ ୧୮ ରୁ ୫୦ ମିଟର ଉଚ୍ଚତାକୁ ନିଆଯାଏ ଏବଂ ତା’ପରେ ସେଠାରୁ ସୁରକ୍ଷା କର୍ମୀମାନେ ଆବଶ୍ୟକ ସ୍ଥାନରେ ଅବତରଣ କରନ୍ତି । ଜଙ୍ଗଲରେ ଗଛ ଏବଂ ସହରାଞ୍ଚଳର କୋଠାଗୁଡ଼ିକ ଲମ୍ବା, ତେଣୁ ସେମାନଙ୍କୁ ଏତେ ଉଚ୍ଚତାରୁ ତଳକୁ ଓହ୍ଲାଇବାକୁ ପଡ଼ିଥାଏ । ଭିଆଇପି ସୁରକ୍ଷା ତାଲିମ ମଡ୍ୟୁଲରେ ପୁରୁଷ ଏବଂ ମହିଳାମାନଙ୍କୁ ମଧ୍ୟ ତାଲିମ ଦିଆଯାଉଛି ।

ଏହି ତାଲିମ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ଯଦି ଆକ୍ରମଣକାରୀ ଭିଭିଆଇପିଙ୍କ ଉପରେ ଆକ୍ରମଣ କରିବାର ଉଦ୍ଦେଶ୍ୟରେ କୌଣସି ସ୍ଥାନରେ ଲୁଚି ରହିଛନ୍ତି, ସନ୍ଦେହଜନକ କାର୍ଯ୍ୟକଳାପ କରୁଛନ୍ତି କିମ୍ବା ଅପରାଧ କରିବା ପରେ ପଳାଉଛନ୍ତି, ତେବେ ତାଙ୍କୁ ତୁରନ୍ତ ହେଲିକପ୍ଟର ସାହାଯ୍ୟରେ ଧରାଯାଇପାରିବ । ଖୁବ୍ ଶୀଘ୍ର ପାରାମିଲିଟାରୀ ଫୋର୍ସ ତଥା ରାଜ୍ୟ ପୋଲିସ୍ କର୍ମଚାରୀଙ୍କୁ ଏଭଳି ତାଲିମ ପ୍ରଦାନ ପାଇଁ ଯୋଜନା ଚାଲିଛି ।
Published by:Soubhagya Mishra
First published: