ବିଗ୍ ବସ୍ ୧୩: ମଧୁରିମା ତୁଲିଙ୍କୁ ଝଗଡ଼ା ସମୟରେ ହିଂସାତ୍ମକ ବ୍ୟବହାର ପାଇଁ ଶୋ’ରୁ ବାହାର କଲେ ସଲମାନ୍ ଖାନ୍

ମଧୁରିମା ବିଶାଲ୍‌ଙ୍କୁ ଏକ କଢ଼ାରେ ଆକ୍ରମଣ କରିଥିଲେ, ଯେଉଁଥିରେ କଢ଼ାଟି ଭାଙ୍ଗି ଯାଇଥିଲା । ତା’ ପୂର୍ବରୁ ମଧୁରିମା ଓ ବିଶାଲଙ୍କ ମଧ୍ୟରେ ଆଉ ଥରେ ଝଗଡ଼ା ହୋଇଥିଲା, ଯେଉଁଥିରେ ମଧୁରିମା ବିଶାଲଙ୍କୁ ଚ଼ପଲରେ ପିଟଥିଲେ ।

ବିଗ୍ ବସ୍ ୧୩: ମଧୁରିମା ତୁଲିଙ୍କୁ ଝଗଡ଼ା ସମୟରେ ହିଂସାତ୍ମକ ବ୍ୟବହାର ପାଇଁ ଶୋ’ରୁ ବାହାର କଲେ ସଲମାନ୍ ଖାନ୍
ମଧୁରିମା ତୁଲି
  • News18 Odia
  • Last Updated: January 18, 2020, 7:02 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବିଗ୍‌ ବସ୍‌ ଘରେ କ୍ରମଶଃ ବେଶୀ ବେଶୀ ଘଟୁଥିବା ହିଂସାତ୍ମକ ଘଟଣାକୁ ନେଇ ସୁପର୍‌ଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କୁ ଖୁବ୍‌ ରାଗ ଆସିଛି । ତେଣୁ ସେ ପ୍ରତିଯୋଗୀ ବିଶାଲ ଆଦିତ୍ୟ ସିଂ ଓ ମଧୁରିମା ତୁଲିଙ୍କୁ ସେମାନେ ନିକଟରେ ଦେଖେଇଥିବା କ୍ରୋଧଭରା ବ୍ୟବହାର ଯୋଗୁଁ ନିନ୍ଦା କରିଛନ୍ତି ।

ମଧୁରିମା ଓ ବିଶାଲଙ୍କ ମଧ୍ୟରେ ହୋଇଥିବା ଅଶୋଭନୀୟ ଝଗଡ଼ା ପରେ ଅନେକ ଫ୍ୟାନ୍‌ଙ୍କୁ ଲାଗୁଥିଲା ଯେ ସଲ୍‌ମାନ୍‌ ବୋଧହୁଏ ମଧୁରିମାଙ୍କୁ ଶୋ’ରୁ ବାହାର କରିଦେବେ । ଏବେ ଖବର ମିଳୁଛି ଯେ ସଲ୍‌ମାନ୍‌ ମଧୁରିମାଙ୍କୁ ଶୋ’ର ନିୟମ ଭାଙ୍ଗିଥିବା ଓ ହିଂସା ପ୍ରଦର୍ଶନ କରିଥିବା ଯୋଗୁଁ ବିଗ୍‌ ବସ୍‌ ହାଉସ୍‌ ଛାଡ଼ି ଚ଼ାଲିଯିବାକୁ କହିଛନ୍ତି ।

ଏହି ସପ୍ତାହର ଆରମ୍ଭରେ ମଧୁରିମା ବିଶାଲ୍‌ଙ୍କୁ ଏକ କଢ଼ାରେ ଆକ୍ରମଣ କରିଥିଲେ, ଯେଉଁଥିରେ କଢ଼ାଟି ଭାଙ୍ଗି ଯାଇଥିଲା । ବିଶାଲ୍‌ ତାଙ୍କ ମୁହଁ ଉପରକୁ ପାଣି ଫିଙ୍ଗି ତାଙ୍କୁ ଉସ୍‌କେଇବା ପରେ ହିଁ ଯାଇ ସେ ଅବଶ୍ୟ ଏମିତି କରିଥିଲେ ।

ଏହି ଝଗଡ଼ା ପରେ ବିଗ୍‌ ବସ୍‌ ସେ ଦୁଇ ଜଣଙ୍କୁ ଏକ ଜେଲ୍‌ ପରି ପରିବେଶରେ ବନ୍ଦ କରି ରଖିଥିଲେ ଓ ସପ୍ତାହ ଶେଷରେ ଘୋଷଣା ହେବାକୁ ଥିବା ଫଇସଲାକୁ ଅପେକ୍ଷା କରିବାକୁ କହିଥିଲେ ।

ଚ଼୍ୟାନେଲ ଜାରୀ କରିଥିବା ଏକ ପ୍ରିଭ୍ୟୁର ପ୍ରୋମୋ ଅନୁସାରେ ସଲମାନ୍‌ ଏହି ପୂର୍ବ ଯୋଡ଼ିଙ୍କୁ ନିନ୍ଦା କରୁଥିବାର ଦେଖାଯାଇଛି । ମଧୁରିମାଙ୍କ ମାଆ ବିଜୟା ମଧ୍ୟ ସାଙ୍କ ଝିଅ ପ୍ରତି ବିଶାଲ କରିଥିବା ବ୍ୟବହାର ପାଇଁ ତାଙ୍କୁ ନିନ୍ଦା କରିଥିଲେ ।

‘‘ଏଠି ଯାହା ହେଉଛି ସେସବୁ ଦେଖି ମୁଁ ମର୍ମାହତ । ଆପଣଙ୍କୁ ଜଣା ନାହିଁ ମାଆ ବାପାଙ୍କ ହୃଦୟରେ କେମିତି ଆଘାତ ଲାଗେ ଯେତେବେଳେ ଏମିତି କିଛି ଘଟଣା ହୁଏ । ବିଶାଲକୁ ପିଟାପିଟା କରିବା ମଧୁରିମାର ଭୁଲ୍‌ ଥିଲା, ମାତ୍ର ସେ ଆଗରୁ କେବେ ଏମିତି ଅତି ପ୍ରତିକ୍ରିୟାରେ କିଛି କରିନି । ବିଶାଲ ତାକୁ ଉସ୍‌କେଇବା ପରେ ତା’ର ସବୁ ହତାଶା ବାହାରକୁ ଫୁଟିପଡ଼ିଥିଲା,’’ ବକହିଛନ୍ତି ମଧୁରିମାର ମାଆ ବିଜୟା ।

ଏଇ ମାସର ଆରମ୍ଭରେ ମଧୁରିମା ଓ ବିଶାଲଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା, ଯେଉଁଥିରେ ମଧୁରିମା ବିଶାଲଙ୍କୁ ଚ଼ପଲରେ ପିଟଥିଲେ । ଏ ଘଟଣା ପାଇଁ ମଧୁରିମାଙ୍କୁ ସର୍ବାଧିକ ସଜା ମିଳିବା ଉଚ଼ିତ ବୋଲି ବିଶାଲ୍‌ କହିଥିଲେ ।
First published: January 18, 2020, 7:02 PM IST
corona virus btn
corona virus btn
Loading