News 18 Odia Digital
ନୂଆଦିଲ୍ଲୀ; Central Government employees DA Hike; କେନ୍ଦ୍ରୀୟ କର୍ମଚାରୀମାନେ ଆଗାମୀ ଦିନରେ ଭଲ ଉପହାର ପାଇବାକୁ ଯାଉଛନ୍ତି । ଗୋଟିଏ ନୁହେଁ କି ଦୁଇ ନୁହେଁ, ବରଂ ତିନୋଟି ଖୁସି ଖବର ସେମାନଙ୍କୁ ଅପେକ୍ଷା କରିଛି । ଚର୍ଚ୍ଚା ହେଉଛି ଯେ ଦୀପାବଳି ପର୍ଯ୍ୟନ୍ତ ସେମାନେ କେନ୍ଦ୍ର ସରକାରଙ୍କଠାରୁ ୩ ଟି ଉପହାର ପାଇବେ । ପ୍ରଥମେ, ସେପ୍ଟେମ୍ବର ଶେଷ ସୁଦ୍ଧା ସେମାନଙ୍କର ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ସ୍ଥିର ହୋଇଛି । ଦ୍ୱିତୀୟ ଡିଏ ଏରିଅର ସମ୍ପର୍କରେ ସରକାରଙ୍କ ସହ ଆଲୋଚନା ମାଧ୍ୟମରେ ସମାଧାନ ହେବାର ସମ୍ଭାବନା ରହିଛି । ତେବେ ସରକାର ଏରିଅର ଦେବା ସପକ୍ଷରେ ନାହାଁନ୍ତି । ଏଥି ସହିତ, EPFO ତରଫରୁ ପ୍ରୋଭିଡେଣ୍ଟ ପାଣ୍ଠିର ସୁଧ ଟଙ୍କା ମଧ୍ୟ ଇପିଏଫଓରୁ ଦୀପାବଳି ପର୍ଯ୍ୟନ୍ତ ଆକାଉଣ୍ଟରେ ଜମା ହୋଇଯାଇଥିବ । ଘରୋଇ କ୍ଷେତ୍ରର କର୍ମଚାରୀମାନେ ମଧ୍ୟ ଇପିଏଫ୍ ସୁଧର ଲାଭ ପାଇବେ ।
DA, DR ୪ ପ୍ରତିଶତ ବଢିବମହଙ୍ଗା ଭତ୍ତା (ଡିଏ) ଏବଂ ମହଙ୍ଗା ରିଲିଫ୍ (ଡିଆର) ରେ ମଧ୍ୟ କେନ୍ଦ୍ରୀୟ କର୍ମଚାରୀଙ୍କୁ ସରକାର ସୁବିଧା ପ୍ରଦାନ କରିବାକୁ ଯାଉଛନ୍ତି । ସେପ୍ଟେମ୍ବର ୨୦୨୨ ଶେଷ ସୁଦ୍ଧା ସେମାନଙ୍କର ମହଙ୍ଗା ଭତ୍ତା ଘୋଷଣା କରାଯିବ ବୋଲି ଆଶା କରାଯାଉଛି । ବର୍ତ୍ତମାନର ମହଙ୍ଗା ଭତ୍ତା ହାର ୩୪ ପ୍ରତିଶତ ରହିଛି । ଏଥିରେ ୪ ବୃଦ୍ଧି କରିବାକୁ ସ୍ଥିର କରାଯାଇଛି । ଏହାର ଅର୍ଥ ହେଉଛି ଆସନ୍ତା ମାସରେ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ମୋଟ ଦେୟ ୩୮ ପ୍ରତିଶତ ମିଳିବ । ଏହା ସହିତ ସେ ସେପ୍ଟେମ୍ବର ମାସର ଦରମା ସହିତ ଦୁଇ ମାସର ଏରିଅର ମଧ୍ୟ ପାଇପାରିବେ । ଯଦି ସୂତ୍ରକୁ ବିଶ୍ୱାସ କରାଯାଏ, ତେବେ ସରକାର ନବରାତ୍ରୀ ସମୟରେ ଏହା ଘୋଷଣା କରିପାରନ୍ତି । ଯଦି ଏପରି ହୁଏ , କର୍ମଚାରୀମାନେ ୩୮ ପ୍ରତିଶତ ହାରରେ DA ପାଇବେ ଏଥିସହିତ ପେନ୍ସନ୍ ଭୋଗୀଙ୍କ DR ମଧ୍ୟ ୩୮ ପ୍ରତିଶତରେ ପହଞ୍ଚିବ ।
DA Arrear ଟଙ୍କା ବି ମିଳିପାରେ କେନ୍ଦ୍ରୀୟ କର୍ମଚାରୀମାନେ ଖୁସି ଯେ ସେମାନଙ୍କର ମହଙ୍ଗା ଭତ୍ତା ୩୮ ପ୍ରତିଶତରେ ପହଞ୍ଚିଛି । ମେ ୨୦୨୦ ରେ ଫ୍ରିଜ୍ ହୋଇଥିବା DA, ଜୁଲାଇ ୨୦୨୧ରୁ ପୁନଃସ୍ଥାପିତ ହୋଇଥିଲା । କିନ୍ତୁ, ମେରେ ଦେଢ଼ ବର୍ଷର ଏରିଅର ଦିଆଯାଇନଥିଲା । ଏହା ଏକ ବହୁତ ବଡ ପରିମାଣ ଅଟେ । ରାଜ୍ୟସଭାରେ ସରକାର ସ୍ପଷ୍ଟ କରିଥିଲେ ଯେ ଦେଢ଼ ବର୍ଷ ପାଇଁ ମହଙ୍ଗା ଭତ୍ତା ଫ୍ରିଜ୍ କରାଯାଇଥିଲା । ଏପରି ପରିସ୍ଥିତିରେ ଏରିଅର ଅର୍ଥ ଦିଆଯିବ ନାହିଁ । ଜୁଲାଇରୁ ବର୍ଦ୍ଧିତ ହାର ସହିତ ମହଙ୍ଗା ଭତ୍ତା ଦିଆଯାଉଛି । କିନ୍ତୁ, ସେବେଠାରୁ ଡିଏ ଏରିଅର ଦାବି ସରକାରଙ୍କ ସହ ଆଲୋଚନା କରିବାକୁ ଚେଷ୍ଟା ଜାରି ରହିଛି । ଅନେକ ଥର କଥାବାର୍ତ୍ତା ହୋଇଛି, କିନ୍ତୁ କୌଣସି ସମାଧାନ ବାହାରିନାହିଁ । ବିଭିନ୍ନ କର୍ମଚାରୀ ସଂଗଠନ ଦାବି କରୁଛନ୍ତି ଯେ ଏଥର ସେମାନଙ୍କର ଦାବି ପୂରଣ ହେବ। ଏଥିପାଇଁ ସରକାର କିଛି ସମାଧାନ ବାହାର କରିବେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।