EV ଇଭି କିଣିବାର ବଡ଼ ବେନିଫିଟ; ଆୟକରରେ ମିଳିବ ବଡ଼ ରିହାତି... ଜାଣନ୍ତୁ କେତେ ହେବ ଲାଭ

ଇଲେକ୍ଟ୍ରୋନିକ୍ କାର୍ କିଣିବାର ଅନେକ ଲାଭ ବିଷୟରେ ଆପଣ ନିଶ୍ଚୟ ପଢ଼ିଥିବେ ଓ ଶୁଣିଥିବେ । କିନ୍ତୁ ବର୍ତ୍ତମାନ ଆମେ ଆପଣଙ୍କୁ ଏପରି ଏକ ଫାଇଦା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଇନକମ୍ ଟ୍ୟାକ୍ସ କ୍ଷେତ୍ରରେ ଏକ ବଡ଼ ଲାଭ ଦେବ ।

EV ଇଭି କିଣିବାର ବଡ଼ ବେନିଫିଟ; ଆୟକରରେ ମିଳିବ ବଡ଼ ରିହାତି... ଜାଣନ୍ତୁ କେତେ ହେବ ଲାଭ

EV ଇଭି କିଣିବାର ବଡ଼ ବେନିଫିଟ; ଆୟକରରେ ମିଳିବ ବଡ଼ ରିହାତି... ଜାଣନ୍ତୁ କେତେ ହେବ ଲାଭ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ : ଏକ ଇଲେକ୍ଟ୍ରୋନିକ୍ ଗାଡି, ବିଶେଷକରି ଏକ ଇଲେକ୍ଟ୍ରୋନିକ୍ କାର୍ କିଣିବାର ଅନେକ ଲାଭ ବିଷୟରେ ଆପଣ ନିଶ୍ଚୟ ପଢ଼ିଥିବେ ଓ ଶୁଣିଥିବେ । କିନ୍ତୁ ବର୍ତ୍ତମାନ ଆମେ ଆପଣଙ୍କୁ ଏପରି ଏକ ଫାଇଦା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଇନକମ୍ ଟ୍ୟାକ୍ସ କ୍ଷେତ୍ରରେ ଏକ ବଡ଼ ଲାଭ ଦେବ ଓ ଆପଣ ମଧ୍ୟ ଅଧିକ ଅର୍ଥ ସଞ୍ଚୟ କରିବେ । ଇଭିକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ବର୍ତ୍ତମାନ ଇନକମ୍ ଟ୍ୟାକ୍ସ ଉପରେ ମଧ୍ୟ ରିହାତି ପ୍ରଦାନ କରୁଛନ୍ତି । ଯଦି ଆପଣ ଏକ ଇଭି କିଣନ୍ତି ତେବେ ଆପଣ ବଡ ସଞ୍ଚୟ କରିବାକୁ ଯାଉଛନ୍ତି ।

ଇଭି କ୍ରୟ ଉପରେ ଆପଣ କେବଳ ଆୟକର ଛାଡ ପାଇବେ ନାହିଁ, ବରଂ ଆପଣ ଜିଏସଟିରେ ମଧ୍ୟ ଲାଭ ପାଇବେ । ଗୋଟିଏ ପଟେ ସରକାର ଅନ୍ୟ ଯାନ ଉପରେ ୪୦ ପ୍ରତିଶତରୁ ଅଧିକ ଜିଏସଟି ଦେବାକୁ ପଡିବ, ଇଲେକ୍ଟ୍ରିକ୍ କାର କିଣିଲେ ଆପଣଙ୍କୁ ମାତ୍ର ୫ ପ୍ରତିଶତ ଜିଏସଟି ଦେବାକୁ ପଡିଥାଏ ।

ଜାଣନ୍ତୁ କେତେ ଆଉ କେମିତି ମିଳିବ ଲାଭ

ଟିକସ ବିଶେଷଜ୍ଞ ମୁକେଶ ପଟେଲଙ୍କ ଅନୁଯାୟୀ, 80EEB ପ୍ରୋଭିଜନ ଅନୁଯାୟୀ ଇଭି କିଣିବା ସମୟରେ ନିଆଯାଇଥିବା ଋଣ ଉପରେ ୧.୫୦ ପର୍ଯ୍ୟନ୍ତ ଆୟକର ଛାଡ କରିବାର ବ୍ୟବସ୍ଥା ଅଛି । ଏହି ରିହାତି ସମସ୍ତ ଜବଧାରୀ, ବ୍ୟବସାୟୀ ଓ ନିବେଶକଙ୍କ ପାଇଁ ଵୈଧ ହେବ । ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ ମଞ୍ଜୁର ହୋଇଥିବା ଋଣ ଉପରେ ସୁଧ ପାଇଁ ଏହି ରିହାତି ପ୍ରଦାନ କରାଯିବ ।

ଏହିପରି ରିହାତି କିପରି ପାଇବେ ବୁଝନ୍ତୁ

ଯଦି ଆପଣ ୨୦ ଲକ୍ଷ ଇଭି ଋଣରେ କିଣନ୍ତି ଓ ବାର୍ଷିକ ୭.୫% ସୁଧ ଦିଅନ୍ତି, ତେବେ ଏହା ଉପରେ ୧.୫ ଲକ୍ଷ ଟଙ୍କା ସୁଧ ଦେବାକୁ ପଡିବ । କିନ୍ତୁ ବର୍ତ୍ତମାନ ଏହି ସମୁଦାୟ ସୁଧ ଆପଣଙ୍କ ମୋଟ ଆୟର ହିସାବରେ କଟାଯିବ । ଯଦି ଆପଣ ୩୦% ର ବ୍ରେକେଟରେ ଆସନ୍ତି, ତେବେ ଏହା ଅନୁଯାୟୀ ୪୫ ହଜାରରୁ ଅଧିକ ଟ୍ୟାକ୍ସ ତ ଆପଣ ସଞ୍ଚୟ କରିନେବେ । ବିଭିନ୍ନ ସ୍ଲାବ ଓ ଯାନର ମୂଲ୍ୟ ଅନୁସାରେ ଏହା ଅଧିକ କିମ୍ବା କମ ହେବ ।

ଏହା ବ୍ୟତୀତ ଆପଣ ଜିଏସ୍ଟି ଉପରେ ଲାଭ ପାଇବେ

ଯେକୌଣସି ଯାନ କ୍ରୟ ଉପରେ ୧୮ ରୁ ୨୮ ପ୍ରତିଶତ ଜିଏସଟି ଆଦାୟ କରାଯାଏ, ଯଦି କେହି ବିଳାସପୂର୍ଣ୍ଣ କାର କିଣୁଛନ୍ତି, ତେବେ ୨୮ ପ୍ରତିଶତ ଜିଏସଟି ସହିତ ୧୫ ପ୍ରତିଶତ ସେସ୍ ଦେବାକୁ ପଡିବ । କିନ୍ତୁ ଇଭି କ୍ଷେତ୍ରରେ ସରକାର ଏକ ବଡ ରିହାତି ଦେଇଛନ୍ତି । ଯଦି ଆପଣ ଏକ ଇଭି କିଣୁଛନ୍ତି ତେବେ ଆପଣଙ୍କୁ କେବଳ ୫% ଜିଏସ୍ଟି ଦେବାକୁ ପଡିବ ।
Published by:Soubhagya Mishra
First published: