ନିତିନ ଗଡକରୀଙ୍କ ବଡ଼ ଘୋଷଣା: ମାଗଣା ହେବ ଟୋଲ ପ୍ଲାଜା! ଦେଶର ସବୁ ସ୍ଥାନରୁ ଶେଷ ହେବ; ଜାଣନ୍ତୁ ପୂରା ପ୍ଲାନ

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ (Road Transport and Highways Minister) ଗୁରୁବାର ଦିନ ଟୋଲ ପ୍ଲାଜା (Toll palza) ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ଲୋକସଭାରେ ନିତିନ ଗଡକରୀ କହିଛନ୍ତି ଯେ ଆସନ୍ତା ଏକ ବର୍ଷ ମଧ୍ୟରେ ଦେଶର ସମସ୍ତ ଟୋଲ ପ୍ଲାଜା ବନ୍ଦ କରି ଦିଆଯିବ ।

ନିତିନ ଗଡକରୀଙ୍କ ବଡ଼ ଘୋଷଣା: ମାଗଣା ହେବ ଟୋଲ ପ୍ଲାଜା! ଦେଶର ସବୁ ସ୍ଥାନରୁ ଶେଷ ହେବ; ଜାଣନ୍ତୁ ପୂରା ପ୍ଲାନ
ଟୋଲ୍ ପ୍ଲାଜା
  • News18 Odia
  • Last Updated: March 18, 2021, 4:24 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ (Road Transport and Highways Minister) ଗୁରୁବାର ଦିନ ଟୋଲ ପ୍ଲାଜା (Toll palza) ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ଲୋକସଭାରେ ନିତିନ ଗଡକରୀ କହିଛନ୍ତି ଯେ ଆସନ୍ତା ଏକ ବର୍ଷ ମଧ୍ୟରେ ଦେଶର ସମସ୍ତ ଟୋଲ ପ୍ଲାଜା ବନ୍ଦ କରି ଦିଆଯିବ । ବର୍ତ୍ତମାନ ଗାଡ଼ିରେ ଜିପିଏସ୍ ସିଷ୍ଟମ୍ (Gps system) ସଂସ୍ଥାପିତ ହେବ । ଯାହା ସାହାଯ୍ୟରେ ଟୋଲ୍ ଆଦାୟ କରାଯିବ ।

କ’ଣ କହିଲେ ନିତିନ ଗଡକରୀ?
ଗୁରୁବାର ଦିନ ନିତିନ ଗଡକରୀ କହିଛନ୍ତି ଯେ ପୂର୍ବ ସରକାର ସମୟରେ ସହରାଞ୍ଚଳର ଅନେକ ସ୍ଥାନରେ ଟୋଲ ତିଆରି କରାଯାଇଥିଲା ଯାହା ଭୁଲ ଓ ଅନ୍ୟାୟ ଅଟେ । ସେଗୁଡିକୁ ହଟାଇବା କାର୍ଯ୍ୟ ଏକ ବର୍ଷ ମଧ୍ୟରେ ଶେଷ ହେବ । ଲୋକସଭାରେ ପ୍ରଶ୍ନ କାଳ ସମୟରେ ଗୃହର ସଦସ୍ୟ ଗୁରୁଜିତ୍ ଔଜଲା, ଦୀପକ ବ୍ୟାଜ୍ ଓ କୁନୱାର୍ ଦାନିଶ୍ ଅଲି ସପ୍ଲିମେଣ୍ଟାରୀ ପ୍ରଶ୍ନର ଉତ୍ତରରେ ସେମାନଙ୍କ ତରଫରୁ ଏହି ସୂଚନା ଦେଇଥିଲେ । ସେ କହିଛନ୍ତି ଯେ ପ୍ରଥମେ ସହର ମଧ୍ୟରେ ଟୋଲ ତିଆରି କରାଯାଇଥିଲା । ଏହା ଭୁଲ ଓ ଅନ୍ୟାୟ ଅଟେ । ଏହି ଟୋଲ ଏକ ବର୍ଷ ମଧ୍ୟରେ ଶେଷ ହେବ । ଏପରି ଟୋଲରେ ବହୁତ ଚୋରି ହେଉଛି । ଟୋଲ୍ ପ୍ଲାଜା ଶେଷ ହେବ କିନ୍ତୁ ଟୋଲ୍ ଦେବାକୁ ପଡିବ । ଗାଡକରୀ କହିଛନ୍ତି ଯେ ୯୩ ପ୍ରତିଶତ ଯାନ FASTag ବ୍ୟବହାର କରି ଟୋଲ୍ ଦେଇଥାଏ ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ଗାଡ଼ିରେ ଜିପିଏସ୍ ସିଷ୍ଟମ୍ (Gps system) ସଂସ୍ଥାପିତ ହେବ । ଯାହା ସାହାଯ୍ୟରେ ଟୋଲ୍ ଆଦାୟ କରାଯିବ । ଓ ଏହା ପରେ ସହର ଭିତରେ ଏଭଳି ଟୋଲ ଆବଶ୍ୟକ ହେବ ନାହିଁ । ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ୯୦ ପ୍ରତିଶତ ଜମି ଅଧିଗ୍ରହଣ ନକରି ଆମେ ଏହି ପ୍ରକଳ୍ପ ଆୱାର୍ଡ ପ୍ରଦାନ କରିନଥାଉ । ଜମି ଅଧିଗ୍ରହଣ ପରେ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିଆରପି) ପ୍ରସ୍ତୁତ କରାଯାଇଛି ।
Published by: Jagdish Barik
First published: March 18, 2021, 4:20 PM IST