ଶ୍ରୀରାମ ନବମୀରେ ବଡ଼ ଅଘଟଣ: ମନ୍ଦିରରେ ଲାଗିଲା ନିଆଁ, କୂଅରେ ଖସିପଡ଼ିଲେ ଭକ୍ତ

ଗୋଟିଏ ସ୍ଥାନରେ ରାମନବମୀ ଉତ୍ସବ ପାଇଁ ତିଆରି ହୋଇଥିବା ଟେଣ୍ଟ୍ ହୁ ହୁ ଜଳିଯାଇଛି । ଆଉ ଏକ ସ୍ଥାନରେ ୨୫ରୁ ଅଧିକ ଭକ୍ତ କୂଅ ଭିତରେ ଖସି ପଡ଼ିଛନ୍ତି ।

ଶ୍ରୀରାମ ନବମୀରେ ବଡ଼ ଅଘଟଣ: ମନ୍ଦିରରେ ଲାଗିଲା ନିଆଁ, କୂଅରେ ଖସିପଡ଼ିଲେ ଭକ୍ତ

ଶ୍ରୀରାମ ନବମୀରେ ବଡ଼ ଅଘଟଣ: ମନ୍ଦିରରେ ଲାଗିଲା ନିଆଁ, କୂଅରେ ଖସିପଡ଼ିଲେ ଭକ୍ତ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଶ୍ରୀରାମ ନବମୀ ଉତ୍ସବ ପାଳନ ବେଳେ ୨ଟି ବଡ଼ ଅଘଟଣ ସାମ୍ନାକୁ ଆସିଛି। ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲା ବେଣୁଗୋପାଳ ସ୍ବାମୀ ମନ୍ଦିରରେ ଅଗ୍ନିକାଣ୍ଡ ଘଟିଛି । ତନୁକୁ ମଣ୍ଡଳ ଦୁଭା ଗାଁରେ ଥିବା ବେଣୁଗୋପାଳ ସ୍ବାମୀ ମନ୍ଦିରରେ ଲାଗିଲା ନିଆଁ (fire) । ରାମନବମୀ ଉତ୍ସବ ପାଇଁ ତିଆରି ହୋଇଥିବା ଟେଣ୍ଟ୍ (tent) ହୁ ହୁ ଜଳିଯାଇଛି । ତେବେ ଘଟଣାରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି । ଅଗ୍ନିଶମ ବାହିନୀ (fire team) ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ମଧ୍ୟପ୍ରଦେଶ ଇନ୍ଦୋରରେ ମଧ୍ୟ ରାମନବମୀ ଉତ୍ସବ ବେଳେ ଅଘଟଣ ଘଟିଛି । ଶ୍ରୀ ବେଲେଶ୍ବର ମହାଦେବ ଝୁଲେଲାଲ ମନ୍ଦିରରେ ନାମଯଜ୍ଞ ଚାଲିଥିବା ବେଳେ ମନ୍ଦିର (temple) ପରିସରରେ ଥିବା ଏକ କୂଅର ଛାତ ଧସି ପଡ଼ିଛି । ଏହା ଧସି ପଡ଼ିବାରୁ ଛାତ ଉପରେ ଥିବା ୨୫ରୁ ଅଧିକ ଭକ୍ତ କୂଅ ଭିତରେ ଖସି ପଡ଼ିଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ଭକ୍ତମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଘଟଣା ବାବଦରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ । ଘଟଣାସ୍ଥଳରେ ସ୍ଥାନୀୟ ଜିଲ୍ଲାପାଳ, ପୋଲିସ କମିସନର, ଇନ୍ଦୋପ ମେୟର ସହିତ ଅନ୍ୟ ଅଧିକାରୀ ଉପସ୍ଥିତ ଅଛନ୍ତି । କୂଅରେ ଖସିପଡ଼ି ଆହତ ହୋଇଥିବା ଭକ୍ତଙ୍କ ହସ୍ପିଟାଲ (hospital) ପଠାଯାଇଛି ।

ଏହି ଖବର ପଢ଼ନ୍ତୁ-  ଏପ୍ରିଲରୁ UPI କାରବାର ହେବ ମହଙ୍ଗା ! ୨ହଜାରରୁ ଅଧିକ କାରବାର ଉପରେ ପଡ଼ିବ ଚାର୍ଜ !

https://www.youtube.com/watch?v=CSprLqaAObY
Published by:Soubhagya Mishra
First published: