Joe Biden: ଚୀନ୍‌ ଆକ୍ରମଣରୁ ତାଇୱାନ୍‌କୁ ରକ୍ଷା କରିବ ଆମେରିକା

ଚୀନ୍‌ ଆକ୍ରମଣ କଲେ ଆମେରିକା ସେନା ତାଇୱାନ୍‌କୁ ରକ୍ଷା କରିବ ବୋଲି ରବିବାର ଦିନ ପ୍ରସାରିତ ଏକ ସାକ୍ଷାତ୍‌କାରରେ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି ।

ଚୀନ୍‌ ଆକ୍ରମଣରୁ ତାଇୱାନ୍‌କୁ ରକ୍ଷା କରିବ ଆମେରିକା

ଚୀନ୍‌ ଆକ୍ରମଣରୁ ତାଇୱାନ୍‌କୁ ରକ୍ଷା କରିବ ଆମେରିକା

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

ୱାସିଂଟନ୍‌: ଚୀନ୍‌ ଆକ୍ରମଣ କଲେ ଆମେରିକା ସେନା ତାଇୱାନ୍‌କୁ ରକ୍ଷା କରିବ ବୋଲି ରବିବାର ଦିନ ପ୍ରସାରିତ ଏକ ସାକ୍ଷାତ୍‌କାରରେ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ସେ କହିଥିଲେ ଯେ ନିଜର ବୋଲି ଚୀନ୍‌ ଦାବି କରୁଥିବା ସ୍ବୟଂଶାସିତ ଦ୍ବୀପକୁ ଆମେରିକା ସେନା ରକ୍ଷା କରିବ କି ବୋଲି ‘ସିବିଏସ୍‌ ୬୦ ମିନିଟ୍‌’ ସାକ୍ଷାତ୍‌କାରରେ ପଚାରାଯିବାରୁ ସେ ଉତ୍ତର ଦେଲେ, ହଁ, ଯଦି ପ୍ରକୃତରେ ସେ ଭଳି ଅଭୂତପୂର୍ବ ଆକ୍ରମଣ ହୁଏ।

ଯେବେ ବାଇଦଡନ୍ ଙ୍କୁ ପଚରା ଗଲା ୟୁକ୍ରେନ୍‌ ଭଳି ଲୋକେ ରୁଷ୍‌ ସେନାକୁ ପ୍ରତିରୋଧ ନ କରି ଆମେରିକା ସେନା ଚୀନ୍‌ ଆକ୍ରମଣରୁ ତାଇୱାନ୍‌କୁ ରକ୍ଷା କରିବ କି, ତାଙ୍କ ଉତ୍ତର ଥିଲା ହଁ। ତାଙ୍କ କହିବା ଅନୁଯାୟୀ ବହୁ ଦିନ ପୂର୍ବେ ଯେଉଁ ରାଜିନାମାରେ ସ୍ବାକ୍ଷର କରିଥିଲୁ ସେଥିରେ ଆମର ସମ୍ମତି ରହିଛି। ‘ୱାନ୍‌ ଚାଇନା ପଲିସି’ ବି ରହିଛି। ନିଜ ସ୍ବାଧୀନତା ବିଷୟରେ ତାଇୱାନ୍‌ ନିଜେ ବିଚାର କରିବ। ଆମେ ସେମାନଙ୍କୁ ସ୍ବାଧୀନ ହେବା ପାଇଁ ଉତ୍ସାହ ଦେଉନାହୁଁ। ରାଷ୍ଟ୍ରପତି ବାଇଡେନ୍‌ଙ୍କ ବିବୃତି ଅନୁଯାୟୀ, ତାଇୱାନ୍‌ ପରିପ୍ରେକ୍ଷୀରେ ଆମେରିକା ଚୀନ୍‌ ଉପରେ ଅଧିକ ଗୁରୁତ୍ବ ଦେଉଛି।
Published by:Soumyashree Mishra
First published: