ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଗୁଜରାଟ: ୨୦୧୭ରେ ପ୍ରଥମ ଥର MLA ହେଲେ ଭୂପେନ୍ଦ୍ର ପଟେଲ; ମାତ୍ର ୪ ବର୍ଷ ପରେ CM ହୋଇଗଲେ

ଗୁଜରାଟ: ୨୦୧୭ରେ ପ୍ରଥମ ଥର MLA ହେଲେ ଭୂପେନ୍ଦ୍ର ପଟେଲ; ମାତ୍ର ୪ ବର୍ଷ ପରେ CM ହୋଇଗଲେ

Why was Bhupendra Patel chosen as Gujarat new CM? ଭୂପେନ୍ଦ୍ର ପଟେଲ କିଏ ଓ ତାଙ୍କ ନାଁକୁ ବିଜେପି କାହିଁକି ବାଛିଲା ସେ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ୫୯ ବର୍ଷୀୟ ଭୂପେନ୍ଦ୍ର ମାତ୍ର ଚାରି ବର୍ଷ ତଳେ ପ୍ରଥମ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଲେ ବି ଗୁଜରାଟ ରାଜନୀତିରେ ଜଣେ ପୋଖତ ଖେଳାଳି ରହିଆସିଛନ୍ତି ।

ଗୁଜରାଟ: ୨୦୧୭ରେ ପ୍ରଥମ ଥର MLA ହେଲେ ଭୂପେନ୍ଦ୍ର ପଟେଲ; ମାତ୍ର ୪ ବର୍ଷ ପରେ CM ହୋଇଗଲେ
ଗୁଜରାଟର ନୂଆ ମୁଖ୍ୟ ମନ୍ତ୍ରୀ ଭୂପେନ୍ଦ୍ର ପଟେଲ (ମଝି; ପି.ଟି.ଆଇ. ଫାଇଲ୍‌ ଫଟୋ)
  • News18 Odia
  • Last Updated: September 13, 2021, 9:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବିଜେପିକୁ ଘାରିଛି ମୁଖ୍ୟ ମନ୍ତ୍ରୀ ପରିବର୍ତ୍ତନ ନିଶା। ସେଇଥି ପାଇଁ ଗୋଟିଏ ପରେ ଗୋଟିଏ ରାଜ୍ୟରେ ଦଳ ବଦଳାଇ ଚାଲିଛି ମୁଖ୍ୟ ମନ୍ତ୍ରୀ । କର୍ଣ୍ଣାଟକ ଓ ଉତ୍ତରାଖଣ୍ଡ ପରେ ଆଲିଛି ଗୁଜରାଟର (Gujarat) ପାଳି । ଗୁଜରାଟରେ ବିଜୟ ରୁପାଣୀଙ୍କ (Vijay Rupani) ଅଚାନକ ଇସ୍ତଫା ପରେ ଜଣେ ନିର୍ବିବାଦୀୟ ନେତାଙ୍କୁ ମୁଖ୍ୟ ମନ୍ତ୍ରୀ କରିବା ପଛରେ ବିଜେପିର ଯେଉଁ ରାଜନୈତିକ ଉଦ୍ଦେଶ୍ୟ ରହିଛି ତାହା ସ୍ପଷ୍ଟ ଜଣାପଡୁଛି । ଏବେ ବିଜେପିର ପଟିଦାର କାର୍ଡ଼କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ପ୍ରକୃତରେ ଗୁଜରାଟର ନୂଆ ମୁଖ୍ୟ ମନ୍ତ୍ରୀ ଭୂପେନ୍ଦ୍ର ପଟେଲ (Bhupanedra Patel) ଦଳ ପାଇଁ ପଟିଦାର ଭୋଟ୍ (Gujarat Patidar vote) ହାତେଇ ପାରିବେ ତ? ଏହି ପ୍ରଶ୍ନ ଏବେ ବିଜେପିର ରଣନୀତିକାରଙ୍କ ମନରେ ବସା ବାନ୍ଧିଛି।

ପ୍ରକୃତରେ ଭୂପେନ୍ଦ୍ର ପଟେଲ ଗୁଜରାଟର ମୁଖ୍ୟ ମନ୍ତ୍ରୀ ହେବେ ବୋଲି କେହି ଭାବି ନ ଥିଲେ। ଏହାକୁ ନେଇ କେବେ ଚର୍ଚ୍ଚା ବି ହେଉ ନ ଥିଲା । ହେଲେ ଶେଷରେ ସବା ପଛରେ ବସିଥିବା ଜଣେ ପଟେଲ୍‌ ଚେହେରାଙ୍କ ନାଁ ମୁଖ୍ୟ ମନ୍ତ୍ରୀ ପାଇଁ ଘୋଷଣା ହେଲା । ଆଦୌ ଚର୍ଚ୍ଚାରେ ନ ଥିବା ଜଣେ ନିର୍ବିବାଦୀୟ ନେତାଙ୍କୁ ମୁଖ୍ୟ ମନ୍ତ୍ରୀ କରିବାକୁ ବିଜେପିର କେନ୍ଦ୍ରୀୟ ନେତୃତ୍ବର ସହମତି ପ୍ରକାଶ ପାଇବା ପରେ  ସୋମବାର ଶପଥ ନେଇଛନ୍ତି ଭୂପେନ୍ଦ୍ର ପଟେଲ । ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଭୂପେନ୍ଦ୍ରଙ୍କ ଶପଥ ଗ୍ରହଣ ଉତ୍ସବରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ (Amit Shah) ମଧ୍ୟ ଉପସ୍ଥିତ ଥିଲେ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନୂଆଁଖାଇ ତିହାରରେ ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହେଲା; ଇଷ୍ଟଦେବୀଙ୍କୁ ଦିଆଗଲା ନବାନ୍ନ

ଭୂପେନ୍ଦ୍ର ପଟେଲ କିଏ ଓ ତାଙ୍କ ନାଁକୁ ବିଜେପି କାହିଁକି ବାଛିଲା ସେ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ୫୯ ବର୍ଷୀୟ ଭୂପେନ୍ଦ୍ର ପଟେଲଙ୍କ ଘର ଅହମ୍ମଦାବାଦର ସିଲାଜରେ । ୨୦୧୭ ମସିହାରେ ପ୍ରଥମ ଥର ପାଇଁ ସେ ଘାଟଲୋଡ଼ିୟାରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରଥମ ଥର ବିଧାୟକ ହୋଇଥିଲେ ମଧ୍ୟ ସେ ଗୁଜରାଟ ରାଜନୀତିରେ ଜଣେ ପୋଖତ ଖେଳାଳି ରହିଆସିଛନ୍ତି ।

ଭୂପେନ୍ଦ୍ର ପଟେଲ ଗୁଜରାଟର ନୂଆ ମୁଖ୍ୟ ମନ୍ତ୍ରୀ ଭାବେ ଶପଥ ନେଉଛନ୍ତି ।


ଏହା ବି ପଢ଼ନ୍ତୁ | ‘‘ମୁଁ ଏଇ ବିଲଡିଂକୁ ଏଇଠି, ଏବେ ଭାଙ୍ଗିଦେବି’’: ଆନ୍ଧ୍ର ମନ୍ତ୍ରୀ ଓଡ଼ିଶା ଭିତରେ ପଶି ନାଲି ଆଖି ଦେଖାଇଲେ

ଭୂପେନ୍ଦ୍ର ପଟେଲ ୧୯୯୯-୨୦୦୦ରେ ମେମନଗର ପୌରପାଳିକାର ଅଧ୍ୟକ୍ଷ ଥିଲେ।  ୨୦୧୫ରୁ ୨୦୧୭ ମସିହା ପର୍ଯ୍ୟନ୍ତ ସେ ଅହମ୍ମଦାବାଦ ସହରାଞ୍ଚଳ ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ କାର୍ଯ୍ଯ କରିଥିଲେ। ରାଜ୍ୟର ପଟେଲ୍‌ ସମୁଦାୟର ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟରେ ତାଙ୍କ ନେତୃତ୍ବ ସର୍ବଦା ପ୍ରଶଂସାଯୋଗ୍ୟ ରହିଛି। ଏହି ସମୁଦାୟର ଜଣେ ନିର୍ଭରଯୋଗ୍ୟ ନେତା ଭାବେ ସେ ସବୁ ମହଲରେ ପରିଚିତ।

ଏହା ବି ପଢ଼ନ୍ତୁ | କଟକରେ ବଢ଼ିବ ନାହିଁ ଦୁର୍ଗା ମୂର୍ତ୍ତିର ଉଚ୍ଚତା; ରାଜ୍ୟରେ କଟକଣା କାଏମ୍ରହିବ ବୋଲି ସ୍ପଷ୍ଟ କଲେ ସରକାର

ଭଗବାନ ଶ୍ରୀରାମଙ୍କ ଉତ୍ତରାଧିକାରୀ ଭାବେ ନିଜକୁ ବିବେଚିତ କରୁଥିବା ପଟିଦାର ବା ପଟେଲ ସମୁଦାୟର ଗୁଜରାଟର ଭୋଟ୍‌ ଶେୟାର୍‌ ୧୨ରୁ ୧୪ ପ୍ରତିଶତ। ତେଣୁ ଉଭୟ ଆର୍ଥିକ ଓ ରାଜନୈତିକ କ୍ଷେତ୍ରରେ ସେମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ । ନିର୍ବାଚନରେ ଏକ ତୃତୀୟାଂଶ ବିଧାୟକ କେବଳ ଏହି ସମୁଦାୟରୁ ହିଁ ନିର୍ବାଚିତ ହୋଇଥାନ୍ତି । ୨୦୧୭ ମସିହାରେ ପଟିଦାର ସମୁଦାୟର ସଂରକ୍ଷଣ ଆନ୍ଦୋଳନ ବିଜେପିକୁ ଶହେ ଆସନ ଭିତରେ ରହିବାକୁ ବାଧ୍ୟ କରିଥିଲା । ସେଥି ପାଇଁ ଭୂପେନ୍ଦ୍ର ପଟେଲଙ୍କୁ ଦଳ ଚେହେରା କରି ପଟେଲ ସମୁଦାୟର ଆସ୍ଥାଭାଜନ କରିବାକୁ ପ୍ରଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଆଖି ବୁଜିଲେ ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ; SCB ବିରୋଧରେ ଆଣିଥିଲେ ଅଭିଯୋଗ

ଅନ୍ୟ ପକ୍ଷରେ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କ ଦବଦବା ଓ ଲୋକଙ୍କ ବିରୋଧ ବିଜେପିକୁ ଅଡୁଆରେ ପକାଇ ଦେଇଛି। ତେଣୁ ଭୂପେନ୍ଦ୍ରଙ୍କୁ ଦଳ ମୁଖ୍ୟ ମନ୍ତ୍ରୀ କରି ଆସନ୍ତା ନିର୍ବାଚନରେ ଏକ ନୂଆ ରଣନୀତି ପ୍ରସ୍ତୁତ କରିବାକୁ ବିଜେପି ଏଭଳି କରିଥିବା ଚର୍ଚ୍ଚା ହେଉଛି।



ତିନିଟି ରାଜ୍ୟରେ (ଉତ୍ତରାଖଣ୍ଡ, କର୍ଣ୍ଣାଟକ, ଗୁଜରାଟ) ଚାରି ଜଣ ମୁଖ୍ଯ ମନ୍ତ୍ରୀଙ୍କୁ ବଦଳାଇ ବିଜେପି ହାଇକମାଣ୍ଡ୍‌ ଦଳ ପାଇଁ ଉନ୍ନତ ମାର୍ଗ ପ୍ରଶସ୍ତ କରିବାକୁ ଚାହୁଁଛି । ହେଲେ ଏହା ଭିତରେ ପ୍ରଶ୍ନ ବି ଉଠିଛି: ସତରେ କ'ଣ ବିଜେପି ସରକାରରେ କିଛି ମୁଖ୍ୟ ମନ୍ତ୍ରୀଙ୍କ ଉପରେ ଦଳ ଭରସି ପାରୁନି ନା ସଂପୃକ୍ତ ମୁଖ୍ୟ ମନ୍ତ୍ରୀମାନେ ପ୍ରଦର୍ଶନରେ ବିଫଳ ହେଉଛନ୍ତି ବା ଦଳୀୟ ମୁଣ୍ଡିଆଳଙ୍କୁ ସନ୍ତୁଷ୍ଟ କରି ପାରୁନାହାନ୍ତି? ସେହି ପ୍ରଶ୍ନର ଉତ୍ତର କୌଣସି ବିଜେପି ନେତା ଏ ପର୍ଯ୍ୟନ୍ତ ଦେଇ ନାହାନ୍ତି ।
Published by: Anand S.T. Das
First published: September 13, 2021, 9:33 PM IST