ଘର ତିଆରି ପାଇଁ ଗୋଲ୍ଡ ଲୋନ୍ କରିବାକୁ ପତି ଗହଣା ମାଗିଲାରୁ ସ୍ତ୍ରୀ ଛାଡ଼ପତ୍ରର ଧମକ ଦେଲେ

ମହିଳା ଏ କଥା ବି କହିଥିଲେ ଯେ ତାଙ୍କ ପତି ନନଭେଜ୍ ଖାଆନ୍ତି, ଯାହାକୁ ସେ ପସନ୍ଦ କରନ୍ତି ନାହିଁ । ଶେଷରେ ତାଙ୍କୁ ଘରକୁ ଫେରାଇ ଆଣିବାକୁ ସ୍ୱାମୀଙ୍କୁ ଲିଖିତ ଆକାରରେ କହିବାକୁ ପଡ଼ିଥିଲା ଯେ ସେ ଆଉ ଅଳଙ୍କାର ମାଗିବେନି ଓ ନନଭେଜ୍ ବି ଖାଇବେନି ।

ଘର ତିଆରି ପାଇଁ ଗୋଲ୍ଡ ଲୋନ୍ କରିବାକୁ ପତି ଗହଣା ମାଗିଲାରୁ ସ୍ତ୍ରୀ ଛାଡ଼ପତ୍ରର ଧମକ ଦେଲେ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 20, 2020, 10:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୋପାଳ: ଯଦିଓ ମହିଳାମାନେ ଅଳଙ୍କାରକୁ (jewellery) ବହୁତ ଭଲ ପାଆନ୍ତି, କିନ୍ତୁ ଅଳଙ୍କାର ବିଷୟରେ କଥାବାର୍ତ୍ତା ହେଉଁ ହେଉଁ କଥା ଛାଡ଼ପତ୍ରରେ (divorce) ପହଞ୍ଚିଯିବା ବିଷୟରେ ଆପଣ ଆଗରୁ ଶୁଣି ନ ଥିବେ । କିନ୍ତୁ ଏମିତି ଏକ ଘଟଣା ଘଟିଛି ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳରେ ।

ଜଣେ ବ୍ୟକ୍ତିଙ୍କୁ ଘର ନିର୍ମାଣ ପାଇଁ ସୁନା ଋଣ (gold loan) ନେବାକୁ ପଡ଼ିଲା । ଯେତେବେଳେ ସେ ନିଜ ପତ୍ନୀଙ୍କ ଠାରୁ ତାଙ୍କର ଅଳଙ୍କାର ମାଗିଲେ, ପତ୍ନୀ ମନାକଲେ । ଏହାକୁ ନେଇ ଦୁହିଙ୍କ ଭିତରେ ବିବାଦ ଆରମ୍ଭ ହୋଇଗଲା । ସେହି ବିବାଦ ଏତେ ବଢ଼ିଗଲା ଯେ ପତ୍ନୀ ତାଙ୍କ ବାପଘରକୁ ଚାଲିଗଲେ । ଶେଷରେ ଏହି ବିବାଦ ଛାଡ଼ପତ୍ରରେ ପହଞ୍ଚିଯାଇଥିଲା । ପାରିବାରିକ ବିବାଦ ପ୍ରାଧିକରଣ ପତି ଓ ପତ୍ନୀଙ୍କୁ ଡାକି ଏହି ମାମଲାର ସମାଧାନ କରିଥିଲେ ।

ସମାଧାନର ସର୍ତ୍ତ ଭାବରେ ପତ୍ନୀଙ୍କୁ ମନାଇବା ପାଇଁ ସ୍ୱାମୀଙ୍କୁ ଲିଖିତ ଆକାରରେ ଦେବାକୁ ପଡ଼ିଲା ଯେ ସେ ଆଗକୁ କେବେ ବି ତାଙ୍କ ଠାରୁ ଅଳଙ୍କାର ମାଗିବେ ନାହିଁ । ପତି ଜଣକ ପୋଲିସରେ କନଷ୍ଟେବଳ ଚାକିରି କରନ୍ତି ।

ଏହା ବି ପଢ଼ନ୍ତୁ | SSR Case: ହସ୍ପିଟାଲ୍ କର୍ମଚାରୀ କହିଲେ ସୁଶାନ୍ତଙ୍କ ବେକରେ ଛୁଞ୍ଚି ଫୋଡ଼ା ହେବାର ଚିହ୍ନ ଥିଲା ଓ ଗୋଡ଼ ଭାଙ୍ଗି ଯାଇଥିଲା

ଏହି କନେଷ୍ଟବଳ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ ତାଙ୍କ ପତ୍ନୀ ତାଙ୍କ ସହ ଝଗଡ଼ା କରି ତାଙ୍କ ବାପଘରକୁ ଚାଲିଯାଇଛନ୍ତି । ଏହାର କାରଣ ହେଉଛି ଯେ ସେ ଅସମାପ୍ତ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ପତ୍ନୀଙ୍କ ଠାରୁ ତାଙ୍କ ସୁନା ଗହଣା ଗୋଲ୍ଡ ଲୋନ୍‌ ପାଇଁ ମାଗିଥିଲେ । ପତ୍ନୀ ଏହାକୁ ନେଇ ଝଗଡ଼ା କରିଥିଲେ ଓ ତା’ ପରେ ସେ ବିବାହରେ ମିଳିଥିବା ଅଳଙ୍କାର, ଚାରି ଲକ୍ଷ ଟଙ୍କା ଓ ଚେକ୍ ନେଇ ବାପଘରକୁ ଚାଲିଯାଇଥିଲେ ।

ଏହି କାରଣରୁ କନେଷ୍ଟବଳଙ୍କ ଗୃହ ନିର୍ମାଣ ବନ୍ଦ ହୋଇଯାଇଥିଲା । ହେଲେ ସେ ନିଜ ପତ୍ନୀଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନ ଥିଲେ । ତାଙ୍କ kହିବା ଅନୁସାରେ ହିଁ ତ ସେ ବିଭିନ୍ନ ସ୍ଥାନରୁ ଋଣରେ ନେଇ ସେହି ଟଙ୍କାରେ ଏକ ଘର ନିର୍ମାଣ କରୁଥିଲେ । ଯଦି ତାଙ୍କ ସ୍ତ୍ରୀ ଫେରି ନ ଆସନ୍ତି, ତେବେ ସବୁ କିଛି ଓଲଟପାଲଟ ହୋଇଯିବ ବୋଲି ସେ ନିଜ ଅଭିଯୋଗରେ କହିଥିଲେ ।

ଏହା ବି ପଢ଼ନ୍ତୁ ଅନଲାଇନ୍ ଠକେଇ ପାଇଁ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍ ଏହି ମହିଳାଙ୍କ ଠାରୁ ଭଡ଼ାରେ ନେଉଥିଲେ ଆକାଉଣ୍ଟ୍

ଏହି ମାମଲାରେ ପତି ଓ ପତ୍ନୀଙ୍କୁ ତିନି ଥର କାଉନସେଲିଂ କରାଯାଇଥିଲା । ଏହା ପରେ ଉଭୟଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା । କାଉନସେଲିଂରେ ପତ୍ନୀ କହିଥିଲେ ଯେ ଯାହା ବି ହୋଇଯାଉ ସେ ନିଜ ଅଳଙ୍କାର ଦେବେ ନାହିଁ । ସେ କହିଥିଲେ ଯେ ଘର ନିର୍ମାଣ ହେଉ କି ନ ହେଉ, ଅଳଙ୍କାର ତ ସେମାନଙ୍କର ଏକ ମାତ୍ର ପୁଞ୍ଜି । ତେଣୁ ତାକୁ ସେ ନଷ୍ଟ ହେବାକୁ ଦେଇପାରିବେ ନାହିଁ ।

ମହିଳା କହିଥିଲେ ଯେ ତାଙ୍କ ସ୍ୱାମୀ ପୂର୍ବରୁ ମଧ୍ୟ ଏମିତି ଥରେ କରିଥିଲେ । ତେଣୁ ତାଙ୍କ ଉପରେ ଆଉ ଥରେ ସେ ଭରସା କରିପାରିବେ ନାହିଁ ବୋଲି ସେ କହିଥିଲେ । ସେ ଏହା ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ୱାମୀ ମଦ୍ୟପାନ କରି ତାଙ୍କ ସହ ଝଗଡ଼ା କରନ୍ତି, ଆଉ ସେଇଟା ତାଙ୍କୁ ବିରକ୍ତ କରେ ।



ମହିଳା ଏ କଥା ବି କହିଥିଲେ ଯେ ତାଙ୍କ ପତି ନନଭେଜ୍ ଖାଆନ୍ତି, ଯାହାକୁ ସେ ପସନ୍ଦ କରନ୍ତି ନାହିଁ । ଶେଷରେ ପତ୍ନୀଙ୍କୁ ସନ୍ତୁଷ୍ଟ କରି ଘରକୁ ଫେରାଇ ଆଣିବାକୁ ସ୍ୱାମୀଙ୍କୁ ଲିଖିତ ଆକାରରେ କହିବାକୁ ପଡ଼ିଥିଲା ଯେ ସେ ତାଙ୍କ ଠାରୁ ଅଳଙ୍କାର ମାଗିବେ ନାହିଁ ଓ ମଦ ଏବଂ ନନଭେଜ୍ ଆଉ ଖାଇବେ ନାହିଁ । ଏହା ପରେ ପତ୍ନୀ ତାଙ୍କ ସହ ଘରକୁ ଯିବାକୁ ରାଜି ହୋଇଥିଲେ ।
Published by: Anand Shankar Thankur Das
First published: October 20, 2020, 10:33 PM IST
corona virus btn
corona virus btn
Loading