ଅଭିନେତା ପୱନ ସିଂ ଓ ଅକ୍ଷରାଙ୍କ ଏହି ଭୋଜପୁରୀ ଗୀତର VIDEO ଖୁବ୍ ଭାଇରାଲ୍ ହେଉଛି

ଭୋଜପୁରୀ ଫିଲ୍ମ ଜଗତର ସୁପରଷ୍ଟାର ପୱନ ସିଂଙ୍କ ଏହି ଗୀତକୁ ବର୍ତ୍ତମାନ ସୁଦ୍ଧା ପାଞ୍ଚ କୋଟିରୁ ଅଧିକ ଥର ଦେଖାଯାଇ ସାରିଲାଣି । ଏହି ଗୀତର ଭିଡିଓକୁ ଏ ପର୍ଯ୍ୟନ୍ତ ୮୮ ହଜାରରୁ ଅଧିକ ଥର ଲାଇକ୍ ବି କରାଗଲାଣି ।

ଅଭିନେତା ପୱନ ସିଂ ଓ ଅକ୍ଷରାଙ୍କ ଏହି ଭୋଜପୁରୀ ଗୀତର VIDEO ଖୁବ୍ ଭାଇରାଲ୍ ହେଉଛି
‘‘ଲଲଇୟା ଚୁସା ରାଜାଜୀ’’ ଗୀତରେ ପୱନ ସିଂଙ୍କ ସହ ଅକ୍ଷରା ସିଂ
  • News18 Odia
  • Last Updated: December 21, 2020, 3:17 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭୋଜପୁରୀ ଫିଲ୍ମ ଜଗତର ସୁପରଷ୍ଟାର ପୱନ ସିଂ (Pawan Singh Bhojpuri film star) ଗୋଟିଏ ପରେ ଗୋଟିଏ ନୂଆ ଗୀତ ସହ ସୋସିଆଲ ମିଡ଼ିଆରେ ଧମାଲ୍‌ ମଚାଇଛନ୍ତି । ପୱନ ସିଂଙ୍କ ସିଙ୍ଗଲ୍ ଟ୍ରାକରେ ବି ଅନେକ ପରିବର୍ତ୍ତନ ଆସିଛି । ବଲିଉଡ (Bollywood) ଶୈଳୀରେ ପୱନ ସିଂ ଆଜିକାଲି ନିଜ ଗୀତକୁ ଲୋକଙ୍କ ପାଖରେ ପହଞ୍ଚାଉଥିବା ଦେଖାଯାଉଛି ।

ହେଲେ ପୱନ ସିଂ ଆଜିକାଲି ଜବରଦସ୍ତ ଚର୍ଚ୍ଚାରେ ଅଛନ୍ତି ନିଜର କୌଣସି ନୂଆ ଗୀତ ପାଇଁ ନହହେଁ, ବରଂ ଏକ ପୁରୁଣା ଗୀତ ପାଇଁ (Bhojpuri film) । ଇଣ୍ଟରନେଟରେ ପୱନ ସିଂଙ୍କ ଏକ ପୁରୁଣା ଗୀତର ଭିଡିଓ ଖୁବ୍‌ ଦେଖାଯାଉଛି । ଏହି ଗୀତର ଭିଡିଓଟି ୨୦୧୭ରେ ମୁକ୍ତିଲାଭ କରିଥିବା ପୱନ ସିଂଙ୍କ ଫିଲ୍ମ 'ପୱନ ରାଜା'ର ‘‘ଲଲଇୟା ଚୁସା ରାଜାଜୀ’’ ଗୀତ । ଏହାକୁ ଦର୍ଶକମାନେ ବହୁତ ପସନ୍ଦ କରୁଛନ୍ତି ।

ଏହା ବି ପଢ଼ନ୍ତୁ | ଜଣ ଗର୍ଭବତୀ ଗର୍ଲଫ୍ରେଣ୍ଡଙ୍କ ସହ ବିବାହ ଉତ୍ସବରେ ଯୋଗ ଦେଲେ ଏହି ବ୍ୟକ୍ତି; ସଭିଏଁ ଚକିତ

ଗୀତର ଏକ ଦୃଶ୍ୟରେ ପୱନ ସିଂ ଓ ଅକ୍ଷରା ସିଂ


ଏହି ଗୀତରେ ଅଭିନେତ୍ରୀ ଅକ୍ଷରା ସିଂ (Akshara Singh) ପୱନ ସିଂଙ୍କ ସହ ନଜର ଆସିଛନ୍ତି। ଭିଡିଓରେ ଅକ୍ଷରା ସିଂଙ୍କ ନୃତ୍ୟର ଠୁମକା ତାଙ୍କ ପ୍ରଶଂସକଙ୍କ ହୃଦଗତିକୁ ଗତୀଶୀଳ କରିଦେଇଛି । ୱେବ୍ ମ୍ୟୁଜିକ୍ ଦ୍ୱାରା ୟୁଟ୍ୟୁବରେ ଅପଲୋଡ୍ ହୋଇଥିବା ପୱନ ସିଂଙ୍କ ଏହି ଗୀତକୁ ବର୍ତ୍ତମାନ ସୁଦ୍ଧା ପାଞ୍ଚ କୋଟିରୁ ଅଧିକ ଥର ଦେଖାଯାଇ ସାରିଲାଣି ।

ଏହା ବି ପଢ଼ନ୍ତୁ | ଘଣ୍ଟା ପୂର୍ବରୁ ମୃତ ଘୋଷିତ ହୋଇଥିଲା; ଶବ ବ୍ୟବଚ୍ଛେଦ ସମୟରେ ବଞ୍ଚି ଉଠିଲା ଏହି ବ୍ୟକ୍ତି!

ଏହି ଗୀତର ଭିଡିଓକୁ ଏ ପର୍ଯ୍ୟନ୍ତ ୮୮ ହଜାରରୁ ଅଧିକ ଥର ମଧ୍ୟ ପସନ୍ଦ (ଲାଇକ୍‌) କରାଯାଇଛି । ଆପଣ ଏଇଠି ପୱନ ସିଂଙ୍କ ସେହି ଗୀତର ଭାଇରାଲ୍ ହେଉଥିବା ଭିଡିଓଟି ଦେଖିପାରିବେ ।

ଦେଖନ୍ତୁ ଗୀତର ଭିଡିଓ:



ନିକଟରେ ପୱନ ସିଂଙ୍କ ଏକ ଦେବୀ ଗୀତ 'ନଇହର ସେ ଅପନା ମଙ୍ଗା ଲିଜିଏ' ରିଲିଜ୍ ହେବା ପରେ ସୋସିଆଲ ମିଡ଼ିଆରେ ଏ ପର୍ଯ୍ୟନ୍ତ ନିଜ ଯାଦୁ ଜାରି ରଖିଛି ।



ଏହି ଗୀତରେ ନୂଆ ଗାୟିକା ସୋନା ସିଂ ପୱନ ସିଂଙ୍କ ସହ ଯୋଗ ଦେଇଛନ୍ତି । ଗୀତଟି ଲେଖିଛନ୍ତି ଜଣାଷୁଣା ଭୋଜପୁରୀ ଗୀତିକାର ସନ୍ତୋଶ ସାହିଲ, ଯିଏ ନିକଟରେ ଲକଡାଉନ୍‌ ବେଳେ ଲୋକଙ୍କ ଦୁଃଖ ମଧ୍ୟରେ ନିଜ ଆଶା ପୂରଣ କରିବାର ଉପାୟ ବତାଇ ଚର୍ଚ୍ଚାରେ ଥିଲେ ।
Published by: Anand Shankar Thankur Das
First published: December 21, 2020, 3:17 PM IST
corona virus btn
corona virus btn
Loading