Bharat jodo yatra; ଛୋଟ ଝିଅକୁ ଚପଲ ପିନ୍ଧାଇଲେ ରାହୁଲ ଗାନ୍ଧି; ଭାଇରାଲ ହେଉଛି ଭିଡ଼ିଓ

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ 'ଭାରତ ଯୋଡ ଯାତ୍ରା' ରବିବାର ସକାଳରୁ କେରଳର ହରିପାଦରୁ ଚାଲିଛି । ଏହି ସମୟରେ ଏକ ଛୋଟ ଝିଅକୁ ରାହୁଲ ଗାନ୍ଧି ଚପଲ ପିନ୍ଧାଉଥିବାର ନଜର ଆସିଛନ୍ତି ।

ଛୋଟ ଝିଅକୁ ଚପଲ ପିନ୍ଧାଇଲେ ରାହୁଲ ଗାନ୍ଧି; ଭାଇରାଲ ହେଉଛି ଭିଡ଼ିଓ

ଛୋଟ ଝିଅକୁ ଚପଲ ପିନ୍ଧାଇଲେ ରାହୁଲ ଗାନ୍ଧି; ଭାଇରାଲ ହେଉଛି ଭିଡ଼ିଓ

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ 'ଭାରତ ଯୋଡ ଯାତ୍ରା' ରବିବାର ସକାଳରୁ କେରଳର ହରିପାଦରୁ ଚାଲିଛି । ଏହି ଯାତ୍ରା ସମୟରେ ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରାଯାଇଛି । ଏକ ଭିଡିଓରେ ରାହୁଲ ଗାନ୍ଧି ରାସ୍ତାର ଉଭୟ ପାର୍ଶ୍ୱରେ ଅପେକ୍ଷା କରିଥିବା ଲୋକଙ୍କୁ ଅଭିବାଦନ କରୁଥିବା ଦେଖିବାକୁ ମିଳିଥିଲା । ଅନ୍ୟ ଏକ ଭିଡିଓରେ ରାହୁଲ ଯାତ୍ରାରୁ ବିରତି ନେବାବେଳେ ରାସ୍ତାରେ ଏକ ହୋଟେଲରେ ଚା ପିଉ ଥିବାର ମଧ୍ୟ ଦେଖିବାକୁ ମିଳିଥିଲା।



ଆଉ ଏକ ଭିଡିଓରେ ରାହୁଲ ଗାନ୍ଧି ଯାତ୍ରାର ୧୧ ଦିନରେ ଏକ ଛୋଟ ଝିଅକୁ ଚପଲ ପିନ୍ଧାଉଥିବାର ନଜର ଆସିଛନ୍ତି । ଏହି ଭିଡିଓକୁ ମହିଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ନେଟା ଡି’ସୌଜା ଟ୍ୱିଟରରେ ସେୟାର କରିଛନ୍ତି। ଡି’ସୌଜା ହିନ୍ଦୀରେ କ୍ୟାପସନରେ ଲେଖିଛନ୍ତି, "ସରଳତା ଏବଂ ପ୍ରେମ। ଦେଶକୁ ଯୋଡ଼ି ରଖିବା ପାଇଁ ଉଭୟ ଆବଶ୍ୟକ ।"

ରାହୁଲ ଗାନ୍ଧି ଝିଅଟିକୁ ସାହାଯ୍ୟ କରିଥିଲେ ।

ଡି’ସୌଜା ସେୟାର କରିଥିବା ଭିଡିଓରେ ରାହୁଲ ଗାନ୍ଧି ଦଳର କର୍ମୀ ଏବଂ ନେତାଙ୍କ ସହ ଯାତ୍ରା କରୁଥିବାର ଦେଖିବାକୁ ମିଳିଥିଲା । ଏହି ସମୟରେ ରାହୁଲ ଗାନ୍ଧି ହଠାତ୍ ଅଟକି ଗଲେ ଏବଂ ଏକ ଛୋଟ ଝିଅକୁ ଚପଲ ପିନ୍ଧାଇଥିଲେ । ବାସ୍ତବରେ, ଝିଅର ଚପଲ ବାହାରକୁ ଖସି ଯାଇଥିଲା, ଯାହା ରାହୁଲ ଗାନ୍ଧି ପିନ୍ଧାଇବାରେ ସାହାଯ୍ୟ କରିଥିଲେ ।
Published by:Sujit Swain
First published: