ଭାରତ ବାୟୋଟେକର ନାଜାଲ କୋଭିଡ-୧୯ ଟିକା
- News18 Odia
- Last Updated :
News 18 Odia Digital
ନୂଆଦିଲ୍ଲୀ: କରୋନା ପାଇଁ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଦେଶର ନାଜାଲ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଭାରତର ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅନୁମୋଦନ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ଯ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ମାସରେ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କରାଯାଇଥିବା ନାଜାଲ କୋଭିଡ-୧୯ ଟିକାର ପରୀକ୍ଷଣ ଆରମ୍ଭ ହୋଇଥିଲା। ପରୀକ୍ଷଣ ପରେ ଏବେ ଏହାକୁ ଅନୁମତି ମିଳିଛି। ସୂଚନା ଅନୁଯାୟୀ, ଏବେ ଏହି ଟିକାକୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ। ଏହି ପଦକ୍ଷେପ କରୋନା ବିରୋଧରେ ଆମେ ମିଳିତ ଭାବେ କରୁଥିବା ଲଢ଼େଇକୁ ଅଧିକ ବଳ ଦେବାରେ ସହାୟକ ହେବ ବୋଲି ସେ କେହିଛନ୍ତି।
ଗତ ମାସରେ ଭାରତ ବାୟୋଟେକ୍ ତୃତୀୟ ପର୍ଯ୍ୟାୟ ଏବଂ ଏହାର ଇଣ୍ଟ୍ରାନାଜାଲ୍ କୋଭିଡ ଟିକା ପାଇଁ ବୁଷ୍ଟର୍ ଡୋଜ୍ ପରୀକ୍ଷା ସମାପ୍ତ କରକରିଥିଲା। ଏହା ପରେ ଭାରତ ବାୟୋଟେକ୍ କହିଥିଲା ଯେ ଏହା ଇଣ୍ଟ୍ରାନାଜାଲ୍ କୋଭିଡ୍ ଟିକା ପାଇଁ ଦୁଇଟି ପୃଥକ ପରୀକ୍ଷଣ କରିଛି, ଗୋଟିଏ ପ୍ରଥମ ଡୋଜ ଏବଂ ଦ୍ୱିତୀୟଟି ବୁଷ୍ଟର୍ ଡୋଜ ଭାବରେ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।