News18 Odia Digital
Old Pension Scheme: କଂଗ୍ରେସ (Congress) ଶାସିତ ଅନେକ ରାଜ୍ୟରେ ସରକାରୀ କର୍ମଚାରୀଙ୍କୁ ପୁରୁଣା ପେନସନ୍ (OPS) ସୁବିଧା ଦିଆଯାଉଛି। ପୁରୁଣା ପେନ୍ସନ୍ ଯୋଜନା (Old Pension Scheme) ଆରମ୍ଭ କରିବାକୁ ହିମାଚଳ ସରକାର ମଧ୍ୟ ଏକ ବିଜ୍ଞପ୍ତି ଜାରି କରିଛନ୍ତି।
ହିମାଚଳ କର୍ମଚାରୀମାନେ ଏପ୍ରିଲ ୧ରେ ପୁରୁଣା ପେନ୍ସନ୍ର ସୁବିଧା ପାଇବେ। କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ସରକାରଙ୍କ କର୍ମଚାରୀମାନେ ଦୀର୍ଘ ଦିନ ଧରି ପୁରୁଣା ପେନସନ୍ ଯୋଜନା କାର୍ଯ୍ୟକାରୀ କରିବାକୁ ଦାବି କରିଆସୁଛନ୍ତି। ଗତ କିଛି ଦିନ ହେବ କେନ୍ଦ୍ରୀୟ କର୍ମଚାରୀମାନେ ମଧ୍ୟ ପୁରୁଣା ପେନସନ୍ ଲାଗୁ କରିବାକୁ ଦାବି କରୁଛନ୍ତି।
NPS
ଅଧୀନରେ ସଂଗୃହୀତ ପାଣ୍ଠି ଫେରସ୍ତ ହେବ ନାହିଁଏହି ପ୍ରସଙ୍ଗରେ ଆଲୋଚନା ବେଳେ ରାଜ୍ୟ ଅର୍ଥମନ୍ତ୍ରୀ ଭାଗବତ କରଡ ରାଜ୍ୟସଭାରେ ଏହାକୁ ନେଇ ଉତ୍ତର ରଖିଥିଲେ। ସେ ତାଙ୍କ ଉତ୍ତରରେ ସ୍ପଷ୍ଟ କରିଥିଲେ ଯେ ପୁରୁଣା ପେନସନ୍ ଯୋଜନାକୁ କୌଣସି ପ୍ରକାରେ ପୁନଃ ସ୍ଥାପିତ କରିବାକୁ କେନ୍ଦ୍ର ସରକାର ବିଚାର କରୁନାହାଁନ୍ତି।
ସେ କହିଛନ୍ତି ଯେ ରାଜ୍ୟ ସରକାର ଯେଉଁମାନେ ପୁରୁଣା ପେନସନକୁ ଫେରିବାକୁ ଚାହୁଁଛନ୍ତି, ସେମାନେ ଏନପିଏସ ଅଧୀନରେ ସଂଗୃହୀତ ପାଣ୍ଠି ଫେରସ୍ତ ପାଇବେ ନାହିଁ। ଏ ବିଷୟରେ PFRDA ଆକ୍ଟରେ କୌଣସି ବ୍ୟବସ୍ଥା ନାହିଁ।
କୌଣସି ଫେରସ୍ତ ବ୍ୟବସ୍ଥା ନାହିଁମୋଦି ସରକାରଙ୍କ ତରଫରୁ କୁହାଯାଇଥିଲା ଯେ ପୁରୁଣା ପେନସନ୍ ଯୋଜନା (OPS) କୁ ପୁନଃ ସ୍ଥାପିତ କରିଥିବା ଅଣ-ବିଜେପି ଶାସିତ ରାଜ୍ୟଗୁଡିକ ଏନପିଏସରେ ଜମା ହୋଇଥିବା ଅର୍ଥ ଫେରସ୍ତ ପାଇଁ ଦାବି କରୁଛନ୍ତି।
ସେ କହିଛନ୍ତି ଯେ ଏନପିଏସରେ ପାଣ୍ଠି ପ୍ରତ୍ୟାହାର ପାଇଁ PFRDA ଆକ୍ଟରେ କୌଣସି ବ୍ୟବସ୍ଥା ନାହିଁ। ରାଜସ୍ଥାନ, ଝାଡଖଣ୍ଡ, ଛତିଶଗଡ, ହିମାଚଳ ପ୍ରଦେଶ ଏବଂ ପଞ୍ଜାବ ସରକାରଙ୍କ ଦ୍ୱାରା ପୁରୁଣା ପେନ୍ସନ୍ ଫେରାଇବାର ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରକୁ ସୂଚନା ଦିଆଯାଇଥିଲା। ଏହି ରାଜ୍ୟ ସରକାରମାନେ NPS ଅଧୀନରେ ସଂଗୃହୀତ ରାଶି ଫେରସ୍ତ କରିବାକୁ ଅନୁରୋଧ କରିଛନ୍ତି।
କରଡ କହିଛନ୍ତି ଯେ ପେନସନ୍ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ ଅଧିନିୟମ, ୨୦୧୩ ଅନୁଯାୟୀ କୌଣସି ବ୍ୟବସ୍ଥା ନାହିଁ, ଯାହା ଅଧୀନରେ ଗ୍ରାହକଙ୍କ ଜମା ହୋଇଥିବା ଅର୍ଥ ଫେରସ୍ତ କରାଯାଇପାରିବ। କରଡ ସୂଚନା ଦେଇଛନ୍ତି ଯେ ୨୦୦୪ ଜାନୁୟାରୀ ୧ ପରେ ନିଯୁକ୍ତ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଉପରେ OPS ପୁନଃ ସ୍ଥାପନ ପାଇଁ କୌଣସି ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ବିଚାର କରୁନାହାଁନ୍ତି।
ପଢ଼ନ୍ତୁ ଏହି ଖବର: Ration Card: ଆପଣଙ୍କ ପାଖରେ ଅଛି କି ରାସନ କାର୍ଡ଼? ମିଳିବ ଏହି ଫାଇଦା୨୦୦୪ ଜାନୁଆରୀ ୧ ଠାରୁ ସରକାରୀ ସେବାରେ (ସଶସ୍ତ୍ର ବାହିନୀ ବ୍ୟତୀତ) ସମସ୍ତ ନୂଆ ନିଯୁକ୍ତି ପାଇଁ ଏହା ବାଧ୍ୟତାମୂଳକ କରାଯାଇଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।