କଳା ଟୋପି ଓ RSS କଥା କହି ରାହୁଲ ଗାନ୍ଧିଙ୍କୁ କଟାକ୍ଷ କଲେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶୟାରୀ

କୋଶୟାରୀ କହିଛନ୍ତି ଯେ ରାହୁଲ ଗାନ୍ଧି ବିଶ୍ୱାସ କରନ୍ତି ଯେ ସେ ପିନ୍ଧି ଥିବା ଉତ୍ତରାଖଣ୍ଡର ପାରମ୍ପାରିକ କଳା ଟୋପି ଆରଏସଏସ ସହିତ ଜଡ଼ିତ ବୋଲି ।

ରାହୁଲ ଗାନ୍ଧିଙ୍କୁ କଟାକ୍ଷ କଲେ ମହାରାଷ୍ଟ୍ରର ରାଜ୍ୟପାଳ

ରାହୁଲ ଗାନ୍ଧିଙ୍କୁ କଟାକ୍ଷ କଲେ ମହାରାଷ୍ଟ୍ରର ରାଜ୍ୟପାଳ

  • Share this:
News18 Odia Digital

ନୂଆ ଦିଲ୍ଲୀ: ରାଷ୍ଟ୍ରିୟ ସ୍ବୟଂ ସେବାକ ସଙ୍ଗଠନ (RSS) ସହିତ ଜଡ଼ିତ ଥିବା ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶୟାରୀ ନିଜ ପୁସ୍ତକ ଭାରତୀୟ ସଂସଦ ଭଗତ ସିଂହ କୋଶୟାରୀ ପବ୍ଳିଶ କରିଛନ୍ତି । ଏହି ଅବସରରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଥିବାର ନଜର ଆସିଥିଲେ। ଏହି ବିଶେଷ ଉତ୍ସବରେ କୋଶାୟାରୀ ଆରଏସଏସ ଓ କଳା ଟୋପିର କାହାଣୀ କହି ରାହୁଲ ଗାନ୍ଧିଙ୍କୁ କଟାକ୍ଷ କରିଥିଲେ।

କୋଶୟାରୀ କହିଛନ୍ତି ଯେ ରାହୁଲ ଗାନ୍ଧି ବିଶ୍ୱାସ କରନ୍ତି ଯେ ସେ ପିନ୍ଧି ଥିବା ଉତ୍ତରାଖଣ୍ଡର ପାରମ୍ପାରିକ କଳା ଟୋପି ଆରଏସଏସ ସହିତ ଜଡ଼ିତ ବୋଲି ।

ସେ କହିଛନ୍ତି ଯେ ରାହୁଲ ଗାନ୍ଧି ବିଶ୍ବାସ କରନ୍ତି ଯେ ହିନ୍ଦୁତ୍ୱ ବିଚାରକ ବୀର ସାବରକର ଏହି ସଙ୍ଗଠନର ଥିଲେ। ସଂସଦର ଶେଷ ଅଧିବେଶନରେ କି ପ୍ରକାର ବାତାବରଣ ଦେଖାଗଲା ତାହା ଦେଖିବା ପରେ ସରକାର ଏଥି ପାଇଁ ପ୍ରସ୍ତୁତ ହେବା ଉଚିତ ବୋଲି ସେ କହିଛନ୍ତି।

ପୁସ୍ତକ ପବ୍ଲିଶ ସମୟରେ ଭଗତ ସିଂ କହିଥିଲେ ଯେ ଏକ କଳା ରଙ୍ଗର ଟୋପି ଦେଖୁଥିବା ଅନେକ ଲୋକ ସେହି ଭଳି ପ୍ରତିକ୍ରିୟା ଦେଉଛନ୍ତି ଯେପରି ଷଣ୍ଢ ନାଲି କପଡ଼ା ଦେଖିକି ଦିଏ । ସେ କହିଥିଲେ, ‘‘ଯେତେବେଳେ ସେ ସାଂସଦ ଥିଲେ, ଥରେ ରାହୁଲ ଗାନ୍ଧି ତାଙ୍କୁ ପଚାରିଲେ ତୁମେ କଳା ଟୋପି କାହିଁକି ପିନ୍ଧୁଛ? ମୁଁ ତାଙ୍କୁ କହିଲି ଯେ ଉତ୍ତରାଖଣ୍ଡର ଲୋକମାନେ ଏହି ଟୋପି ପିନ୍ଧନ୍ତି। ଏହା ଉପରେ ରାହୁଲ ଗାନ୍ଧି କହିଥିଲେ ନା, ଆପଣ ଆରଏସଏସରୁ ଆସିଛନ୍ତି, ସେଥି ପାଇଁ ଆପଣ ଏହି ଟୋପି ପିନ୍ଧନ୍ତି । ମୁଁ ତାଙ୍କୁ କହିଲି ଯେ ମୁଁ ଆରଏସଏସରୁ ଆସିଛି କିନ୍ତୁ ଟୋପିଟି ଉତ୍ତରାଖଣ୍ଡର । ଆରଏସଏସ ସ୍ଥାପନ ପୂର୍ବରୁ ଉତ୍ତରାଖଣ୍ଡର ଲୋକେ ଏହାକୁ ପିନ୍ଧି ଆସୁଛନ୍ତି ।’’

କୋଶୟାରୀ ଆହୁରି କହିଥିଲେ, ‘‘କିଛି ମାସ ପରେ ରାହୁଲ ଗାନ୍ଧି ସଂସଦରେ ସାଂସଦମାନଙ୍କ ସହ କଥାବାର୍ତ୍ତା ବେଳେ ସମାନ ପ୍ରଶ୍ନ ପଚାରିଥିଲେ। ସେ ମୋତେ ପୁଣି ପଚାରିଲେ ତୁମେ କାହିଁକି କଳା ଟୋପି ପିନ୍ଧୁଛ? ଏହା RSSର ଟୋପି କି? ମୁଁ ତାଙ୍କୁ କହିଥିଲି ଯେ ଗତ ଥର ମଧ୍ୟ ମୁଁ କହିଥିଲି ଯେ ଏହା RSS ଟୋପି ନୁହେଁ । ଏହା ପରେ ମୁଁ ତାଙ୍କୁ ପଚାରିଲି ସେ ଆରଏସଏସ ବିଷୟରେ ପଢ଼ିଛନ୍ତି କି? ଏହା ଉପରେ ରାହୁଲ ଗାନ୍ଧି କହିଥିଲେ ହଁ କାହିଁକି ନୁହେଁ । ମୁଁ ସାବରକରଙ୍କ ବିଷୟରେ ପଢ଼ିଛି ।’’

ସେ ରାହୁଲଙ୍କୁ ଟାର୍ଗେଟ କରି କହିଥିଲେ ଯେ ଯେତେବେଳେ ଏଭଳି ଲୋକ ସଂସଦରେ ନେତୃତ୍ୱ ନେଉଛନ୍ତି, ସେତେବେଳେ ତୁମେ ଲୋକେ ଉତ୍ତେଜନା ଓ ସବୁକିଛି ପାଇଁ ପ୍ରସ୍ତୁତ ହେବା ଉଚିତ୍।

'ଭାରତ ସଂସଦରେ ଭଗତ ସିଂ କୋଶୟାରୀ' ପୁସ୍ତକରେ ତାଙ୍କ ନିକଟରେ ଆବେଦନ କମିଟିର ସଭାପତି ଭାବରେ ଗ୍ରହଣ କରାଯାଇଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିର ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି। କୋଶୟାରୀଙ୍କ ଜୀବନ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ଫଟୋଗ୍ରାଫ୍ ମଧ୍ୟ ଏହି ୪୫୦ ପୃଷ୍ଠାର ପୁସ୍ତକରେ ସଂକଳିତ ହୋଇଛି । ଏହି ବିଶେଷ ଅବସରରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ସଂସଦ ଅଧିବେଶନରେ ବିରୋଧୀଙ୍କ ମନୋଭାବକୁ ସମାଲୋଚନା କରିଛନ୍ତି। ସଂସଦରେ ସାଂସଦ ଭାବରେ ଭଗବତ ସିଂ କୋଶୟାରୀଙ୍କ ଭୂମିକାକୁ ସେ ପ୍ରଶଂସା କରିଥିଲେ।
Published by:Lipina Das
First published: