ସ୍ୱାମୀଙ୍କ ହତ୍ଯା ପାଇଁ ସୁପାରି ଦେଲେ ସ୍ତ୍ରୀ; ସତ ରକ୍ତ ପାଇଁ ଟୋମାଟ କେଚପ ଲଗାଇ ଫଟୋ ପଠାଇଲେ ଦୁର୍ବୃତ୍ତ

ମହିଳାଙ୍କ କଥା ଅନୁସାରେ ତାଙ୍କ ସ୍ୱାମୀଙ୍କୁ ଅପହରଣ କରିଥିଲେ ଦୁର୍ବୃତ୍ତ। କିନ୍ତୁ ତାପରେ ଯୋଜନା ବଦଳି ଯାଇଥିଲା। ଦୁର୍ବୃତ୍ତମାନେ ମହିଳାଙ୍କ ସ୍ୱାମୀଙ୍କ ସହ ବନ୍ଧୁତା କରିଥିଲେ।

ସ୍ୱାମୀଙ୍କ ହତ୍ୟା ପାଇଁ ସୁପାରୀ ଦେଲେ ପତ୍ନୀ (ପ୍ରତୀକାତ୍ମକ ଛବି)

ସ୍ୱାମୀଙ୍କ ହତ୍ୟା ପାଇଁ ସୁପାରୀ ଦେଲେ ପତ୍ନୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବାଙ୍ଗାଲୋର: ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଅପହରଣ କରି ହତ୍ୟା କରିବା ପାଇଁ ତିନି ଜଣ ଗୁଣ୍ଡାଙ୍କୁ ସୁପାରୀ ଦେଇଥିଲେ। ମହିଳାଙ୍କ କଥା ଅନୁସାରେ ତାଙ୍କ ସ୍ୱାମୀଙ୍କୁ ଅପହରଣ କରିଥିଲେ ଦୁର୍ବୃତ୍ତ। କିନ୍ତୁ ତାପରେ ଯୋଜନା ବଦଳି ଯାଇଥିଲା।  ଦୁର୍ବୃତ୍ତମାନେ ମହିଳାଙ୍କ ସ୍ୱାମୀଙ୍କ ସହ ବନ୍ଧୁତା କରିଥିଲେ। ମାରିବାର ଅଭିନୟ କରି ଦେହ ସାରା କେଚଅପ ପକାଇ ମହିଳାଙ୍କ ପାଖକୁ ଫଟୋ ପଠାଇ କହିଲେ ଯେ ଆମେ ତୁମ ସ୍ୱାମୀଙ୍କୁ ହତ୍ୟା କରିଛୁ।

ବର୍ତ୍ତମାନ ଘଟଣା ସାମ୍ନାକୁ ଆସିବା ପରେ  ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିବା ଅନୁପଲ୍ଲବୀ ନାମକ ମହିଳାଙ୍କୁ ପୋଲିସ ଗିରଫ କରିଛି। ଏହା ବ୍ୟତୀତ ତାଙ୍କ ମାଆ ଅମୋଜମାଙ୍କୁ ମଧ୍ୟ ଗିରଫ କରାଯାଇଛି।

ଅପହରଣ ଓ ହତ୍ୟା ପାଇଁ ସୁପାରୀ ନେଇଥିବା ହରିଶ, ନାଗାରାଜୁ ଏବଂ ମୁଗିଲନଙ୍କୁ ମଧ୍ୟ ଗିରଫ କରାଯାଇଛି। ପୋଲିସ କହିଛି ଯେ ଅନୁପଲ୍ଲବୀଙ୍କର ହିମନ୍ତ କୁମାରଙ୍କ ସହିତ ଏକ ଅବୈଧ ସମ୍ପର୍କ ଥିଲା। ଏଭଳି ପରିସ୍ଥିତିରେ ଉଭୟେ ମହିଳାଙ୍କ ସ୍ୱାମୀ ନବୀନ କୁମାରଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ସେଥିପାଇଁ ପ୍ରଥମେ ଦୁର୍ବୃତ୍ତଙ୍କୁ ୯୦ ହଜାର ଟଙ୍କା ଦେଇଥିଲେ। ହତ୍ୟା ପରେ ୧.୧ ଲକ୍ଷ ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିଲେ। ଜୁଲାଇ ୨୩ ରେ ନବୀନଙ୍କୁ ଏହି ଗ୍ୟାଙ୍ଗ ଅପହରଣ କରି ତାମିଲନାଡୁକୁ ନେଇଥିବାର ଅଭିଯୋଗ ହୋଇଥିଲା। କିନ୍ତୁ ସେଠାରେ ସେମାନଙ୍କର ମନ ବଦଳିଗଲା, ନବୀନଙ୍କୁ ହତ୍ୟା କରିବା ପରିବର୍ତ୍ତେ ସେ ତାଙ୍କ ସହ ଜୋରଦାର ପାର୍ଟି କରିଥିଲେ।

ଏହି ସମୟରେ ନବୀନ ମଦ୍ୟପାନ କରି ଶୋଇଥିଲେ। ଏହା ପରେ ଦୁର୍ବୃତ୍ତମାନେ ତାଙ୍କ ଶରୀରରେ ଟମାଟୋ କେଚପ୍ ଲଗାଇ ତାଙ୍କ ଫଟୋ ପତ୍ନୀ ଅନୁପଲ୍ଲବୀ ଓ ତାଙ୍କ ପ୍ରେମିକ ହିମନ୍ତଙ୍କ ନିକଟକୁ ପଠାଇଲେ। ଏହି ଫଟୋଗୁଡିକ ଦେଖି ପ୍ରେମିକ ହିମନ୍ତ ଭୟଭୀତ ହୋଇ ଆତ୍ମହତ୍ୟା କଲେ। ଏହି ସମୟରେ ନବୀନଙ୍କ ଭଉଣୀ ଭାବିଥିଲେ ଯେ ତାଙ୍କ ଭାଇ ନିଖୋଜ ହୋଇଯାଇଛନ୍ତି ଓ ବେଙ୍ଗାଲୁରୁର ପେନିୟା ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଛନ୍ତି। କିନ୍ତୁ ନବୀନ ନିଜେ ଅଗଷ୍ଟ ୬ ରେ ଘରକୁ ଫେରିଥିଲେ।
Published by:Soumya Das
First published: