News18 Odia Digital
Bengaluru Traffic Police: କୁହାଯାଏ ଯେ ମାନବିକତା ପ୍ରତ୍ୟେକ ଦୃଷ୍ଟିରୁ ମହାନ। ଏହି ଛୋଟ ଦୁନିଆର ସମସ୍ତଙ୍କ ଜୀବନ ମୂଲ୍ୟବାନ। ଏବେ ଏହି ମାନବିକତାକୁ ସାବ୍ୟସ୍ତ କରିଛନ୍ତି ଜଣେ ଟ୍ରାଫିକ ପୋଲିସ। ଯାହା ପାଇଁ ବର୍ତ୍ତମାନ ତାଙ୍କୁ ସୋସିଆଲ ମିଡ଼ିଆରେ ଖୁବ୍ ପ୍ରଶଂସା ମିଳିବାରେ ଲାଗିଛି।
କଥାଟି ହେଲା ଯେ ବେଙ୍ଗାଲୁରୁର ଟ୍ରାଫିକ ପୋଲିସ ଅଧିକାରୀ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇ ପକ୍ଷୀକୁ ବଞ୍ଚାଇବା ପାଇଁ ଅନେକ ଫୁଟ ଉଚ୍ଚରେ ଥିବା ଏକ ହୋର୍ଡିଂ ବୋର୍ଡ ଉପରକୁ ଚଢ଼ି ନିଜ ଜୀବନକୁ ବିପଦ ପକାଇ ଦେଇଥିଲେ। ଯାହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି।
ଭାଇରାଲ୍ ଭିଡିଓରେ ଆପଣ ଦେଖିପାରୁଥିବେ ଯେ, ଏକ ଛୋଟ ପକ୍ଷୀ ଉଚ୍ଚ ହୋର୍ଡିଂରେ ଅଟକି ରହିଛନ୍ତି, ଟ୍ରାଫିକ୍ ପୋଲିସ୍ ସରୋଜ ତାଙ୍କ ଜୀବନକୁ ବିପଦ ପକାଇ ପକ୍ଷୀଟିକୁ ବଞ୍ଚାଇବାକୁ ସେହି ହୋର୍ଡିଂରେ ଚଢ଼ିଯାଇଛନ୍ତି। ସେ ବିନା କୌଣସି ସୁରକ୍ଷାକର୍ମୀ ଏହି ହୋଲଡିଂ ବୋର୍ଡ ଉପରେ ଚଢ଼ିଥିଲେ। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଲୋକ ପ୍ରଶଂସା ମଧ୍ୟ କରୁଛନ୍ତି।
ପକ୍ଷୀଟିର ଜୀବନ ବଞ୍ଚାଇବା ପାଇଁ ପୋଲିସ ଏହା କରିଥିଲାବେଙ୍ଗାଲୁରୁର ଡେପୁଟି କମିଶନର୍ ଟ୍ରାଫିକ୍ ପୋଲିସ୍ (ପଶ୍ଚିମ) କୁଲଦୀପ କୁମାର ଆର ଜୈନ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ବେଙ୍ଗାଲୁରୁ ଟ୍ରାଫିକ ପୋଲିସ ପକ୍ଷୀକୁ ବଞ୍ଚାଇବା ପାଇଁ ହୋର୍ଡିଂ ଉପରେ ଚଢ଼ିଥିବାର।
ସେ ଏହି ପୋଷ୍ଟରେ ଲେଖିଛନ୍ତି, "ଜଣେ ପୋଲିସର ଲୁକ୍କାୟିତ ତଥା ଅସ୍ପୃଶ୍ୟ ପାର୍ଶ୍ୱ। ସୁରେଶ ଭଲ କାମ କରିଛନ୍ତି।" ହୋର୍ଡିଂ ଉପରକୁ ଚଢ଼ିବା ପରେ ଟ୍ରାଫିକ ପୋଲିସ କନଷ୍ଟେବଳ ପକ୍ଷୀର ଗୋଡରେ ଲାଗିଥିବା ସୂତାକୁ ଖୋଲିଦେଲେ ଏବଂ ତାକୁ ଆକାଶରେ ଉଡ଼ିବାକୁ ଛାଡ଼ିଦେଲେ। ସେ ଅନେକ ଫୁଟ ଉଚ୍ଚ ଲୁହା ହୋର୍ଡିଂ ଉପରକୁ ଯିବାକୁ ସାହସ କଲେ ଏବଂ ପରେ ପକ୍ଷୀର ଜୀବନ ବଞ୍ଚାଇଛନ୍ତି। ଏହି ଭିଡିଓ ଦେଖି ସୋସିଆଲ ମିଡ଼ିଆରେ ଉପସ୍ଥିତ ହଜାର ହଜାର ଉପଭୋକ୍ତା ତାଙ୍କ ପ୍ରଶଂସା କରିବାରେ ଥକୁନାହାଁନ୍ତି। ଆପଣ ବି ଦେଖନ୍ତୁ ଏହି ଭିଡିଓ...
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡିଓଏହି ଭିଡିଓକୁ ଏକ ଲକ୍ଷରୁ ଅଧିକ ଥର ଦେଖାଯାଇଥିବାବେଳେ ୫,୬୦୦ରୁ ଅଧିକ ଲାଇକ୍ ମିଳିସାରିଲାଣି। ଅନେକ ଇଣ୍ଟରନେଟ୍ ୟୁଜର୍ସ ତାଙ୍କ ସାହସ ଏବଂ ନିଃସ୍ୱାର୍ଥପରତାକୁ ପ୍ରଶଂସା କରିଥିବାବେଳେ ଏହି ପୋଲିସ ପାଇଁ ଅଧିକ ସୁରକ୍ଷାକର୍ମୀ ଦାବି କରିଥିଲେ।
ଜଣେ ଟ୍ୱିଟର ୟୁଜର ଲେଖିଛନ୍ତି, “ଏହା ତାଙ୍କ କର୍ତ୍ତବ୍ୟର ଆହ୍ବାନ ବାହାରେ। ଦୟାକରି ନିଶ୍ଚିତ କରନ୍ତୁ ଯେ ତାଙ୍କୁ ଉପଯୁକ୍ତ ରୂପେ ସମ୍ମାନିତ କରାଯିବ।"
ଅନ୍ୟ ଜଣେ ଉପଭୋକ୍ତା କହିଛନ୍ତି, ‘‘କାର୍ଯ୍ୟକୁ ପ୍ରଶଂସା କରନ୍ତୁ କିନ୍ତୁ କୌଣସି ସୁରକ୍ଷା ବିନା ନୁହେଁ। ଯେପରି ତୁମେ ସମସ୍ତ ଆରୋହୀଙ୍କ ପାଇଁ ହେଲମେଟ ଉପରେ ଜିଦ୍ ଧରିଛ, ସେହିଭଳି ପୋଲିସ ପାଇଁ ସୁରକ୍ଷା ଏକ ପ୍ରାଥମିକତା ହେବା ଉଚିତ୍। ତାଙ୍କର ଏକ ପରିବାର ମଧ୍ୟ ଅଛି।"
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।