ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ବାନ୍ଧବୀ ସହ ମଦ ପିଇବା ବେଳେ କଳି ହେଲା, ଆତ୍ମହତ୍ୟା କଲେ ବଙ୍ଗାଳୀ ସିରିଏଲ୍ ନିର୍ଦ୍ଦେଶିକା ପୂଜା ଗାୟେନ୍

ବାନ୍ଧବୀ ସହ ମଦ ପିଇବା ବେଳେ କଳି ହେଲା, ଆତ୍ମହତ୍ୟା କଲେ ବଙ୍ଗାଳୀ ସିରିଏଲ୍ ନିର୍ଦ୍ଦେଶିକା ପୂଜା ଗାୟେନ୍

ତିନି ବାନ୍ଧବୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏକାଠି ମଦ୍ୟ ପାନ କରିଥିଲେ ଓ ଗପସପ ମଧ୍ୟରେ ଖାଇଥିଲେ । ତାହାରି ମଧ୍ୟରେ କଳି ଆରମ୍ଭ ହେଲା ଓ ୨୮ ବର୍ଷୀୟା ପୂଜା ଗାୟେନ୍ ଆତ୍ମହତ୍ୟା କଲେ ବୋଲି ପୋଲିସକୁ କୁହାଯାଇଛି ।

ବାନ୍ଧବୀ ସହ ମଦ ପିଇବା ବେଳେ କଳି ହେଲା, ଆତ୍ମହତ୍ୟା କଲେ ବଙ୍ଗାଳୀ ସିରିଏଲ୍ ନିର୍ଦ୍ଦେଶିକା ପୂଜା ଗାୟେନ୍
୨୮ ବର୍ଷୀୟା ପୂଜା ଗାୟେନ୍
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଲକାତା: ତିନି ବାନ୍ଧବୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ୍ୟପାନ କରୁଥିଲେ । ଗପସପ ଓ ଗୀତ ମଧ୍ୟରେରେ ଖାଇବା ପିଇବା ଚାଲିଥିଲା । କିନ୍ତୁ ହଠାତ୍ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଗଲା । ଜଣେ ଅନ୍ୟକୁ ଅଶ୍ରାବ୍ୟ ଭାଷାରେ ଗାଳି ଦେବା ଆରମ୍ଭ କଲେ । ବାସ୍‌, ତା’ ପରେ ବଙ୍ଗାଳୀ ଟିଭି ସିରିଏଲର ତୃତୀୟ ସହକାରୀ ନିର୍ଦ୍ଦେଶିକା ବା କଷ୍ଟ୍ୟୁମ୍‌ ଡାଇରେକ୍ଟର୍‌ ୨୮ ବର୍ଷୀୟା ପୂଜା ଗାୟେନ୍‌ କବାଟ ବନ୍ଦ୍‌ କରି ନିଜ ବେକରେ ଏକ ଟାୱେଲ୍‌ ଲଗାଇ ଆତ୍ମହତ୍ୟା କଲେ।

ନେତାଜୀ ନଗରରେ ମଙ୍ଗଳବାର ରାତିରେ ଘଟିଥିବା ଏହି ମୃତ୍ୟୁ କୋଲକାତାରେ ଚାଞ୍ଚଲ୍ୟ ଖେଳାଇଦେଇଛି । ପୂର୍ବ ବର୍ଦ୍ଧମାନର ମୂଳ ବାସିନ୍ଦା ପୂଜା ଗାୟେନ୍‌ ନେତାଜୀ ନଗରରେ ଥିବା ନିଜ ଭଉଣୀଙ୍କ ଫ୍ଲାଟରେ ରହୁଥିଲେ । ପୂଜା କିଛି ବର୍ଷ ତଳେ ନିଜ ସ୍ୱାମୀଙ୍କ ଠାରୁ ଛାଡପତ୍ର ନେଇ ଏକା ରହୁଥିଲେ ଓ ବଙ୍ଗଳା ସିରିଏଲରେ ପୋଷାକ ନିର୍ଦ୍ଦେଶିକା ଭାବରେ କାର୍ଯ୍ୟ କରୁଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ରାୟଗଡ଼ାରେ ଜଣେ ଯୁବତୀକୁ ଦୁଇ ଯୁବକ ପ୍ରେମ କଲେ; ଈର୍ଷାରେ ଜଣେ ଅନ୍ୟକୁ ହତ୍ୟା କରି ପୋତିଦେଲା

ପୋଲିସର ତଦନ୍ତ ଅନୁସାରେ ପୂଜା ମଙ୍ଗଳବାର ସନ୍ଧ୍ୟାରେ ଜିନା ସରକାର ନାମକ ତାଙ୍କର ଜଣେ ବାନ୍ଧବୀଙ୍କୁ ଫୋନ୍‌ କରି ନେତାଜୀ ନଗରର ସେହି ଫ୍ଲାଟକୁ ଆସିବାକୁ କହିଥିଲେ । ଜିନା ପହଞ୍ଚିବା ବେଳକୁ ସେଠାରେ ଅନ୍ୟ ଜଣେ ବାନ୍ଧବୀ ଟୁମ୍ପା ରାୟ ଉପସ୍ଥିତ ଥିଲେ । ତା’ପରେ ତିନି ବାନ୍ଧବୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏକାଠି ମଦ୍ୟ ପାନ କରିଥିଲେ ଓ ଖାଇଥିଲେ । ହେଲେ ତାହାରି ମଧ୍ୟରେ ହଠାତ୍ ସେମାନଙ୍କ ମଧ୍ୟରେ କଳି ଆରମ୍ଭ ହୋଇଥିଲା । ଏହାର ପରିଣତି ଦୁଃଖଦ ହୋଇଥିଲା ।

ନିଜ ବାନ୍ଧବୀମାନଙ୍କ ସହ ପୂଜା ଗାୟେନ୍


ପୂଜା ଗାୟେନ୍‌ ଓ ତାଙ୍କ ବାନ୍ଧବୀ ଟୁମ୍ପା ରାୟଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା ବୋଲି ସ୍ଥାନୀୟ ଲୋକେ ପୋଲିସକୁ କହିଛନ୍ତି । ସେମାନେ ବହୁ ଦିନରୁ ପରସ୍ପରକୁ ଜାଣିଥିଲେ । ଅନେକ ଥର ସେମାନେ ଏକାଠି ଦେଖାଯାଉଥିଲେ । ଏହି ସମ୍ପର୍କ ମଧ୍ୟରେ ତୃତୀୟ ବାନ୍ଧବୀର ପ୍ରବେଶ ଅଶାନ୍ତିର ସୂତ୍ରପାତ କରିଥିଲା କି ନା ତାହା ନିଶ୍ଚିତ ହୋଇନି । ପୋଲିସ ଏ ସମ୍ପର୍କରେ ତଦନ୍ତ କରୁଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅକ୍ଷମଣୀୟ! ବାରିପଦା COVID ହସ୍ପିଟାଲରେ ଉଲଗ୍ନ ହୋଇ ପଡ଼ିଛନ୍ତି ରୋଗୀ; କେହି ଶୌଚାଳୟରେ, କରିଡରରେ

‘‘ସେଦିନ ଫ୍ଲାଟରେ ଉପସ୍ଥିତ ଥିବା ତାଙ୍କ ବାନ୍ଧବୀ ଟୁମ୍ପାର ହଠାତ୍ ପୂଜା ସହ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଉଭୟ ପରସ୍ପରକୁ ଲକ୍ଷ୍ୟ କରି ଅଶ୍ଳୀଳ ମନ୍ତବ୍ୟ ଦେବା ଆରମ୍ଭ କରିଥିଲେ । ଟିକିଏ ପରେ ଅଶାନ୍ତି କମିବାରୁ ପୂଜା ନିଦ ବଟିକା ଖାଇ ଶୋଇବାକୁ ଗଲେ । ତା’ ପରେ ଟୁମ୍ପା ତାଙ୍କ ପାଣି ଛାଟି ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ ଓ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ପୂଜା କିଛି ଶୁଣିବାକୁ ରାଜି ହୋଇ ନ ଥିଲେ । ବରଂ ସେ ଆମକୁ ସେହି ଫ୍ଲାଟରୁ ବାହାର କରି ଭିତରୁ କବାଟ ବନ୍ଦ କରିଦେଇଥିଲେ,’’ ପୋଲିସକୁ କହିଛନ୍ତି ଜିନା ସରକାର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ସୁବର୍ଣ୍ଣପୁର: ୧୦ ମାସର ପୁଅ ମରିଯିବାର ଦିନ ପରେ ବି ଗୁଣିଆ କଥାରେ ପଡ଼ି ଘରେ ରଖିଥିଲେ ବାପା-ମା

ପାଖାପାଖି ପାଞ୍ଚ ମିନିଟ୍ ପରେ କବାଟ ବାହାରୁ ଜିନା ଓ ଟୁମ୍ପା ବଡ଼ ପାଟି କରି ପୂଜାଙ୍କୁ ବହୁତ ଡାକିଥିଲେ । ହେଲେ ଭିତରୁ କୌଣସି ଉତ୍ତର ଆସି ନ ଥିଲା । ସେମାନେ ବାରମ୍ବାର କବାଟ ବାଡ଼େଇଥିଲେ । କିନ୍ତୁ କୌଣସି ଉତ୍ତର ନ ଆସିବାରୁ ଦୁହେଁ କବାଟ ଭାଙ୍ଗି ଭିତରକୁ ଯାଇଥିଲେ ଓ ପୂଜାଙ୍କୁ ଏକ ଟାୱେଲରୁ ସିଲିଂ ଫ୍ୟାନରୁ ଝୁଲୁଥିବା ଦେଖିଥିଲେ ବୋଲି ଜିନା କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ୯୧ ବର୍ଷୀୟା ବୃଦ୍ଧା, ହୃଦୟ ରୋଗୀବାତ୍ୟା ଆଗରୁ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା

ସମୟ ନଷ୍ଟ ନ କରି ସେମାନେ ଟାୱେଲ୍‌ କାଟି ପୂଜାଙ୍କ ଶରୀରକୁ ବିଛଣା ଉପରକୁ ଓହ୍ଲାଇଥଲେ ଓ ବାଘା ଜତୀନ୍‌ ଷ୍ଟେଟ୍‌ ଜେନେରାଲ ହସ୍ପିଟାଲକୁ ନେଇଥିଲେ । ପୋଲିସକୁ ବି ସେମାନେ ଏହାର ସୂଚନା ଦେଇଥିଲେ । ହସପିଟାଲରେ ପହଞ୍ଚିବା ମାତ୍ରେ ଡାକ୍ତର ପୂଜାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ।

ଏହା ବି ପଢ଼ନ୍ତୁ | କୋଭିଡ୍ କଟକଣାକୁ ଫୁ କରି ସୁକିନ୍ଦା ତଦସିଲଦାର୍ନାଚିଲେ ନାଗୁଣୀ ନାଚ; ପୋଲିସ୍ମାମଲା ରୁଜୁ କଲା

ଏ ପର୍ଯ୍ୟନ୍ତ ଏହି ମୃତ୍ୟୁକୁ ନେଇ କୌଣସି ଅଭିଯୋଗ ହୋଇ ନାହିଁ । ସମସ୍ତେ ଟଲିଉଡର ଏହି ସହକାରୀ ନିର୍ଦ୍ଦେଶିକାଙ୍କ ମୃତ୍ୟୁରେ ଆଶ୍ଚର୍ଯ୍ୟ ହୋଇଛନ୍ତି । ପୂଜା ହଠାତ୍ କାହିଁକି ଏପରି ନିଷ୍ପତ୍ତି ନେଲେ ତାହା ତାଙ୍କ ସହକର୍ମୀମାନେ ଭାବି ପାରୁନାହାନ୍ତି ।



ଧ୍ୟାନ ଦିଅନ୍ତୁଯଦି ଆପଣ ବା ଆପଣ ଜାଣିଥିବା କୌଣସି ବ୍ୟକ୍ତି କୌଣସି ବି କାରଣରୁ ଖୁବ୍‌ ଦୁଃଖ ଅନୁଭବ କରୁଛନ୍ତି ଓ  ସାହାଯ୍ୟ ଲୋଡ଼ୁଛନ୍ତି, ତାହେଲେ ନିମ୍ନଲିଖିତ ଯେକୌଣସି ହେଲ୍ପଲାଇନକୁ କଲ୍‌ କରନ୍ତୁ: ଆସ୍ରା (ମୁମ୍ବାଇ) 022-27546669, ସ୍ନେହା (ଚେନ୍ନାଇ) 044-24640050, ସୁମୈତ୍ରୀ (ଦିଲ୍ଲୀ) 011-23389090, କୁଜ (ଗୋଆ) 0832- 2252525, ଜୀବନ (ଜାମସେଦପୁର) 065-76453841, ପ୍ରତୀକ୍ଷା (କୋଚି) 048-42448830, ମୈତ୍ରୀ (କୋଚି) 0484-2540530, ରୋଶନି (ହାଇଦ୍ରାବାଦ) 040-66202000, ଲାଇଫ୍ ଲାଇନ୍ 033-64643267 (କୋଲକାତା) ।
Published by: Anand ST Das
First published: June 4, 2021, 8:04 PM IST