ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Viral Video: ଶାଢ଼ୀ ଓ ଦରମେଲା ବ୍ଲାଉଜ୍ ପିନ୍ଧି ସେ ରାନ୍ଧଣା ଶିଖାନ୍ତି; ତାଙ୍କ ଚ୍ୟାନେଲ୍ ସୁପର୍-ହିଟ୍!

Viral Video: ଶାଢ଼ୀ ଓ ଦରମେଲା ବ୍ଲାଉଜ୍ ପିନ୍ଧି ସେ ରାନ୍ଧଣା ଶିଖାନ୍ତି; ତାଙ୍କ ଚ୍ୟାନେଲ୍ ସୁପର୍-ହିଟ୍!

Woman’s viral cooking videos in Bengali | ଗୋଟିଏ ପରେ ଗୋଟିଏ ଭିଡିଓରେ ରିମ୍ପି ଖୋଲା ଆକାଶ ତଳେ ଏକ ଗ୍ୟାସ୍ ସିଲିଣ୍ଡର୍ ରଖି ରାନ୍ଧିବା ପାଇଁ ବସୁଥିବା ଦେଖାଯାଉଛି । ପ୍ରତ୍ୟେକ ଭିଡିଓରେ ସେ ନିଜ ଦରମେଲା ବ୍ଲାଉଜ୍ ଦର୍ଶକମାନଙ୍କ ଆଖିରେ ପଡ଼ିବା ସୁନିଶ୍ଚିତ କରାଇଛନ୍ତି ।

Viral Video: ଶାଢ଼ୀ ଓ ଦରମେଲା ବ୍ଲାଉଜ୍ ପିନ୍ଧି ସେ ରାନ୍ଧଣା ଶିଖାନ୍ତି; ତାଙ୍କ ଚ୍ୟାନେଲ୍ ସୁପର୍-ହିଟ୍!
ରିମ୍ପିଙ୍କ ଲୋକପ୍ରିୟ ରାନ୍ଧଣା ଭିଡିଓରୁ ଦୁଇଟି ଦୃଶ୍ୟ
  • News18 Odia
  • Last Updated: August 8, 2021, 11:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଲକାତା: ବାଇଗଣ ଭରତା, ଟମାଟୋ ଭରତା, ଆଳୁ ପୋସ୍ତ (Aloo Posto), ଅଣ୍ଡା ଭୁଜିଆ, ଅଣ୍ଡା ତରକାରୀ, ଟମାଟୋ ଚଟଣୀ ଓ ମିଠା କଖାରୁ ତରକାରୀ… ଏମିତି କେତେକ କିଛି ଖାଦ୍ୟ ଆଇଟମର ରେସିପି (ରାନ୍ଧଣା ପଦ୍ଧତି) ରହିଛି ଏହି ୟୁଟ୍ୟୁବ୍‌ ଚ୍ୟାନେଲରେ । ୟୁନିକ୍ ଭିଲେଜ୍‌ ଫୁଡ୍‌ (Unique Village Food) ନାମକ ଏହି ବଙ୍ଗାଳୀ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଖୁବ୍‌ ହିଟ୍ ହୋଉଛି । ତା’ର ମୁଖ୍ୟ କାରଣ ହେଉଛି ଏହି ଚ୍ୟାନେଲର ସୁପରହଟ୍ କୁକ୍ (ରନ୍ଧନକାରିଣୀ), ଯାହାଙ୍କ ନାଁ ରିମ୍ପି (Rimpi)। ନେଟିଜେନମାନେ ତାଙ୍କ ପାଇଁ ହିଁ ଏହି ଚ୍ୟାନେଲକୁ ଦେଖି ଚାଲିଛନ୍ତି ।

କିଛି ଦିନ ତଳେ ଏହି ୟୁଟ୍ୟୁବ ଚ୍ୟାନେଲରେ ଆଳୁ ପୋସ୍ତ ତରକାରୀର ଏକ ରେସିପି ଅପଲୋଡ୍ କରିଥିଲେ ରିମ୍ପି । ସେହି ଭିଡିଓଟି ଖୁବ୍‌ ଭାଇରାଲ ହେଉଛି । ଯଦିଓ ସେ ମାତ୍ର ପାଞ୍ଚ ମାସ ପୂର୍ବରୁ ଭିଡିଓ ଅପଲୋଡ୍ କରିବା ଆରମ୍ଭ କରିଥିଲେ, ତିନି ସପ୍ତାହ ତଳେ ପ୍ରସ୍ତୁତ ହୋଇଥିବା ଆଳୁ ପୋସ୍ତ ତରକାରୀର ଭିଡିଓଟି ସୋସିଆଲ୍‌ ମିଡି଼ଆରେ ଭାଇରାଲ ହୋଇଛି । ତାଙ୍କ ରନ୍ଧା ଟମାଟୋ ସସର ସୁପରହିଟ୍ ରେସିପି ବି ସେମିତି ଭାଇରାଲ୍‌ ହୋଇଛି ।

ଏହା ବି ପଢ଼ନ୍ତୁ | ସମ୍ବଲପୁରରେ ଚାଦୋକାନରେ ଝଗଡ଼ାରୁ ନକଲି ନୋଟ୍ରାକେଟର ପର୍ଦ୍ଦାଫାଶ ହେଲା; ₹୧୩.୮୫ ଲକ୍ଷ ଜବତ

ତିନି ସପ୍ତାହ ତଳେ ରିମ୍ପି ଅପଲୋଡ୍‌ କରିଥିବା ଆଳୁ ପୋସ୍ତ ତରକାରୀର ରେସିପିର ଭିଡିଓର ଦର୍ଶକ ସଂଖ୍ୟା ବଢ଼ିଚାଲିଛି । ଏବେ ଏହା ୮୫ ଲକ୍ଷରୁ ଅଧିକ ହେଲାଣି । ପ୍ରାୟ ୧୦ ଲକ୍ଷ ସୋସିଆଲ୍ ମିଡିଆ ବ୍ୟବହାରକାରୀ ତ ତାଙ୍କ ଟମାଟୋ ସସ୍ ରେସିପି ଦେଖିଛନ୍ତି । 

ରିମ୍ପିଙ୍କ ଗୋଟିଏ ରାନ୍ଧଣା ଭିଡିଓରୁ ଦୃଶ୍ୟ


ହେଲେ ପୂର୍ବରୁ ଯଦିଓ ରେସିପି ଦେଖିବାକୁ ଲୋକେ ଏହି ୟୁଟ୍ୟୁବ୍‌ ଚ୍ୟାନେଲକୁ ଆସୁଥିଲେ, ରିମ୍ପିଙ୍କ ଚ୍ୟାନେଲରେ ଦର୍ଶକଙ୍କ ସଂଖ୍ୟା ଅଧିକ ନ ଥିଲା । ବର୍ତ୍ତମାନ ତାଙ୍କର ୫୬,୦୦୦ ଫଲୋଅର୍ସ୍‌ (ଅନୁସରଣକାରୀ) ଅଛନ୍ତି । ତାହେଲେ ତାଙ୍କର ବିଶେଷତ୍ୱ କ’ଣ? ରିମ୍ପିଙ୍କ USP ହେଉଛି ତାଙ୍କର ଲୁକ୍ । ଶାଢ଼ୀ ସହ ଖୋଲା ବ୍ଲାଉଜ୍‌ ପିନ୍ଧି ସେ ରାନ୍ଧଣା କରୁଥିବା ଦେଖାଯାଆନ୍ତି । ଏହି ପୋଷାକରେ ତାଙ୍କ ଯୌବନ ଜଳ ଜଳ ଦିଶୁଥାଏ, ଆଉ ଯୁବକମାନେ ତାଙ୍କୁ ହିଁ ଦେଖିବାକୁ ତାଙ୍କ ରେସିପି ଚ୍ୟାନେଲକୁ ଆସୁଥାନ୍ତି ।

ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁ ରହସ୍ୟ ପାରଳା ରାଜମହଲର ୫ଟିଆତ୍ମହତ୍ୟାପରି ଅସମାହିତ ରହିଯିବ?

ଗୋଟିଏ ପରେ ଗୋଟିଏ ଭିଡିଓରେ ରିମ୍ପି ଖୋଲା ଆକାଶ ତଳେ ଏକ ଗ୍ୟାସ୍ ସିଲିଣ୍ଡର୍‌ ରଖି ରାନ୍ଧିବା ପାଇଁ ବସୁଥିବା ଦେଖାଯାଉଛି । ପ୍ରତ୍ୟେକ ଭିଡିଓରେ ସେ ନିଜ ଦରମେଲା ବ୍ଲାଉଜ୍ ଦର୍ଶକମାନଙ୍କ ଆଖିରେ ପଡ଼ିବା ସୁନିଶ୍ଚିତ କରାଇଛନ୍ତି । ଏହି ଗରମ ଅବତାରରେ ସେ ଆଳୁ ପୋସ୍ତ, ବାଇଗଣ ଭରତା, ଟମାଟୋ ଭରତା ଓ ଅଣ୍ଡା ତରକାରୀ ଆଦି ନାନା ପ୍ରକାର ସୁସ୍ୱାଦୁ ତରକାରୀ ରାନ୍ଧନ୍ତି ।

ରିମ୍ପିଙ୍କ ଅନ୍ୟ ଏକ ରାନ୍ଧଣା ଭିଡିଓରୁ ଦୃଶ୍ୟ


ନିକଟରେ ତାଙ୍କ ଭିଡିଓର ଗୋଟିଏ ସ୍କ୍ରିନସଟ୍ ‘ଭେଗାନ୍ସ ଅଫ୍ ବେଙ୍ଗଲ୍‌’ (Vegans of Bengal) ଫେସବୁକ୍ ପେଜରେ ଶେୟାର କରାଯାଇଥିଲା । କ୍ୟାପସନରେ ଲେଖା ଥିଲା, ‘‘ବଙ୍ଗଳାରେ ଶାକାହାରୀ ଖାଦ୍ୟ ଭିଡିଓ ଅଧିକ ଲୋକପ୍ରିୟ ବୋଲି ଭାବିବାକୁ ଖରାପ ଲାଗେ । ତେବେ ନିକଟରେ କିଛି ସପ୍ତାହ ମଧ୍ୟରେ ଏହି ଭେଗାନ୍ ଡିସ୍ ଆଳୁ ପୋସ୍ତ ଭାଇରାଲ୍ ହୋଇଛି । ଯେଉଁମାନେ ସମସ୍ତ ପ୍ରଶଂସା ପାଇବାକୁ ଯୋଗ୍ୟ, ସେମାନେ ହେଉଛନ୍ତି ସେହି ଭେଗାନ୍ ଯେଉଁମାନେ କ୍ରମାଗତ ଭାବରେ ଭେଗାନ୍ ରେସିପିର ବିସ୍ତାର କରାଇବାକୁ ଚେଷ୍ଟା କରୁଛନ୍ତି ।’’ ରିମ୍ପିଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଆପଣ ଏଇଠି କ୍ଲିକ୍‌ କରି ଦେଖିପାରିବେ ।



କିଛି ଘଣ୍ଟା ମଧ୍ୟରେ ସେହି ଫେସବୁକ୍‌ ପୃଷ୍ଠାରେ ମାରାତ୍ମକ ଭାବରେ ଟ୍ରୋଲିଂ ହେବା ଆରମ୍ଭ ହୋଇଥିଲା । ନେଟେନିଜେନମାନେ କମେଣ୍ଟ ବକ୍ସରେ ଲେଖିବା ଆରମ୍ଭ କରିଥିଲେ । ଅନେକ ତ ଏପରି ଭେଜାନ୍ ହେବାକୁ ଚାହୁଁଥିବା କହିଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ମନ୍ତବ୍ୟ ଦେଇ ଲେଖିଛନ୍ତି, ‘‘ଏହା ତ ସ୍ୱର୍ଗ! କେଉଁ ଦିଗରୁ ଦେଖିବା!’’
Published by: Anand ST Das
First published: August 8, 2021, 11:40 PM IST