ମମତା ଉପରେ ହୋଇଥିବା ଆକ୍ରମଣକୁ ନେଇ ନିର୍ବାଚନ ଆୟୋଗ ପାଖରେ ଅଭିଯୋଗ କରିବ TMC

ପାର୍ଥ ଚାଟାର୍ଜୀ (Path Chatarjee) କହିଛନ୍ତି କିଛି ଭୟଭୀତ ବ୍ୟକ୍ତି ମମତା ବାନାର୍ଜୀଙ୍କୁ (Mamata Banerjee) ଅଟକାଇବା ପାଇଁ ଏପରି କାର୍ଯ୍ୟ କରିଛନ୍ତି । କିନ୍ତୁ ଏହି କାର୍ଯ୍ୟରେ କେହି ସଫଳ ହେବେ ନାହିଁ । ଚାଟାର୍ଜୀ ମମତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ଏକ ଷଡଯନ୍ତ୍ର ବୋଲି କହିଛନ୍ତି ।

ମମତା ଉପରେ ହୋଇଥିବା ଆକ୍ରମଣକୁ ନେଇ ନିର୍ବାଚନ ଆୟୋଗ ପାଖରେ ଅଭିଯୋଗ କରିବ TMC
ମମତା ବାନାର୍ଜୀଙ୍କ ବାମ ଗୋଡରେ ମଧ୍ୟ ଗଭୀର ଆଘାତ ଲାଗିଛି
  • News18 Odia
  • Last Updated: March 11, 2021, 9:25 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
କୋଲକାତା: ନନ୍ଦିଗ୍ରାମରେ ଗୁରୁବାର ଦିନ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀଙ୍କ (Mamata Banerjee) ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ତୃଣମୂଳ କଂଗ୍ରେସର ନେତାମାନେ ନିର୍ବାଚନ ଆୟୋଗଙ୍କୁ ଭେଟିବେ । ପଶ୍ଚିମ ବଙ୍ଗ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ଟିଏମସି ଚୁପ୍ ବସିବ ନାହିଁ ବୋଲି ଦଳର ନେତା ପାର୍ଥ ଚାଟାର୍ଜୀ କହିଛନ୍ତି । ସେ କହିଛନ୍ତି ଯେ ଏହି ସମଗ୍ର ବିଷୟ ସମ୍ପର୍କରେ ସୂଚନା ନିର୍ବାଚନ ଆୟୋଗଙ୍କୁ ଦିଆଯିବ । ଏଥି ସହିତ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ବିଜେପିର ଡ଼ର ବୋଲି ବର୍ଣ୍ଣନା କରିଛନ୍ତି ।

ପାର୍ଥ ଚାଟାର୍ଜୀ (Path Chatarjee) କହିଛନ୍ତି କିଛି ଭୟଭୀତ ବ୍ୟକ୍ତି ମମତା ବାନାର୍ଜୀଙ୍କୁ (Mamata Banerjee)ଅଟକାଇବା ପାଇଁ ଏପରି କାର୍ଯ୍ୟ କରିଛନ୍ତି । କିନ୍ତୁ ଏହି କାର୍ଯ୍ୟରେ କେହି ସଫଳ ହେବେ ନାହିଁ । ଚାଟାର୍ଜୀ ମମତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ଏକ ଷଡଯନ୍ତ୍ର ବୋଲି କହିଛନ୍ତି । ଯେଉଁଠାରେ ମମତା ବାନାର୍ଜୀଙ୍କୁ ଭର୍ତ୍ତି କରାଯାଇଛି ସେହି ହସ୍ପିଟାଲ ବାହାରେ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କ ସହ କଥାବାର୍ତ୍ତା କରି ପାର୍ଥ ଚାଟାର୍ଜୀ କହିଛନ୍ତି ଯେ ପ୍ରଥମେ ରାଜ୍ୟର ଅତିରିକ୍ତ ମହାନିର୍ଦ୍ଦେଶକ (ଆଇନ ଓ ଆଦେଶ) ପରିବର୍ତ୍ତନ କରାଯାଇଥିଲା ଓ ପରେ ଡିଜିଙ୍କୁ ହଟାଇ ଦିଆଗଲା ଏବଂ ବର୍ତ୍ତମାନ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଘଟଣା ଘଟିଛି । ଏହି ସବୁ ମମଦା ଦିଦିଙ୍କ ବିରୁଦ୍ଧରେ ଏକ ଷଡଯନ୍ତ୍ର ।

ନନ୍ଦିଗ୍ରାମରେ ନିର୍ବାଚନ ପ୍ରଚାର ସମୟରେ ପଶ୍ଚିମ ବଙ୍ଗର ସିଏମ ମମତା ବାନାର୍ଜୀଙ୍କୁ ଆକ୍ରମଣ କରାଯାଇଥିଲା । କୁହାଯାଉଛି କିଛି ଲୋକ ସିଏମଙ୍କୁ ଠେଲି ଦେଇଥିଲେ, ଯେଉଁଥିପାଇଁ ସେ ତଳେ ପଡି ଯାଇଥିଲେ । ବୁଧବାର ରାତିରେ ଏସ୍‌କେଏମ୍‌ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀଙ୍କୁ ଏକ୍ସ-ରେ କରାଯାଇଥିଲା । ଡାକ୍ତରଙ୍କ କହିବାନୁସାରେ, ମମତା ବାନାର୍ଜୀଙ୍କ ଡାହାଣ ଗୋଡ଼ରେ ଫୁଲି ଯାଇଛି ଓ ଗଭୀର ଆଘାତ ଲାଗିଛି । ଛାତିରେ ଯନ୍ତ୍ରଣା ଓ ଶ୍ୱାସ ନେବାରେ ମଧ୍ୟ ଅସୁବିଧା ହେଉଛି । ମମତା ବାନାର୍ଜୀଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଟିଏମସି ଆଜି ଏହାର ମନିଫେଷ୍ଟୋ ପ୍ରକାଶ କରିବ ନାହିଁ ।

ମିଳିଥିବା ସୂଚନା ଅନୁଯାୟୀ, ମମତା ବାନାର୍ଜୀଙ୍କ ବାମ ଗୋଡରେ ମଧ୍ୟ ଗଭୀର ଆଘାତ ଲାଗିଛି । ଏହା ସହିତ ପାଦରେ ସ୍କ୍ରାଚ୍ ମାର୍କ ଅଛି । ଡାହାଣ କାନ୍ଧରେ ମଧ୍ୟ ଆଘାତ ଲାଗିଛି । ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ମମତାଙ୍କ ହାତଗୋଡ ଓ ବେକରେ ମଧ୍ୟ ଆଘାତ ଲାଗିଛି । SSKM ହସ୍ପିଟାଲର ଡାକ୍ତର ଏମ୍ ବାନ୍ଧୋପାଧ୍ୟାୟ କହିଛନ୍ତି ଯେ ସିଏମ୍ ମମତା ବାନାର୍ଜୀଙ୍କୁ ଆସନ୍ତା 48 ଘଣ୍ଟା ପାଇଁ ନଜର ରଖାଯିବ ।
Published by: Jagdish Barik
First published: March 11, 2021, 9:25 AM IST