News18 Odia Digital
ପୂର୍ବ ବର୍ଦୱାନ୍: କହନ୍ତି ନା ‘‘ତୁମର ତ ଲଟେରୀ ଲାଗିଗଲା!’’ ଲଟେରୀ ଜିତିବା ପରେ (lottery result) ଏବେ ଜଣେ ଅତି ସାଧାରଣ ଯୁବକ କୋଟିପତି ପାଲଟିଛନ୍ତି । ସେ ହେଉଛନ୍ତି ପଶ୍ଚିମ ବଙ୍ଗର (West Bengal) ପୂର୍ବ ବର୍ଦୱାନ୍ ଜିଲ୍ଲାର ଗାଲସି ଥାନା ଅଞ୍ଚଳର ବିଜୟ ବାଗ । ସେ (Crorepati in Lottery) ଲଟେରୀ ଟିକେଟରେ ଏକ କୋଟି ଟଙ୍କା ପୁରସ୍କାର ଜିତିଛନ୍ତି । ଏହି ଖବର ସମଗ୍ର ଅଞ୍ଚଳରେ ଜଙ୍ଗଲୀ ନିଆଁ ପରି ବ୍ୟାପିଯାଇଥିଲା ।
ଟିକେଟ୍ ଟଙ୍କା ପାଇବା ମାତ୍ରେ ବିଜୟ ବାଗ ଗାଲସି ଥାନାରେ ହାଜର ହୋଇଥିଲେ । ପୂରା ଘଟଣା ସେ ପୋଲିସ ଅଧିକାରୀଙ୍କୁ ଜଣାଇ ଦେଇଥିଲେ । ସେମାନେ ବି ଆଶ୍ଚର୍ଯ୍ୟ ହୋଇଥିଲେ । ବିଜୟଙ୍କ ପରିବାର ସଦସ୍ୟମାନେ ସେ ଏତେ ଟଙ୍କା ଯିତିଛନ୍ତି ବୋଲି ଜାଣି ବଡ଼ ଖୁସି ହୋଇଛନ୍ତି (crorepati in lottery) ।
ଏହା ବି ପଢ଼ନ୍ତୁ | ଇଞ୍ଜିନିୟରିଂ ପାଠ୍ୟକ୍ରମ ଓଡ଼ିଆ ଭାଷାରେ ଅନୁବାଦ ହେବ; AICTE ଓ ଭାଷା ବିଶେଷଜ୍ଞ ଆଲୋଚନା କଲେଜାଣିବାକୁ ମିଳିଛି ଯେ ବିଜୟ ବାଗ ପାଞ୍ଚଟି ଲଟେରୀ ଟିକେଟ୍ କିଣିଥିଲେ । ତା’ପରେ ସେ ଏକ କୋଟି ଟଙ୍କା ପୁରସ୍କାର ଜିତିଥିବା ଖବର ଆସିଥିଲା। ଏହି ଖବର ପ୍ରଚାର ହେବା ପରେ ବିଜୟ ବାଗ ଭୟଭୀତ ହୋଇପଡିଥିଲେ । ସେ ତୁରନ୍ତ ଲଟେରୀ ଟିକେଟ ନେଇ ଗାଲସି ଥାନାରେ ହାଜର ହୋଇଥିଲେ । ସେ ପୂର୍ବରୁ ଅନେକ ଥର ଲଟେରୀ ଟିକେଟ୍ କିଣିଛନ୍ତି। ତେବେ ସେ ଏତେ ଟଙ୍କା କେବେ ଜିତି ନ ଥିଲେ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବରଗଡ଼ରେ ସ୍ତ୍ରୀର କୋହ: ‘‘ପୋଲିସ ମୋ’ର୍ ବରକେ ମାରିଛନ୍… ମୋ’ର ନ୍ୟାୟ ଦରକାର, ଟଙ୍କା ନୁହେଁ’’‘‘ମୋ’ ପରିବାରର ଅବସ୍ଥା ସେତେ ଭଲ ନୁହେଁ । ଏହି ଲଟେରୀ ଫଳରୁ ମୁଁ ପୁରସ୍କାର ରାଶିରେ ପ୍ରଥମେ ଗୋଟେ ଘର ବନେଇବି । ମୁଁ ଗୋଟେ ଟ୍ରାକ୍ଟର୍ ଚଳାଇ ନିଜ ପରିବାର ଚଳାଏ,’’ କହିଛନ୍ତି ବିଜୟ ବାଗ ।
ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ଇଞ୍ଜିନିଅରିଂ ପଢୁଥିବା ବିହାରୀ ଛାତ୍ରକୁ ତା’ ବନ୍ଧୁ ଛାତିରେ ଗୁଳି ମାରି ହତ୍ୟା କଲାବିଜୟଙ୍କ ବାହା ଭୁତନାଥ ବାଗ୍ ବେଳେବେଳେ ଗାଲସି ଥାନାରେ ଦିନ ମଜୁରିଆ ଭାବେ କାମ କରନ୍ତି । ପ୍ରଥମ ଥର ପାଇଁ ବିଜୟ ଏତେ ଟଙ୍କାର ପୁରସ୍କାର ଜିତିଛନ୍ତି ଜାଣି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବାପା ଓ ପରିବାର ଲୋକେ ଏ କଥାକୁ ପ୍ରଥମେ ବିଶ୍ୱାସ ନ କିରବାରୁ ବିଜୟ ଭୟଭୀତ ହୋଇ ନିଜ ପରିବାର ସହିତ ଥାନାରେ ଯାଇ ପହଞ୍ଚିଥିଲେ । ବିଜୟ ଭାବି ପାରି ନ ଥିଲେ ଯେ ସେ କେବେ ବି ଏକ କୋଟି ଟଙ୍କାର ମାଲିକ ହେବେ ।
ଏହା ବି ପଢ଼ନ୍ତୁ | ମିଳିଲା ନିଖୋଜ ଓଡ୍ରାଫ ଯବାନଙ୍କ ମୃତ ଦେହ; ମହାନଦୀରେ ଫସିଥିବା ହାତୀର ଏ ଯାଏଁ ପତ୍ତା ମିଳୁନି‘‘ଯେତେବେଳେ ମୁଁ ଏହି ଆଶ୍ଚର୍ଯ୍ୟଜନକ ଖବର ଶୁଣିଲି ମୁଁ ନିରବ ରହିଲି। କିନ୍ତୁ ପରେ ମୁଁ ଏ କଥା ବିଶ୍ୱାସ କଲି । ମୋତେ ମୋ’ ଲଟେରୀ ଟିକଟର ନମ୍ବର ଦେଖାଇ ସମସ୍ତେ କହିଲେ ଯେ ମୁଁ ହି ଏତେ ଟଙ୍କା ଜିତିଛି । ତା’ପରେ ମୁଁ ଥାନାକୁ ଦୌଡି଼ଲି,’’ କହିଛନ୍ତି ବିଜୟ ବାଗ ।
ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ବୀମା ଆଜେଣ୍ଟ୍ ପରିଚୟ ଦେଇ ସୁନା ଓ ଟଙ୍କା ଲୁଟିଥିଲେ ଏହି ମହିଳା, ଧରା ପଡ଼ିଲେ ସ୍ଥାନୀୟ ଲୋକେ କହିଛନ୍ତି ଯେ ବିଜୟ ଗରିବ ହେଲେ ବି ଜଣେ ସଚ୍ଚୋଟ ବ୍ୟକ୍ତି । ସେ ଏହି ଅଞ୍ଚଳରେ ନିଜ କାମ ସଚ୍ଚୋଟତାର ସହ କରନ୍ତି । ଏତେ ଟଙ୍କା ଜିତିବା ପରେ ବିଜୟଙ୍କ ସ୍ତ୍ରୀ କହିଛନ୍ତି ଯେ ସେହି ଟଙ୍କାରେ ବିଜୟଙ୍କ ତିନି ଝିଅଙ୍କ ପାଠ ପଢ଼ା ଓ ବାହାଘର ଖର୍ଚ୍ଚ ବି ହୋଇଯିବ ବୋଲି ସେ ଆଶା କରୁଛନ୍ତି ।
ଏହା ବି ପଢ଼ନ୍ତୁ | ଡଙ୍ଗା ବୁଡ଼ି ଓ ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ: ବନ ବିଭାଗର ଉଚ୍ଚ ଅଧିକାରୀ କହିଲେ ‘ହାତୀକୁ ଘଉଡ଼ାଇବା ଦରକାର ନ ଥିଲା’‘‘ଆମେ ସବୁବେଳେ ଆମ ଝିଅମାନଙ୍କ ଶିକ୍ଷାକୁ ନେଇ ଚିନ୍ତିତ ଥିଲୁ । କିନ୍ତୁ ଏ ଥର ଏହି ଲଟେରୀର ଟଙ୍କା (lottery money) ଆମ ଝିଅମାନଙ୍କ ପାଇଁ ଭଲ ଶିକ୍ଷା ବ୍ୟବସ୍ଥା ଆଣିବାରେ ସକ୍ଷମ ହେବ । ଆମେ ଆଉ ଆମ ଝିଅମାନଙ୍କ ବିବାହକୁ ନେଇ ଚିନ୍ତିତ ରହିବୁ ନାହିଁ ବୋଲି ଭାବୁଛୁ,’’ କହିଛନ୍ତି ବିଜୟଙ୍କ ସ୍ତ୍ରୀ ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।