ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»୪ ଜଣ ଯୁବତୀଙ୍କୁ ଏକା ସଙ୍ଗେ ପ୍ରେମ କରୁଥିଲା ବଙ୍ଗାଳୀ ଯୁବକ; ୪ ଜଣ ଯାକ ଘରକୁ ଆସିବାରୁ ବିଷ ପିଇଦେଲା

୪ ଜଣ ଯୁବତୀଙ୍କୁ ଏକା ସଙ୍ଗେ ପ୍ରେମ କରୁଥିଲା ବଙ୍ଗାଳୀ ଯୁବକ; ୪ ଜଣ ଯାକ ଘରକୁ ଆସିବାରୁ ବିଷ ପିଇଦେଲା

Man tries suicide when his 4 girlfriends reach his home together in Bengal | ବିଷ ପିଇବା ପରେ ଯୁବକର ଅବସ୍ଥା ବିଗିଡ଼ିବାରୁ ପଡୋଶୀମାନେ ତାକୁ ଡାକ୍ତରଖାନାକୁ ନେଇଥିଲେ । ତା’ ପରିବାର ଲୋକେ ଚେଷ୍ଟା କରିବାରେ ଲାଗିଛନ୍ତି ଯେ ତା’ର ଚାରି ଜଣ ଗର୍ଲଫ୍ରେଣ୍ଡ ଯେମିତି ତା’ ବିରୁଦ୍ଧରେ ଥାନାରେ ଅଭିଯୋଗ ନ କରନ୍ତି ।

୪ ଜଣ ଯୁବତୀଙ୍କୁ ଏକା ସଙ୍ଗେ ପ୍ରେମ କରୁଥିଲା ବଙ୍ଗାଳୀ ଯୁବକ; ୪ ଜଣ ଯାକ ଘରକୁ ଆସିବାରୁ ବିଷ ପିଇଦେଲା
ହସପିଟାଲରେ ଯୁବକର ସ୍ଥିତିରେ ସୁଧାର ଆସିଛି । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 11, 2021, 8:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital:

ଜଳପାଇଗୁଡ଼ି: ଅନେକ ଯୁବକ ଜଣେ ଯୁବତୀଙ୍କୁ ପ୍ରେମ କରି ସେଥିରେ ସବୁ ବେଳେ ସମ୍ପୂର୍ଣ୍ଣ ସଫଳ ହୋଇପାରୁ ନ ଥିବା ବେଳେ ପଶ୍ଚିମ ବଙ୍ଗରେ ଜଣେ ଯୁବକ ଏକା ସାଙ୍ଗରେ ଚାରି ଚାରି ଜଣ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲା । ସେମାନଙ୍କ ସହ ଅଲଗା ଅଲଗା ସମୟରେ କଥାବର୍ତ୍ତା କରି ଓ ସମୟ ବିତାଇ ସେ ବେଶ୍‌ ଖୁସିରେ ଥିଲା । ହେଲେ ତା’ର ସେହି ଖୁସି ବେଶୀ ଦିନ ଚାଲିପାରିଲା ନାହିଁ । ଶେଷରେ ସେ ବିଷ ଖାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲା ।

କୁଚ ବେହାରର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସେହି ଯୁବକର ଅବସ୍ଥା ଏବେ ବିପଦ ବାହାରେ ଅଛି ବୋଲି ଡାକ୍ତରମାନେ କହିଛନ୍ତି । ଶୁଭମୟ କର ନାମକ ଏହି ଯୁବକର ଅବସ୍ଥା ସୁଧୁରୁଛି । ଚାରି ଚାରି ଜଣ ଯୁବତୀଙ୍କ ସହ ତା’ ପ୍ରେମ ସମ୍ପର୍କ ହଠାତ୍‌ ସାମନାକୁ ଆସିଯିବା ପରେ କ’ଣ କରିବ କିଛି ଠିକ୍‌ କରି ନ ପାରି ଟେନସନ ଯୋଗୁଁ ସେ ନିଜ ଘରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା । ତା’ ପରେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ଖବର ଏବେ ସାରା ପଶ୍ଚିମ ବଙ୍ଗରେ ଚର୍ଚ୍ଚାର ବିଷୟ ହୋଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଅନିୟନ୍ତ୍ରିତ ହୋଇ ଅଡ଼ି କାର୍ ରାସ୍ତାରେ ଲୋକଙ୍କ ଉପରେ ଚଢ଼ିଗଲା; ମୃତ, ୧୦ ଆହତ

ଅସଲରେ ଶୁଭାମୟ କରର ଘରକୁ ତା’ର ଚାରି ଜଣ ଯାକ ପ୍ରେମିକା ଏକା ସାଙ୍ଗରେ ଆସି ପହଞ୍ଚିଥିଲେ । ଏକ ଔଷଧ ଦୋକାନରେ କାମ କରୁଥିବା ଶୁଭମୟ ଦୀପାବଳୀ ଛୁଟି ସରିଯିବା ପରେ ଦୋକାନକୁ ଯିବାକୁ ପ୍ରସ୍ତୁତ ହୋଉଥିବା ବେଳେ ତା’ର ଚାରି ଜଣ ଯାକ ପ୍ରେମିକା ଅଚନକ ତା’ ଘରେ ଆସି ପହଞ୍ଚିଥିଲେ । ସେମାନେ ପୂର୍ବରୁ ତା’ ଘରକୁ କେବେ ଆସି ନ ଥିଲେ । ସେମାନେ ତା’ ଘର କେଉଁଠି ତାହା ଜାଣିଥିବା ବି ସେ ଜାଣି ନ ଥିଲା ।

ଏହା ବି ପଢ଼ନ୍ତୁ | ମୁକେଶ ଅମ୍ବାନୀଙ୍କ ଘରର ସୁରକ୍ଷା ବଢ଼ାଗଲା; ଘର ବିଷୟରେ ପଚାରୁଥିଲେ ଜଣ ଦାଢ଼ି ଥିବା ଲୋକ

କିନ୍ତୁ ଚାରି ଜଣ ଯାକ ଯୁବତୀଙ୍କୁ ଯେ ଶୁଭମୟ ଠକୁଛି ତାହା ସେମାନେ ଜଣେ ପରେ ଜଣେ ଜାଣିପାରିଥିଲେ । ସେମାନେ ସ୍ଥିର କରିଥିଲେ ଯେ ଏକା ସାଙ୍ଗରେ ଆସି ତା’ ଘରେ ପହଞ୍ଚିବେ । ଯେତେବେଳେ ଚାରି ଜଣ ଯାକ ଶୁଭମୟର ଘରେ ଆସି ସାଙ୍ଗରେ ପହଞ୍ଚିଲେ ସେମାନଙ୍କୁ ଦେଖି ତା’ ହୋଶ ଉଡ଼ିଗଲା । ଚାରି ଜଣ ଯାକ ପ୍ରେମିକା ଶୁଭମୟର ଘର ଲୋକଙ୍କ ସାମନାରେ ଅଭିଯଓଗ କଲେ ଯେ ସେ ସେମାନଙ୍କୁ ପ୍ରତାରଣା କରିଚାଲିଛି । ତା’ ପରେ ଏହି ସ୍ଥିତିରେ କ’ଣ କରିବ ବିଚାର କରି ନ ପାରି ଶୁଭମୟ ନିଜ ବେଡରୁମ୍‌ ଭିତରକୁ ଯାଇଥିଲା ଓ ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା ।

ଏହା ବି ପଢ଼ନ୍ତୁ | ପେନସନ୍ ପାଉଥିବା ଲୋକଙ୍କ ପାଇଁ ଖୁସି ଖବର: ମୋଦି ସରକାର ବଢ଼ାଇ ପାରନ୍ତି ପେନସନ୍

ଏହି ଘଟଣା କୁଚ ବେହାର ଜିଲ୍ଲାର ମାଥାବାଙ୍ଗାର୍‌ ଜୋରପାଟକି ଗ୍ରାମରେ ଘଟିଛି । ଚାରି ଜଣ ଯାକ ଗର୍ଲଫ୍ରେଣ୍ଡ୍‌ ଏକାଠି ଶୁଭମୟର ଘରେ ପହଞ୍ଚିବା ପରେ ସମସ୍ତଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା । ଆଖ ପାଖର ଅନେକ ଲୋକ ଏ ଖବର ପାଇ ସେଠି ରୁଣ୍ଡ ହୋଇଥିଲେ । ସମସ୍ତେ ଜାଣିବାକୁ ପାଇଥିଲେ ଯେ ଶୁଭମୟର ଚାରି ଚାରି ଜଣ ପ୍ରେମିକା ଏକା ସାଙ୍ଗରେ ଆସି ତା’ ଘରେ ପହଞ୍ଚିଛନ୍ତି । ଏଥିରେ ବ୍ୟସ୍ତ-ବିବ୍ରତ ହୋଇ ଶୁଭମୟ ବିଷ ଖାଇଦେଇଥିଲା ।

ଏହା ବି ପଢ଼ନ୍ତୁ | ଗର୍ଲଫ୍ରେଣ୍ଡ୍ ସହ ହୋଟେଲରେ ଥିଲେ ପୋଲିସ ଇନସ୍ପେକ୍ଟର୍; ସ୍ତ୍ରୀ ଆସି ପହଞ୍ଚିବା ପରେ ମାମଲା ବିଗିଡ଼ିଗଲା

ବିଷ ପିଇବା ପରେ ଶୁଭମୟର ଅବସ୍ଥା ବିଗିଡ଼ିବାରୁ ପଡୋଶୀମାନେ ତାକୁ ପ୍ରଥମେ ମାଥାବାଙ୍ଗା ଡାକ୍ତରଖାନାକୁ ନେଇଥିଲେ । ପରେ ସେଠାରୁ ତାକୁ କୁଚ ବେହାର ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଏବେ ତା’ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ବୋଲି କହିଛନ୍ତି ଡାକ୍ତରମାନେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅନନ୍ୟା ପାଣ୍ଡେଙ୍କ ଭଉଣୀ ଆଲାନା ପାଣ୍ଡେଙ୍କୁ ତାଙ୍କ ବୟଫ୍ରେଣ୍ଡ୍ ରୋମାଣ୍ଟିକ୍ ଷ୍ଟାଇଲରେ ପ୍ରପୋଜ୍ କଲେ KISS କଲେ

ଶୁଭମୟର ପରିବାର ଲୋକେ ଚେଷ୍ଟା କରିବାରେ ଲାଗିଛନ୍ତି ଯେ ତା’ର ଚାରି ଜଣ ଗର୍ଲଫ୍ରେଣ୍ଡଙ୍କ ଭିତରୁ କେହି ଯେମିତି ତା’ ବିରୁଦ୍ଧରେ ପୋଲିସ ଥାନାରେ କୌଣସି ଅଭିଯୋଗ ନ କରନ୍ତି । ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଶୁଭମୟ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିବା ପରେ ତା’ ଲମ୍ବା-ଚୌଡ଼ା ପ୍ରେମ କାହାଣୀ କେଉଁ ଦିଗକୁ ଯିବ ତା’ ଉପରେ ସମସ୍ତଙ୍କ ନଜର ରହିବ ।
Published by: Anand S.T. Das
First published: November 11, 2021, 8:25 PM IST