ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ବେଙ୍ଗଲ୍ BJP MP ଲକେଟ୍ ଚାଟାର୍ଜୀ ଲୋକଙ୍କ ବିରୋଧର ସାମନା କରିବା ପରେ ରାଜ୍ୟପାଳ ଖପା

ବେଙ୍ଗଲ୍ BJP MP ଲକେଟ୍ ଚାଟାର୍ଜୀ ଲୋକଙ୍କ ବିରୋଧର ସାମନା କରିବା ପରେ ରାଜ୍ୟପାଳ ଖପା

Bengal Hoogly BJP MP Locket Chatterjee Faces People's Protest, Governor Angry | ନିକଟରେ ଅନୁଷ୍ଠିତ ବିଧାନ ସଭା ନିର୍ବାଚନରେ ଲଢ଼ି ହାରିଯାଇଥିବା ବିଜେପି ସାଂସଦ ଲକେଟ୍ ଚାଟାର୍ଜୀଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ହିଁ ଲୋକଙ୍କ ବିରୋଧର ସାମନା କରିବାକୁ ପଡ଼ିଥିଲା ।

ବେଙ୍ଗଲ୍ BJP MP ଲକେଟ୍ ଚାଟାର୍ଜୀ ଲୋକଙ୍କ ବିରୋଧର ସାମନା କରିବା ପରେ ରାଜ୍ୟପାଳ ଖପା
ବିଜେପି ସାଂସଦ ଲକେଟ୍ ଚାଟାର୍ଜୀ
  • News18 Odia
  • Last Updated: June 12, 2021, 11:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଲକାତା: ପଶ୍ଚିମ ବଙ୍ଗର ବିଜେପି ସାଂସଦ ଲକେଟ୍ ଚାଟାର୍ଜୀ (Locket Chatterjee) ହୁଗୁଳି ଜିଲ୍ଲାରେ ନିଜ ନିର୍ବାଚନ ମଣ୍ଡଳୀକୁ ଗସ୍ତ କରୁଥିବା ବେଳେ ସେଠାରେ ଲୋକଙ୍କ ତୀବ୍ର ବିରୋଧର ସାମନା କରିବା ପରେ ରାଜ୍ୟପାଳ ଜଗଦୀପ ଧନଖଡ଼ (Jagdeep Dhankhar) ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଖରାପ ହୋଇଚାଲିଛି ବୋଲି ମମତା ବାନାର୍ଜୀଙ୍କ (Mamata Banerjee) ସରକାରକୁ ପୁଣି ଥରେ ଚେତାଇ ଦେଇଛନ୍ତି ।

ଲକେଟ୍‌ ଚାଟାର୍ଜୀ ହୁଗୁଳି ଜିଲ୍ଲାର ପାଣ୍ଡୁଆରେ ଥିବା ଏକ ଗ୍ରାମୀଣ ଡାକ୍ତରଖାନାକୁ ଯାଇଥିବା ବେଳେ ରାଜ୍ୟର ଶାସକ ଦଳ ତୃଣମୂଳ କଂଗ୍ରେସର (Trinamool Congress) ସମର୍ଥକ ବୋଲି ଦାବି କରୁଥିବା କେତେକ ଲୋକ ତାଙ୍କ ବିରୋଧର ହିଂସାତ୍ମକ ବିରୋଧ ପ୍ରଦର୍ଶନ କରିଥିଲେ । ସେହି ଘଟଣା ସମୟରେ ପୋଲିସ ଜାଣିଶୁଣି ନିଷ୍କ୍ରିୟ ରହିଥିଲା ବୋଲି କହି ରାଜ୍ୟପାଳ ଜଗଦୀପ ଧନଖଡ଼ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଏହା ବି ପଢ଼ନ୍ତୁ | ସମ୍ବଲପୁର: ଗୋଟି ଗୋଟି କରି ଛୁଆ ସ୍ତ୍ରୀକୁ ହାଣିଲା, ନିଜ ତଣ୍ଟି କାଟିଲା; ଗୋଟିଏ ପିଲା ବାପା ମଲେ

‘‘ସାଂସଦ ଲକେଟ୍ ଚାଟାର୍ଜୀ ଯେମିତି ସ୍ତିତିର ଶିକାର ହେଲେ, ଗୁଣ୍ଡାମାନେ ଯେମିତି ତାଙ୍କ ତାଙ୍କ ଗାଡ଼ି ଅତି ନିକଟକୁ ଆସିଗଲେ, ସେଥିରୁ ରାଜ୍ୟର ଭାଙ୍ଗିପଡ଼ୁଥିବା ଆଇନ ଶୃଙ୍ଖଳା ପରିସ୍ଥିତିର ଅନୁମାନ ଲଗାଯାଇପାରେ,’’ ରାଜ୍ୟପାଳ ଏକ ଟ୍ୱିଟ୍ କରି କହିଛନ୍ତି । ସେ କହିଛନ୍ତି ଯେ ‘‘ଗୁଣ୍ଡାମାନେ’’ ଲକେଟ୍‌ ଚାଟାର୍ଜୀଙ୍କ କାର୍‌ ପାଖକୁ ହିଂସାତ୍ମକ ଢଙ୍ଗରେ ଛୁଟିଆସିଥିଲେ ଓ କାର୍‌ ଉପରେ ହାତରେ ବାଡ଼େଇଥିଲେ ।

ରାଜ୍ୟପାଳ ଜଗଦୀପ ଧନଖଡ଼


ହୁଗୁଳି ସଂସଦୀୟ ନିର୍ବାଚନ ମଣ୍ଡଳୀରୁ (Hoogly parliamentary constituency) ଲକେଟ୍‌ ଚାଟାର୍ଜୀ ବିଜେପିର ସାଂସଦ । ନିକଟରେ ଅନୁଷ୍ଠିତ ବିଧାନ ସଭା ନିର୍ବାଚନରେ ବି ସେଠାରୁ ସେ ଲଢ଼ିଥିଲେ, ହେଲେ ହାରିଯାଇଥିଲେ । ସେଠାରେ ଏକ ଡାକ୍ତରଖାନାରେ ଜଣେ ଡାକ୍ତରଙ୍କ ଉପରେ କେତେକ ଅସାମାଜିକ ଲୋକ ଆକ୍ରମଣ କରିଥିବା ଅଭିଯୋଗ ଆସିବା ପରେ ସେ ଗୁରୁବାର ଦିନ ସେଠାକୁ ଯାଇଥିଲେ । ନିଜକୁ ତୃଣମୂଳ କଂଗ୍ରେସର ସମର୍ଥକ ବୋଲି ଦାବି କରୁଥିବା କିଛି ଲୋକଙ୍କ ତୀବ୍ର ବିରୋଧର ସମ୍ମୁଖୀନ ହେବା ପରେ ସେ ଫେରି ଯାଇଥିଲେ ।

ଏହା ବି ପଢ଼ନ୍ତୁ | ମାସ ଜେଲ୍ରେ ରହିବା ପରେ ମୁକୁଳିଲେ BJD ବିଧାୟକ ପ୍ରଦୀପ ପାଣିଗ୍ରାହୀ; ମୁହଁରେ ହସ ଥିଲା

‘‘ଏହି ଘଟଣା ପୋଲିସ ସାମ୍ନାରେ ଘଟିଲା । ଏଥିରୁ ଏହା ସ୍ପଷ୍ଟ ହେଉଛି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କେମିତି ଅଛି,’’ ସାମ୍ବାଦିକମାନଙ୍କୁ କହିଥିଲେ ଲକେଟ୍‌ ଚାଟାର୍ଜୀ ।



ଗୁରୁବାର ଦିନ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ପରେ ଦକ୍ଷିଣ-ପୂର୍ବ କୋଲକାତାର କେତେକ ସ୍ଥାନରେ ପୋଲିସ ମୁତୟନ କରାଯାଇଥିଲା । ‘‘ତିଲଜଲାରେ ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଇଛି । ଆମେ ଏକ ଶାନ୍ତି ସଭା କରୁଛୁ,” ଗୁରୁବାର ସନ୍ଧ୍ୟାରେ ପୋଲିସର ଡେପୁଟି କମିଶନର (ଦକ୍ଷିଣ-ପୂର୍ବ ବିଭାଗ) ସୁଦୀପ ସରକାର କହିଥିଲେ । ସେ ଓ ଅନ୍ୟ ପୋଲିସ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଅବରୋଧକୁ ହଟାଇ ଲୋକ ତଥା ଗାଡି଼ ଚଳାଚଳକୁ ସାମାନ୍ୟ କରିଥିଲେ ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଲକଡାଉନ୍ ଉଠିବା ପ୍ରକ୍ରିୟା ଜଲ୍ଦି ଆରମ୍ଭ ହେବ; ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଚାଲିଛି

ରାଜ୍ୟପାଳ ଜଗଦୀପ ଧନଖଡ଼ ଏହି ଘଟଣା ଉପରେ ପ୍ରଥମେ ମନ୍ତବ୍ୟ ଦେଇଥିଲେ । ସେ ସାମ୍ପ୍ରଦାୟିକ ଉତ୍ତେଜନାର ଏକ ଭିଡ଼ିଓ ସଂଲଗ୍ନ କରିଥିଲେ ଯେଉଁଥିରେ ପୋଲିସ କର୍ମଚାରୀମାନେ ଲୋକଙ୍କୁ ଗିରଫ କରୁଥିବା, ଲାଠିରେ ପିଟୁଥିବା ଓ ଏକ ଯୁବକ ଗାଡି଼ ପୋଲିସ୍ ଗାଡି଼କୁ ଭଙ୍ଗାରୁଜା କରୁଥିବା ଦେଖାଯାଇଛି । ଟ୍ୱିଟ୍ କରି ରାଜ୍ୟପାଳ କହିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନଷ୍ଟ ହେଉଛି ।



ଏ ସବୁ ଘଟଣା ଉପରେ ତୃଣମୂଳ କଂଗ୍ରେସର ନେତା ଓ ମନ୍ତ୍ରୀମାନେ କୌଣସି ବିବୃତ୍ତି ଦେଇନାହାଁନ୍ତି । ବିଜେପି ରାଜ୍ୟ ନେତାଙ୍କ ମଧ୍ୟରେ କେବଳ ବିଧାନ ସଭାରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ (Suvendu Adhikari) ଟ୍ୱିଟ୍ କରି କହିଛନ୍ତି ଯେ ତିଲଜଲାରେ ହୋଇଥିବା ହିଂସାରେ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିଲା ଓ ଏକ ମନ୍ଦିର ଉପରେ ଆକ୍ରମଣ ହୋଇଥିଲା ।
Published by: Anand ST Das
First published: June 12, 2021, 11:53 PM IST