Richest Beggar: ମର୍ସିଡିଜରେ ଚଢ଼ି ମାଗନ୍ତି ଭିକ; ବ୍ୟାଙ୍କରେ ଅଛି ୩-୪ଟି ଆକାଉଣ୍ଟ

ରାସ୍ତାରେ ଏଭଳି କିିଛି ଭିକାରୀ ବୁଲୁଛନ୍ତି, ଯେଉଁମାନେ ବୋଧହୁଏ ଆପଣଙ୍କଠାରୁ କିମ୍ବା ଆପଣଙ୍କ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କଠୁ ବି ଅଧିକ ଧନୀ କହିଲେ ଭୁଲ ହେବନି।

ମର୍ସିଡିଜରେ ଚଢ଼ି ମାଗନ୍ତି ଭିକ

ମର୍ସିଡିଜରେ ଚଢ଼ି ମାଗନ୍ତି ଭିକ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Begging Gang: ଭଗବାନ ଦୁନିଆର ସମସ୍ତଙ୍କୁ ଦୁଇ ହାତ ଓ ଦୁଇ ପାଦ ଦେଇଛନ୍ତି । ସମସ୍ତେ ହାତ ଗୋଡ ଦ୍ୱାରା ପରିଶ୍ରମ କରି ନିଜ ପେଟ ପାଇଁ ଟଙ୍କା ରୋଜଗାର କରିଥାନ୍ତି । କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ପରିଶ୍ରମ କରିବାକୁ ଅକ୍ଷମ ଓ ଅସହାୟ ଅଟନ୍ତି। ସେମାନଙ୍କର ଖାଇବା ଓ ପିଇବା ପାଇଁ ରୋଜଗାର କରିବାର କୌଣସି ମାଧ୍ୟମ ନଥାଏ । ଏହି ଲୋକମାନଙ୍କର ପାଖରେ ଭିକ ମାଗି ବଞ୍ଚିବା ଛଡା ଅନ୍ୟ କୌଣସି ଉପାୟ ନାହିଁ। ଏହି ଲୋକମାନଙ୍କୁ ଅନ୍ୟର ଦୟାରେ ରହିବାକୁ ପଡିଥାଏ ଓ ଅନ୍ୟ ଉପରେ ଆଶା କରି ଏମାନଙ୍କୁ ବଞ୍ଚିବାକୁ ପଡେ । କିନ୍ତୁ ଅସହାୟତା ଦେଖାଇ ଭିକ୍ଷା କରିବା ଆଜିକାଲି ଏକ ବ୍ୟବସାୟରେ ପରିଣତ ହୋଇଛି ।

ଲଣ୍ଡନର ରାସ୍ତାରେ ଏଭଳି ଭିକାରୀ ବୁଲୁଛନ୍ତି, ଯେଉଁମାନେ ବୋଧହୁଏ ଆପଣଙ୍କଠାରୁ କିମ୍ବା ଆପଣଙ୍କ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କଠୁ ବି ଅଧିକ ଧନୀ କହିଲେ ଭୁଲ ହେବନି। ସେମାନେ ଭିକାରୀ ଗ୍ୟାଙ୍ଗରେ କାମ କରନ୍ତି । ଲୋକମାନଙ୍କୁ ବୋକା ବନେଇ ସେମାନେ ଦିନରାତି ଭିକ ମାଗି ନିଜ ରୋଜଗାରକୁ ଦ୍ୱିଗୁଣିତ କରୁଛନ୍ତି । ଏହି ଭିକାରୀମାନେ ପ୍ରଫେସନାଲ୍ ଠକ ଅଟନ୍ତି, ଯେଉଁମାନେ ସବୁକିଛି ଅତି ବୃତ୍ତିଗତ ଭାବରେ କରନ୍ତି ।ଏହି ଠକମାନେ ପ୍ରକୃତରେ ଦୟା ଆବଶ୍ୟକ ଥିବା ଭିକାରୀଙ୍କ ଠାରୁ ଟଙ୍କା ଲୁଟି ନିଅନ୍ତି । ଏହି ଠକ ଭିକାରୀମାନଙ୍କ ପାଖରେ ବିଭିନ୍ନ ଜିନିଷ ସହିତ କାର୍ଡବୋର୍ଡ ଥାଏ । ସେହି କାର୍ଡବୋର୍ଡରେ ନିଜକୁ ଅସହାୟ ବୋଲି ଲେଖିଥାନ୍ତି  । କିନ୍ତୁ ବାସ୍ତବରେ ସେମାନଙ୍କ ପାଖରେ  ଟଙ୍କାର କିଛି ଅଭାବ ନଥାଏ ।

ଅର୍ଥମନ୍ତ୍ରୀଙ୍କ ଟ୍ୱିଟ ପରେ ଚେତିଲା ବ୍ୟାଙ୍କ; ହ୍ବିଲ ଚେୟାର ସହ ଘରେ ପହଞ୍ଚିଲା ଭତ୍ତା

ମାଇ ଲଣ୍ଡନ (My London)ନାମକ ଏକ ୱେବସାଇଟ୍ ଏହି ଠକ ଗ୍ୟାଙ୍ଗ ବିଷୟରେ ଖୁଲାସା କରିଛି । ସେ ଲେଖିଛନ୍ତି ଯେ ଏହି ଭିକାରୀମାନେ ଦେଖିବାକୁ ସାଧାରଣ ଭିକାରୀଙ୍କ ଭଳି ଦେଖାଯିବେ। କିନ୍ତୁ ସେମାନଙ୍କ ପାଖରେ ଟଙ୍କାର କୌଣସି ଅଭାବ ନଥାଏ । ସେମାନେ ମର୍ସିଡିଜ୍ ରେ ଭିକ୍ଷା ମାଗିବାକୁ ଆସନ୍ତି । ଚିରା-ଫଟା  ପୋଷାକ ପିନ୍ଧି ରାସ୍ତା କଡ଼ରେ ବସିଥାଆନ୍ତି । ସାଧାରଣ ଭିକାରୀଙ୍କ ପରି ସେମାନେ ମଧ୍ୟ ତାଙ୍କ ସାମ୍ନାରେ ଏକ କାଗଜ ଖଣ୍ଡ ରଖିଥାନ୍ତି । ଯେଉଁଥିରେ ଜାଣିଶୁଣି ଭୁଲ୍ ବନାନ କରି ଲେଖା ଯାଇଥାଏ । ଯାହାଫଳରେ ଲୋକମାନେ ଭାବନ୍ତି ଯେ ସେମାନେ ଅଶିକ୍ଷିତ  ଓ ଅସହାୟ । ମାଇ ଲଣ୍ଡନ ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗର  ଅଧିକାଂଶ ଲୋକମାନେ ରୋମାନିଆର ବାସିନ୍ଦା ।

ଆଉ ମାତ୍ର ଗୋଟେ ଦିନ! ହାତରୁ ଚାଲିଯିବ ସୁନା ଟଙ୍କା, ଜଲଦି କରନ୍ତୁ ବୁକିଂ

ଏହି ଭିକାରୀମାନେ ସେମାନଙ୍କର ଏକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଭିକ ମାଗିଥାନ୍ତି । ଏହା ପରେ ସେମାନେ ନିଜ କାରରେ ବସି ନିଜ ବଙ୍ଗଳାକୁ ଚାଲି ଯାଆନ୍ତି । ପରେ ଏହି ବୃତ୍ତିଗତ ଭିକାରୀଙ୍କୁ ଡିଜାଇନ ପୋଷାକରେ ଦେଖିବାକୁ ମିଳିଥାଏ । ଯେତେବେଳେ ଏକ ମିଡିଆ ସାଇଟ୍ ଏହି ଭିକାରୀମାନଙ୍କୁ ଟ୍ରାକ୍ କଲା ସେତେବେଳେ ଏହି ସମସ୍ତ ଘଟଣାର ଖୁଲାଶା ହେଲା । ଏହି ସତ କଥା ଜାଣିବା ପରେ ସମସ୍ତେ ଚକିତ ହୋଇଗଲେ । ଏହି ଖୁଲାସା  ପରେ, ବର୍ତ୍ତମାନ ଲଣ୍ଡନ ରାସ୍ତାରେ ଭିକାରୀମାନଙ୍କ ବ୍ୟାକଗ୍ରଉଣ୍ଡ୍ କୁ କଡା କଡି ଯାଞ୍ଚ କରାଯାଉଛି। ଲୋକମାନଙ୍କ କହିବା କଥା  ଯେ ଏହି ଠକମାନଙ୍କ ପାଇଁ ଯେଉଁମାନେ ପ୍ରକୃତରେ ସାହାଯ୍ୟ ପାଇବାକୁ ଯୋଗ୍ୟ ସେମାନଙ୍କ ପ୍ରତି ଅନ୍ୟାୟ ହେଉଛି।
Published by:Soumya Das
First published: