ଭାରତ ଆସିବେ ଟ୍ରମ୍ପ୍: ଅହମଦାବାଦରେ ୫୦ ଲକ୍ଷରୁ ୭୦ ଲକ୍ଷ ଲୋକଙ୍କ ସ୍ୱାଗତକୁ ନେଇ ଆଗୁଆ ଉତ୍ସାହିତ

‘‘ମୋତେ ସେ (ମୋଦି) କହିଛନ୍ତି ଯେ ଲକ୍ଷ ଲକ୍ଷ ଲୋକ ଜମା ହେବେ । ଗତ କାଲି ରାତିରେ ଆମର ଏଠି ୪୦ ହଜାରରୁ ୫୦ ହଜାର ଲୋକଙ୍କ ଭିଡ଼ ହୋଇଥିଲା । ମୋତେ ସେତେ ଭଲ ଲାଗୁନି… କେବଳ (ଅହମଦାବାଦ) ବିମାନ ବନ୍ଦରରୁ ନୂଆ ଷ୍ଟାଡିଅମ୍ ପର୍ଯ୍ୟନ୍ତ ୫୦ ଲକ୍ଷରୁ ୭୦ ଲକ୍ଷ ଲୋକଙ୍କ ଭିଡ଼ ଜମିବ,’’ ସାମ୍ବାଦିକମାନଙ୍କୁ କହିଛନ୍ତି ଟ୍ରମ୍ପ୍ ।

ଭାରତ ଆସିବେ ଟ୍ରମ୍ପ୍: ଅହମଦାବାଦରେ ୫୦ ଲକ୍ଷରୁ ୭୦ ଲକ୍ଷ ଲୋକଙ୍କ ସ୍ୱାଗତକୁ ନେଇ ଆଗୁଆ ଉତ୍ସାହିତ
ଗତ ଅଗଷ୍ଟରେ ଫ୍ରାନ୍ସରେ ମୋଦି ଓ ଟ୍ରମ୍ପ୍‌
  • News18 Odia
  • Last Updated: February 12, 2020, 6:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କ ଦେଶରେ ତାଙ୍କ କାର୍ଯ୍ୟକ୍ରମରେ ଜମୁଥିବା କମ୍‌ ଭିଡ଼ ଆଦୌ ଭଲ ଲାଗୁନି । ସେଠି ତାଙ୍କ କାର୍ଯ୍ୟକ୍ରମରେ ୪୦ ହଜାରରୁ ୫୦ ହଜାର ଲୋକ ଭାଗ ନେଉଛନ୍ତି । ହେଲେ ଏହି ମାସର ଶେଷ ସୁଦ୍ଧା ଭାରତ ଗସ୍ତରେ ଆସୁଥିବା ଟ୍ରମ୍ପ୍‌ ତାଙ୍କ ସ୍ୱାଗତ ପାଇଁ ଅହମଦାବାଦ ବିମାନ ବନ୍ଦରରୁ ମୋଟେରା ଷ୍ଟାଡିଅମ୍‌ ପର୍ଯ୍ୟନ୍ତ ହେବାକୁ ଥିବା ୫୦ ଲକ୍ଷରୁ ୭୦ ଲକ୍ଷ ଲୋକଙ୍କ ଭିଡ଼କୁ ନେଇ ଭାରି ଉତ୍ସାହିତ ।

‘‘ମୋତେ ସେ (ଭାରତ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି) କହିଛନ୍ତି ଯେ ଲକ୍ଷ ଲକ୍ଷ ଲୋକ ଜମା ହେବେ । ଗତ କାଲି ରାତିରେ ଆମର ଏଠି ୪୦ ହଜାରରୁ ୫୦ ହଜାର ଲୋକଙ୍କ ଭିଡ଼ ହୋଇଥିଲା । ମୋତେ ସେତେ ଭଲ ଲାଗୁନି… କେବଳ (ଅହମଦାବାଦର) ବିମାନ ବନ୍ଦରରୁ ନୂଆ ଷ୍ଟାଡିଅମ୍‌ ପର୍ଯ୍ୟନ୍ତ ୫୦ ଲକ୍ଷରୁ ୭୦ ଲକ୍ଷ ଲୋକଙ୍କ ଭିଡ଼ ଜମିବ,’’ ସାମ୍ବାଦିକମାନଙ୍କୁ କହିଛନ୍ତି ଟ୍ରମ୍ପ୍‌ ।

‘‘ଆପଣମାନେ ଜାଣନ୍ତି ଯେ ସେହି ଷ୍ଟାଡିଅମ୍‌ (ଅହମଦାବାଦର ମୋଟେରା ଷ୍ଟାଡିଅମ୍‌) ବିଶ୍ୱର ସବୁ ଠୁ ବଡ଼ ଷ୍ଟାଡିଅମ୍‌ । ସେ (ମୋଦି) ଏବେ ତାକୁ ବନାଉଛନ୍ତି । କାମ ପ୍ରାୟ ସରିଗଲାଣି, ଆଉ ସେଇଟା ପୃଥିବୀର ସବୁ ଠୁ ବଡ଼ ଷ୍ଟାଡିଅମ୍‌,’’ କହିଛନ୍ତି ଆମେରିକାର ରାଷ୍ଟ୍ରପତି ।

ମୋଦି ଓ ଟ୍ରମ୍ପ୍‌ ଅହମଦାବାଦରେ ନୂଆ ତିଆରି ହୋଇଥିବା ମୋଟେରା ଷ୍ଟାଡିଅମରେ ଗୋଟେ ବିଶାଳ ଜନ ସଭାକୁ ସମ୍ବୋଧିତ କରିବେ ବୋଲି ଆଶା କରାଯାଉଛି ।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ ସ୍ୱୀକାର କରି ଡ଼ୋନାଲ୍ଡ ଟ୍ରମ୍ପ ଫ୍ରେବୃୟାରୀ ୨୪ ଓ ୨୫ରେ ଭାରତ ଗସ୍ତରେ ଆସିବାର ଅଛି । ନୂଆ ଦିଲ୍ଲୀ ସହିତ ସେ ଗୁଜୁରାଟର ଅହମଦାବାଦରେ ରହିବେ, ଯେଉଁଠି ମୋଟେରା ଷ୍ଟାଡ଼ିୟମରେ ମୋଦୀଙ୍କ ସହିତ ଏକ ସଂଯୁକ୍ତ ଜନ ସଭାରେ ସେ ଭାଗ ନେବେ ।

ନିଜର ଏହି ପ୍ରଥମ ଭାରତ ଗସ୍ତ ବିଷୟରେ ଟ୍ରମ୍ପ୍‌ କହିଛନ୍ତି ଯେ ସେ ଏହି ଭ୍ରମଣକୁ ଅପେକ୍ଷା କରି ରହିଛନ୍ତି ଓ ଏହି ଗସ୍ତ ସମୟରେ ଭାରତ ଓ ଆମେରିକା ମଧ୍ୟରେ ବ୍ୟାପାରକୁ ନେଇ ବୁଝାବଣା ହେବାର ସମ୍ଭାବନା ଅଛି ।

ଗଲା ତିନି ବର୍ଷରେ ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ବ୍ୟକ୍ତିଗତ ସ୍ତରରେ ବନ୍ଧୁତା ବଢ଼ିଛି ।


‘‘ମୋଦୀ ଜଣେ ଭାରି ଭଦ୍ର ବ୍ୟକ୍ତି, ଆଉ ମୁଁ ଭାରତ ଯିବା ପାଇଁ ଚ଼ାହିଁ ରହିଛି । ତେଣୁ ମୁଁ ଏହି ମାସର ଶେଷରେ ଭାରତ ଯିବି,’’ ଟ୍ରମ୍ପ ଓଭାଲ୍‌ ଅଫିସରେ ସାମ୍ବାଦିକମାନଙ୍କୁ କହିଛନ୍ତି । ଦିନେ ଆଗରୁ ହ୍ବାଇଟ ହାଉସ୍‌ ତାଙ୍କ ପ୍ରତ୍ୟାଶିତ ଭାରତ ଗସ୍ତର ତାରିଖ ଘୋଷଣା କରିଥିଲା ।

ଏକ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ କହିଛନ୍ତି ଯେ ସେ ଭାରତ ସହିତ ବ୍ୟାପାର ଚ଼ୁକ୍ତି ସ୍ୱାକ୍ଷରିତ କରିବା ପାଇଁ ଆଗ୍ରହୀ ମାତ୍ର ଯଦି ସେଇଟା ଉପଯୁକ୍ତ ଚ଼ୁକ୍ତି ।

‘‘ସେମାନେ (ଭାରତୀୟମାନେ) କିଛି କରିବାକୁ ଚାହୁଁଛନ୍ତି । ଦେଖିବା… ଯଦି ଆମେ ଉଚ଼ିତ ସୌଦା କରିପାରିବୁ, ତେବେ ଆମେ କରିବୁ,’’ ଭାରତ ଗସ୍ତର ୧୫ ଦିନ ଆଗରୁ କହିଛନ୍ତି ଆମେରିକାର ୪୫ତମ ରାଷ୍ଟ୍ରପତି ଟ୍ରମ୍ପ୍‌ ।

ଗଲା ତିନି ବର୍ଷ ମଧ୍ୟରେ ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ବ୍ୟକ୍ତିଗତ ସ୍ତରରେ ବନ୍ଧୁତା ବଢ଼ିଛି । ଗତ ବର୍ଷ ଦୁହେଁ ଚ଼ାରି ଥର ପରସ୍ପର ସହ ଦେଖା ସାକ୍ଷାତ କରିଛନ୍ତି । ସେଥି ମଧ୍ୟରେ ଅଛି ହ୍ୟୁଷ୍ଟନରେ ୫୦,୦୦୦ ଆମେରିକୀୟ-ଭାରତୀୟଙ୍କ ଏକ ଜନ ସଭାକୁ ଦୁହେଁ ମିଶି ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ।

ଏହି ବର୍ଷ ମୋଦି ଓ ଟ୍ରମ୍ପ୍‌ ଦୁଇ ଥର ଫୋନରେ କଥାବାର୍ତ୍ତା ହେଇଛନ୍ତି । ଦ୍ୱିତୀୟ ଥରଟି ଥିଲା ଏଇ ଗତ ସପ୍ତାହାନ୍ତରେ ହୋଇଥିବା କଥାବାର୍ତ୍ତା ।

‘‘ମୁଁ ଏଇ ଟିକେ ଆଗରୁ ପ୍ରଧାନ ମନ୍ତ୍ରୀ ମୋଦିଙ୍କ ସହିତ କଥା ହେଇଥିଲି,’’ ମଙ୍ଗଳବାର ଦିନ ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ ଟ୍ରମ୍ପ୍‌ ।

ଆମେରିକରେ ଭାରତର ନୁଆ ରାଷ୍ଟ୍ରଦୁତ ତରନଜିତ ସିଂ ସନ୍ଧୁ ନ୍ୟୁଜ ଏଜେନ୍ସି ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆକୁ କହିଛନ୍ତି ଯେ ଟ୍ରମ୍ପଙ୍କ ଭାରତ ଗସ୍ତ ଟ୍ରମ୍ପ ଓ ପ୍ରଧାନ ମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଏକ ‘‘ମଜବୁତ ବ୍ୟକ୍ତିଗତ ତାଳମେଳ’’ର ପ୍ରତିବିମ୍ବ । ‘‘ଏଥିରୁ ସେହି ସମ୍ବନ୍ଧକୁ ଏକ ନୂଆ ଶିଖରକୁ ନେବା ପାଇଁ ଦୁଇ ଜଣଙ୍କ ପ୍ରବଳ ଇଚ୍ଛାକୁ ପ୍ରଦର୍ଶିତ ହେଉଛି,’’ କହିଥିଲେ ସନ୍ଧୁ । ସେ ଗତ ସପ୍ତାହରେ ଓଭାଲ୍‌ ଅଫିସରେ ଡ଼ୋନାଲ୍ଟ ଟ୍ରମ୍ପଙ୍କୁ ନିଜ ପରିଚୟ ପ୍ରଦାନ କରିଥିଲେ । (ପି.ଟି.ଆଇ.)
First published: February 12, 2020, 6:38 PM IST
corona virus btn
corona virus btn
Loading