ଜାମିଆରେ ଗୁଳିମାଡ଼ କରିଥିବା ନାବାଳକ ପୂର୍ବରୁ ଯୋଜନା କରିଥାଇ ପାରେ; ଫେସବୁକରୁ ମିଳିଛି ସଙ୍କେତ

ଜାମିଆ ନଗର ଅଞ୍ଚଳରେ ଫାଇରିଂ କରିଥିବା ଅଭିଯୁକ୍ତ ସମ୍ପର୍କରେ ଜଣା ପଡ଼ିବା ପରେ ତାର ଫେସବୁକ ଆକାଉଣ୍ଟ ଖୋଳତାଡ଼ କରିବାରୁ ଅନେକ ପ୍ରକାର ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟ ଥିବା ଦେଖିବାକୁ ମିଳିଛି ।

ଅଭିଯୁକ୍ତ ନିଜ ଫେସବୁକରୁ କରିଥିବା ପୋଷ୍ଟ

ଅଭିଯୁକ୍ତ ନିଜ ଫେସବୁକରୁ କରିଥିବା ପୋଷ୍ଟ

  • Share this:
News18 Odia Digital

ନୂଆ ଦିଲ୍ଲୀ: ଜାମିଆ ନଗରରେ ୩୦ ତାରିଖରେ ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟର ଛାତ୍ରମାନେ ନାଗରିକତା ସଂଶୋଧ ଆଇନ ବିରୋଧରେ ପ୍ରଦର୍ଶନ କରୁଥିବା ସମୟରେ ଜଣେ ନାବାଳକ ସେଠାରେ ପହଞ୍ଚି ହଠାତ୍ ଫାଇରିଂ କରିଥିବାବେଳେ ତାକୁ ପୋଲିସ ଗିରଫ କରିଛି । ତେବେ ଏହି ଘଟଣା ପରେ ତା ସମ୍ପର୍କରେ ଖୋଳତାଡ଼ କରିବାରୁ ସେ ଜଣେ ନାବାଳକ ହୋଇଥିବାବେଳେ ଏନେଇ ସେ ପୂର୍ବରୁ ଯୋଜନା କରୁଥିବା ତାର ଫେସବୁକ ପେଜରୁ ଜଣାପଡ଼ିଥିଲା । ତାର ଫେସବୁକ ପେଜରୁ ସେ ଘଟଣା ପୂର୍ବରୁ ଏକ ଲାଇଭ୍ ମଧ୍ୟ କରିଥିଲା ।

ଫାଇରିଂ ପୂର୍ବରୁ ନାବାଳକ ଜଣଙ୍କ ଫେସବୁକ ଆକାଉଣ୍ଟରୁ ଲାଇଭ କରିଥିବାବେଳେ ପୋଷ୍ଟ ମଧ୍ୟ କରିଥିଲା । ପୋଷ୍ଟରେ ସେ ‘‘ ଶାହୀନ ବାଗ୍, ଖେଳ ଖତମ‘‘ ଏହି ପୋଷ୍ଟଟିକୁ ସେ ଦିନ ଗୋଟାଏବେଳେ କରିଥିଲେ । ‘‘ମୋର ଅନ୍ତିମ ଯାତ୍ରାରେ ମୋତେ ଭଗବାରେ ନିଆଯାଉ ଏବଂ ଜୟ ଶ୍ରୀରାମ ନାରା ଲଗାଯାଉ ଜୟ ଶ୍ରୀରାମ‘‘ ।

ପାଇରିଂ ବେଳେ ଗୋପାଳ ଜୋରରେ କାହାକୁ ଆଜାଦି ଦରକାର ଆଗକୁ ଆସ ମୁଁ ଦେବି ବୋଲି ଜୋରରେ ଚିତ୍କାର କରିଥିଲା । ଏହି ପ୍ରଦର୍ଶନରେ ଅଧିକାଂଶ ଛାତ୍ରୀଛାତ୍ର ସାମିଲ ହୋଇଥିବାବେଳେ ସେମାନେ ରାଜଘାଟକୁ ପ୍ରଦର୍ଶନ କରିଯାଉଥିଲେ ।

ଏହି ଘଟଣାରେ ଡିସିପି ଚିନ୍ମୟ ବିଶ୍ବାଳ କହିଛନ୍ତି ଯେ, ‘‘ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପଚରା ଉଚରା ଜାରି ରହିଛି । ପୋଲିସ ତରଫରୁ କୌଣସି ଢ଼ିଲାପଣ ଦେଖାଯାଇନି । ପୋଲିସ ଭିଡ଼କୁ ଆଗକୁ ବଢ଼ିବାରୁ ଅଟକାଇଥିଲା‘‘ । ଆନ୍ଦୋଳନକାରୀ ଛାତ୍ରୀଛାତ୍ରମାନେ ରାଜଘାଟ ଆଡ଼କୁ ଯାଉଥିବାବେଳେ ଯୁବକଜଣଙ୍କ ସେଠାରେ ପହଞ୍ଚି ହଠାତ୍ ଫାଇରିଂ କରିବା ସହ ନାରା ଦେଇଥିଲା । ତେବେ ପୋଲିସ ସେଠାରେ ଉପସ୍ଥିତ ଥିଲେ ବି କିଛି କରିନଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଥିଲେ ।
Published by:Durgamadhab Rath
First published: