ଗ୍ୟାଙ୍ଗ ରେପ ପରେ ବିୟୁଟି କୁଇନଙ୍କୁ ହତ୍ୟା; ହୋଟେଲ ବାଥରୁମରୁ ମିଳିଲା ମୃତଦେହ

୨୩ ବର୍ଷୀୟା ଖ୍ରୀଷ୍ଟିନ୍ ବିୟୁଟି କୁଇନ୍ ରହିସାରିଛନ୍ତି । ଏହା ସହିତ ସେ ଫିଲିପାଇନ୍ସ ଏକ ଏୟାରଲାଇନ୍ସରେ ଫ୍ଲାଇଟ ଅଟଣ୍ଡେଡ଼ କର୍ମଚାରୀ ଭାବରେ କାମ କରୁ ଥିଲେ ।

ଗ୍ୟାଙ୍ଗ ରେପ ପରେ ବିୟୁଟି କୁଇନଙ୍କୁ ହତ୍ୟା; ହୋଟେଲ ବାଥରୁମରୁ ମିଳିଲା ମୃତଦେହ
ଫିଲିପାଇନ୍ସର ବିୟୁଟି କୁଇନ ଖ୍ରୀଷ୍ଟିନ (Social Media)
  • News18 Odia
  • Last Updated: January 14, 2021, 11:36 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମନିଲା: ଫିଲିପାଇନ୍ସରେ (philippines) ଏକ ବିୟୁଟି କୁଇନଙ୍କ ସହ ଗ୍ୟାଙ୍ଗ ରେପ ଓ ହତ୍ୟାର ଖବର ସାମ୍ନାକୁ ଆସିଛି । ଏହି ଘଟଣା ସମଗ୍ର ଦେଶକୁ ଥରାଇ ଦେଇଛି । ତାଙ୍କୁ ନ୍ୟାୟ ଦେବା ପାଇଁ ଲୋକମାନେ ସୋସିଆଲ ମିଡିଆରେ ଏକ ଅଭିଯାନ ଆରମ୍ଭ କରିଛନ୍ତି । ହୋଟେଲ ବାଥରୁମରେ ବିୟୁଟି କୁଇନଙ୍କ ମୃତଦେହ ମିଳିଛି । ଗ୍ୟାଙ୍ଗ ରେପ ପରେ ଖ୍ରୀଷ୍ଟିନ୍ ହତ୍ୟା ହୋଇଥିବା ଘଟଣାର ପ୍ରାଥମିକ ପୋଲିସ ତଦନ୍ତରୁ ଜଣାପଡିଛି ।

୨୩ ବର୍ଷୀୟା ଖ୍ରୀଷ୍ଟିନ୍ ବିୟୁଟି କୁଇନ ରହିସାରିଛନ୍ତି । ଏହା ସହିତ ସେ ଫିଲିପାଇନ୍ସ ଏକ ଏୟାରଲାଇନ୍ସର ଫ୍ଲାଇଟ ଅଟଣ୍ଡେଡ଼ କର୍ମଚାରୀ ଭାବରେ କାମ କରୁ ଥିଲେ । ତାଙ୍କ ମୃତଦେହ ମାକାଟି ସହରର ଏକ ଫୋର ଷ୍ଟାର ହୋଟେଲର ବାଥରୁମ ବାଥଟବରୁ ମିଳିଛି । ପୋଲିସ ସୂଚନା ଦେଇଛି ଯେ ଯାଞ୍ଚ ବେଳେ ଜଣାପଡିଛି ଖ୍ରୀଷ୍ଟିନଙ୍କ ମୃତଦେହରେ ଅନେକ ଗଭୀର ଆଘାତ ଲାଗିଛି ।

କୌଣସି ତୀକ୍ଷ୍ଣ ଜିନିଷ ସହିତ ଅନେକ ଥର ଖ୍ରୀଷ୍ଟିନଙ୍କୁ ଶରୀରରେ ଆଘାତ କରାଯାଇ ହତ୍ୟା କରିଯାଇଛି ବୋଲି ପୋଲିସ ଆଶଙ୍କା କରିଛି । ପୋଲିସ ମୃତଦେହକୁ ପୋଷ୍ଟମଟମ ପାଇଁ ପଠାଇଛି । ବର୍ତ୍ତମାନ ବିଶ୍ୱାସ କରାଯାଉଛି ଯେ ଆଟିପିକାଲ୍ ରିପୋର୍ଟ ପରେ ଏହି ମାମଲାରେ ଆହୁରି ଅନେକ ଖୁଲାସା ହୋଇପାରେ । ଖ୍ରୀଷ୍ଟିନ୍ ଡାଭାଓ ସହରରେ ଜନ୍ମଗ୍ରହଣ କରିଛନ୍ତି । ସେ ୨୦୧୭ ର ମିସ୍ ସିଲଭା ଡାଭାଓଙ୍କ ରନର୍ ଅପ୍ ହୋଇଛନ୍ତି । ସେ ମାଟିଆ ନାଗ ଡାଭୋ ୨୦୧୯ ର ଫାଇନାଲିଷ୍ଟ ମଧ୍ୟ ହୋଇଛନ୍ତି ।

ଏହି ଗ୍ୟାଙ୍ଗ ବଳାତ୍କାର ଓ ହତ୍ୟା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି ଯେ ପୋଲିସର ଟାର୍ଗେଟରେ ୧୧ ଜଣ ଅଭିଯୁକ୍ତ ଅଛନ୍ତି, ଯେଉଁଥିରୁ ୩ ଜଣଙ୍କୁ ପୋଲିସ ହେପାଜତରେ ରଖି ପଚରାଉଚରା କରାଯାଉଛି । ଏଥିସହିତ ପୋଲିସ ଟିମ୍ ଅନ୍ୟ ଲୋକଙ୍କୁ ଖୋଜୁଛି । ଏଥି ସହିତ ଫିଲିପାଇନ୍ସର ବିୟୁଟି କୁଇନଙ୍କ ସହ ଏହି ଅଭାବନୀୟ ଘଟଣା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଲୋକମାନେ ସୋସିଆଲ ମିଡିଆରେ ଖ୍ରୀଷ୍ଟାଇନଙ୍କ ଫଟୋ ସେୟାର କରୁଛନ୍ତି ଓ ଏହି ଘଟଣାରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଟ୍ୱିଟରରେ #justiceforchristinedacera ମଧ୍ୟ ଟ୍ରେଣ୍ଡ କରୁଛି ।
Published by: Jagdish Barik
First published: January 14, 2021, 11:36 AM IST
corona virus btn
corona virus btn
Loading