ବିବାହ କରୁଥିଲେ ସାବଧାନ; ହୋଇପାରନ୍ତି ଠକାମିର ଶିକାର

ବିବାହ କରୁଥିଲେ ସାବଧାନ; ହୋଇପାରନ୍ତି ଠକାମିର ଶିକାର

ବିବାହ କରୁଥିଲେ ସାବଧାନ; ହୋଇପାରନ୍ତି ଠକାମିର ଶିକାର

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ମଧ୍ୟପ୍ରଦେଶ : ବିବାହ କରୁଥିଲେ ସାବଧାନ ! ଫିଲ୍ମ ଷ୍ଟାଇଲ୍‌ରେ ଲୁଟ୍ । ହୁଏତେ ଏଭଳି ଷ୍ଟାଇଲ୍‌ରେ ଲୁଟ୍ ଆପଣ କେବେ ଶୁଣି ନଥିବେ । ଏମିତି ଏକ ଭିନ୍ନ ଶୈଳୀରେ ଲୁଟ୍ କରିଛନ୍ତି ଜଣେ ମହିଳା । ଆଗେ ବିବାହ, ପରେ ବାସର ରାତି ଓ ତା’ପରେ ଲୁଟ୍ । ଏମିତି ଯୋଜନବଦ୍ଧ ଭାବେ ଲୁଟ୍ କରିଛନ୍ତି ଜଣେ ମହିଳା । ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ରୀତିନୀତି ସହିତ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିବାହର ପରଦିନ ପୁଅ ଓ ଝିଅ ଏକ ନୂତନ ଜୀବନ ଆରମ୍ଭ କରିବାକୁ ମଧ୍ୟ ଅପେକ୍ଷା କରିଥିଲେ । କିନ୍ତୁ ଘଟଣା ଘଟିଲା କିଛି ଭିନ୍ନ, ନବ ବିବାହିତ ଝିଅ ଓ ପୁଅକୁ କହିଥିଲେ ଯେ ତାଙ୍କର ଋତୁସ୍ରାବ ହୋଇଛି, ତେଣୁ ଶାରୀରିକ ସମ୍ପର୍କ ହୋଇପାରିବ ନାହିଁ । ବରର ମନ ଭାଙ୍ଗି ଯାଇଥିଲା । ପରେ ବିବାହର ୭ ଦିନ ପରେ ନିଖୋଜ ହୋଇଯାଇଥିଲା କନ୍ୟା । ଯେତେବେଳେ ଖୋଜାଖୋଜି କରାଯାଇଥିଲା, ସେତେବେଳେ ସେ ବିବାହ କରିଥିବା ମଧ୍ୟସ୍ଥିଙ୍କ ଘରେ ଆପତ୍ତିଜନକ ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା ।

ଭାରତୀୟ ସମାଜରେ ବିବାହ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଯେଉଁ ଘରେ ବିବାହ ହେବାକୁ ଯାଉଥାଏ, ସେଠାରେ ଖୁସିର ବାତାବରଣ ଖେଳି ଯାଇଥାଏ । ପୁଅ ଓ ଝିଅର ବିବାହରେ ଏତେ କାମ ଥାଏ ଯେ ଲୋକମାନେ ଦିନରାତି ବ୍ୟସ୍ତ ରୁହନ୍ତି । ବିବାହର କିଛି ଦିନ ପୂର୍ବରୁ ଉତ୍ସାହର ମାହେଲ ଖେଳି ଯାଇଥାଏ ପୁଅ ଓ ଝିଅଙ୍କ ଘରେ । ଘରଗୁଡିକରେ ମଧ୍ୟ ସେମାନଙ୍କର ସାମର୍ଥ୍ୟ ଅନୁଯାୟୀ ସଜାସଜି କରାଯାଇ ଥାଏ । ବିଭିନ୍ନ ପ୍ରକାରର ଖାଦ୍ୟ ମଧ୍ୟ ପ୍ରସ୍ତୁତି କରାଯାଇ ଥାଏ, ଅତିଥିମାନଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା ମଧ୍ୟ ହୋଇଥାଏ, ଯେପରିକି କୌଣସି ଅଭିଯୋଗ ଆସିବ ନାହିଁ । କିନ୍ତୁ ପ୍ରତେକ ପୁଅ ଓ ଝିଅ ସେମାନଙ୍କର ପ୍ରଥମ ରାତି ଅର୍ଥାତ୍ ବାସର ରାତିକୁ ଉତ୍ସାହିତର ସହ ଅପେକ୍ଷା କରିଥାନ୍ତି । ଉଭୟ ପ୍ରଥମ ରାତିକୁ ସ୍ମରଣୀୟ କରିବାକୁ ଚେଷ୍ଟା କରଥାନ୍ତି । ଏଥିପାଇଁ ମଧ୍ୟ ଅଭିନବ ପଦ୍ଧତି ବି ଆପଣାନ୍ତି । ଯେତେବେଳେ ବିବାହର ପ୍ରଥମ ରାତି ଉଭୟ ପୁଅ ଓ ଝିଅ କାଟନ୍ତି, ତା’ହେଲେ ତାଙ୍କ ଅବସ୍ଥା କ’ଣ ହେବ ତାହା ସହଜରେ ଆପଣମାନେ ଅନୁମାନ କରିପାରୁଥିବେ ।

ସୂଚନାନୁସାରେ, ପୁଅ ଓ ଝିଅର ବିବାହ ସମ୍ପୂର୍ଣ୍ଣ ଆଇନ ଅନୁସାରେ କରାଯାଇଥିଲା । ବିବାହ ପରେ, ବାହାନା କରି ଯୁବକଙ୍କୁ ତାଙ୍କ ନିକଟକୁ ଆସିବାକୁ ଅନୁମତି ଦେଉ ନଥିଲେ କନ୍ୟା । ବିବାହର ପ୍ରାୟ ୭ ଦିନ ପରେ ସେ ସୁନା, ମଙ୍ଗଲସୁତ୍ର, ରୂପା ଅଳଙ୍କାର ଓ ନଗଦ 3 ଲକ୍ଷ ଟଙ୍କା ନେଇ ପଳାଇଥିଲା ଝିଅ । ପ୍ରକୃତରେ, ସେ ଜଣେ ଡକାୟତି ଝିଅ ଥିଲେ । ଯିଏ ଡକାୟତି ପାଇଁ ବିବାହ କରିଥିଲେ ଓ ପରେ ଅଳଙ୍କାର, ନଗଦ ଟଙ୍କା ନେଇ ପଳାଇ ଯାଇଥିଲେ ।

ପଢନ୍ତୁ ଏହି ଖବର :  RBI Recruitment : ଦଶମ ପାସ୍‌ କରିଥିଲେ ବ୍ୟାଙ୍କ ଚାକିରି; କରନ୍ତୁ ଏହି କାମ

ଝିଅ ହଠାତ୍ ନିଖୋଜ ହେବା ପରେ ପୁଅ ଓ ତାଙ୍କ ସମ୍ପର୍କୀୟମାନେ ଖୋଜାଖୋଜି ଆରମ୍ଭ କରିଥିଲେ। ଘର ଯାଞ୍ଚ କରିବା ପରେ ଜଣାପଡିଥିଲା ​​ଯେ ଅଳଙ୍କାର ଓ ନଗଦ ଟଙ୍କା ନିଖୋଜ ଅଛି । ଏହା ପରେ, ପୁଅ ଘର ଲୋକ ସିଧାସଳଖ ବିବାହର ବ୍ୟବସ୍ଥା କରୁଥିବା ମଧ୍ୟସ୍ଥିଙ୍କ ଘରେ ପହଞ୍ଚିଥିଲେ । ସେଠାରେ ମଧ୍ୟସ୍ଥିଙ୍କ ସହ ଆପତ୍ତିଜନକ ଅବସ୍ଥାରେ କନ୍ୟାଙ୍କୁ ଦେଖିବାକୁ ମିଳିଥିଲା । ଘଟଣା ଦେଖି ବର ଓ ତାଙ୍କ ପରିବାର ସଦସ୍ୟଙ୍କ ପାଦ ତଳୁ ମାଟି ଖସି ପଡ଼ିଥିଲା । ପରେ ଜଣାପଡ଼ିଥିଲା ଯେ କନ୍ୟା ଜଣେ ଅଭ୍ୟାସଗତ ଚୋର । ସେମାନଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଥିଲେ ବର ପରିବାର ଲୋକ । ଏହା ପଛରେ ଏକ ବଡ ଗ୍ୟାଙ୍ଗ ଅଛି ବୋଲି କହିଛି ପୋଲିସ ।
Published by:Sujit Swain
First published: