କରୋନା ମଧ୍ୟରେ IPLରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା BCCI ଘରୋଇ ସ୍ତରରେ ସଞ୍ଚୟ କରୁଛି ଅର୍ଥ, ୧୧ କୋଚଙ୍କୁ କାଢ଼ିଲା

ବିସିସିଆଇ (BCCI) ଏନସିଏର(NCA) ଯେଉଁ କୋଚମାନଙ୍କୁ ବାହାର କରି ଦେଇଛି ସେମାନଙ୍କ ମଧ୍ୟରେ ପାଞ୍ଚ ଜଣ ପୂର୍ବତନ ଭାରତୀୟ ଖେଳାଳି ଅଛନ୍ତି ।

କରୋନା ମଧ୍ୟରେ IPLରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା BCCI ଘରୋଇ ସ୍ତରରେ ସଞ୍ଚୟ କରୁଛି ଅର୍ଥ, ୧୧ କୋଚଙ୍କୁ କାଢ଼ିଲା
ବିସିସିଆଇ ଏକ ବଡ ନିଷ୍ପତ୍ତି ନେଇଛି
  • News18 Odia
  • Last Updated: September 23, 2020, 10:52 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ ହେଉଛି ବିସିସିଆଇ (BCCI) । ବିଶ୍ଵବ୍ୟାପୀ କରୋନା ଭୂତାଣୁ ମହାମାରୀ ସତ୍ୱେ ବିସିସିଆଇ ୟୁଏଇରେ ନିଜର ଟି -୨୦ ଲିଗ୍ ଆଇପିଏଲ୍ ଆୟୋଜନ କରିବାରେ ସଫଳ ହୋଇଛି । ଅବଶ୍ୟ ଖେଳାଳିଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ଏକ ଜବରଦସ୍ତ ବ୍ୟବସ୍ଥା ସହିତ ଏକ ବାୟୋ-ସୁରକ୍ଷିତ ବବଲ୍ ପ୍ରସ୍ତୁତ କରାଯାଇଛି । ବିସିସିଆଇ ଏସବୁ ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିଛି । ଯେତେବେଳେ ଆଇପିଏଲରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ଏହିସମୟରେ ବିସିସିଆଇ ଘରୋଇ ସ୍ତରରେ ଖର୍ଚ୍ଚ ହ୍ରାସ କରିବାକୁ ନିଷ୍ପତି ନେଇଛି । ଖର୍ଚ୍ଚ ହ୍ରାସ କରିବା ପାଇଁ ସେ ଏନସିଏରେ ୧୧ ଜଣ କୋଚଙ୍କ ଚୁକ୍ତିନାମା ବୃଦ୍ଧି ନକରିବାକୁ ନିଷ୍ପତ୍ତି ନେଇଛି ।

ଏନସିଏ କୋଚ୍ ହେଲେ ବେରୋଜଗାର
ଇଣ୍ଡିଆନ୍ ଏକ୍ସପ୍ରେସର ଖବର ଅନୁଯାୟୀ କରୋନା ପରେ ବିସିସିଆଇ ପ୍ରଥମ ଥର ପାଇଁ ଖର୍ଚ୍ଚ ହ୍ରାସ କରିବାକୁ ନେଇ ଏକ ବଡ଼ ପଦକ୍ଷେପ ନେଇଛି । ଏନସିଏର ୧୧ଜଣ କୋଚର ବାର୍ଷିକ ଚୁକ୍ତିନାମା ବୃଦ୍ଧି କରାଯାଇ ନାହିଁ ଓ ଏଥିରେ ପାଞ୍ଚ ଜଣ ଅବସରପ୍ରାପ୍ତ ଭାରତ ଖେଳାଳି ରମେଶ ପାୱାର, ଏସ୍ ଦାସ, ଋଷିକେଶ କାନିକତର, ସୁବ୍ରୋତ ବାନାର୍ଜୀ ଏବଂ ସୁଜିତ ସୋମସୁନ୍ଦର ସାମିଲ ଅଛନ୍ତି । ଏନସିଏର ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ରାହୁଲ ଦ୍ରାବିଡ (Rahul Dravid) ସମସ୍ତଙ୍କୁ ଏହା ପୂର୍ବ ସପ୍ତାହରେ ଜଣାଇଥିଲେ । ଏସବୁର ଦରମା ମିଶାଇଲେ ବିସିସିଆଇ ୩୦-୫୫ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲା ।

ପୂର୍ବରୁ କୋଚମାନଙ୍କୁ ଏହାର ଖବର ନଥିଲା
କିଛି କୋଚ୍ କହିଛନ୍ତି ଯେ ସେମାନଙ୍କୁ ଏ ବିଷୟରେ ପୂର୍ବରୁ କୁହାଯାଇ ନାହିଁ କିମ୍ବା ଏହାର ପ୍ରକୃତ କାରଣ ଦିଆଯାଇ ନାହିଁ । ସେ କହିଛନ୍ତି, 'ଦୁଇ ଦିନ ପୂର୍ବେ ଆମେ ରାହୁଲ ଦ୍ରାବିଡଙ୍କଠାରୁ ଏକ କଲ ପାଇଥିଲୁ, ଯିଏ କହିଥିଲେ ଯେ ଆମର ଚୁକ୍ତିନାମା ନ ବଢ଼ାଇବାକୁ ବିସିସିଆଇ ନିଷ୍ପତ୍ତି ନେଇଛି । ଗତ ତିନିମାସ ଧରି ଆମେ ୱେବିନାର୍ ଆଟେଣ୍ଡ କରୁଛୁ । ଭବିଷ୍ୟତ ପାଇଁ ଯୋଜନା କରୁଛୁ ଓ ଏହି ସମୟ ମଧ୍ୟରେ ହଠାତ୍ ଆମକୁ କୁହାଗଲା ଯେ ଆମର ଆଉ ଆବଶ୍ୟକତା ନାହିଁ ।

କରୋନା ଭୂତାଣୁ କାରଣରୁ ମାର୍ଚ୍ଚ ମାସରୁ ଏନସିଏ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଗତ ମାସରେ ବିସିସିଆଇର ବାର୍ଷିକ ଚୁକ୍ତିଭିତ୍ତିକ ଖେଳାଳିମାନେ ଅଭ୍ୟାସ ପାଇଁ NCA ରେ ପହଞ୍ଚିଥିଲେ । ୨୦୧୯ ରେ ରାହୁଲ ଦ୍ରାବିଡଙ୍କ ନିର୍ଦ୍ଦେଶରେ COA ନୂତନ କୋଚମାନଙ୍କୁ ଏନସିଏ ସହିତ ଯୋଡିଥିଲା ଯାହା ଦ୍ୱାରା କି ପୂର୍ବରୁ କାର୍ଯ୍ୟ କରୁଥିବା କୋଚମାନଙ୍କର କାର୍ଯ୍ୟ ହ୍ରାସ ହେବ ।
Published by: Jagdish Barik
First published: September 23, 2020, 10:28 AM IST
corona virus btn
corona virus btn
Loading