Breaking: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ହାର୍ଟ ଆଟାକ; ହସ୍ପିଟାଲରେ ଭର୍ତ୍ତି ହେଲେ
ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଛାତିରେ ଯନ୍ତ୍ରଣା ହେବା ଯୋଗୁଁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

BCCI ସଭାପତି ସୌରଭ ଗାଙ୍ଗୁଲି ଅସୁସ୍ଥ
- News18 Odia
- Last Updated: January 2, 2021, 3:43 PM IST
ନୂଆ ଦିଲ୍ଲୀ: ଛାତିରେ ଯନ୍ତ୍ରଣା ହେବା ଯୋଗୁଁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭାରତୀୟ ଦଳର ପୂର୍ବତନ ଅଧିନାୟକ ଗାଙ୍ଗୁଲି କୋଲକାତାର କାଠଯୋଡି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଗାଙ୍ଗୁଲିଙ୍କର କେଉଁ ସମସ୍ୟା ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ସେ ହୃଦ୍ଘାତରେ ପୀଡିତ ଓ ତାଙ୍କୁ ଆଞ୍ଜିଓପ୍ଲାଷ୍ଟିରେ ଦେଇ ଯିବାକୁ ହେବ । ଖବର ଅନୁଯାୟୀ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି ।
He felt dizzy when he was in the gym and he went to Woodlands to get the Tests done. That’s when it came to light that there was a cardiac issue and the hospital has now created a 3 member board with Dr. Saroj Mondal who will perform the procedure. @SGanguly99 get well soon.
— Boria Majumdar (@BoriaMajumdar) January 2, 2021
ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ୍ କରି କହିଛନ୍ତି, "ସୌରଭ ଗାଙ୍ଗୁଲି ହୃଦଘାତରେ ଆକ୍ରାନ୍ତ ହୋଇ ହସ୍ପିଟାଲ ଭର୍ତ୍ତି ହୋଇଛନ୍ତି ଶୁଣି ଦୁଃଖିତ । ମୁଁ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି । ଗାଙ୍ଗୁଲି ଓ ତାଙ୍କ ପରିବାର ପାଇଁ ମୁଁ ପ୍ରାର୍ଥନା କରଛି । "
Sad to hear that @SGanguly99 suffered a mild cardiac arrest and has been admitted to hospital.
Wishing him a speedy and full recovery. My thoughts and prayers are with him and his family!
— Mamata Banerjee (@MamataOfficial) January 2, 2021
ରିପୋର୍ଟ ଅନୁଯାୟୀ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଗାଙ୍ଗୁଲି ଜିମ୍ରେ ମଧ୍ୟ ବେହୋସ ହୋଇ ଯାଇଥିଲେ । ୪୮ ବର୍ଷୀୟ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି ଓ ତାଙ୍କୁ ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଛି । ଶୁକ୍ରବାର ସନ୍ଧ୍ୟାରେ ବ୍ୟାୟାମ ପରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଓ ଆଜି ଅପରାହ୍ନରେ ପୁନର୍ବାର ଏପରି ସମସ୍ୟା ପରେ ପରିବାର ସଦସ୍ୟ ତାଙ୍କୁ ହସ୍ପିଟାଲକୁ ନେଇ ଯାଇଥିଲେ ।