News18 Odia Digital
ନୂଆ ଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗର ପ୍ରଶଂସକଙ୍କ ପାଇଁ ବଡ ଖବର । ବର୍ତ୍ତମାନ ଆଇପିଏଲରେ ଆଉ ୨ଟି ନୂଆ ଟିମ୍ ସାମିଲ ହେବାକୁ ଯାଉଛନ୍ତି । ବିସିସିଆଇ ଅହମ୍ମଦାବାଦରେ ଆୟୋଜିତ ହୋଇଥିବା ବୈଠକରେ ଆଉ ୨ ଟି ନୂଆ ଦଳକୁ ଅନୁମୋଦନ କରିଛି । ବିସିସିଆଇ ନିଷ୍ପତ୍ତି ନେଇଛି ଯେ ୨୦୨୨ ମସିହାରୁ ଆଇପିଏଲ୍ ୧୦ ଟିମର ଟୁର୍ନାମେଣ୍ଟ ହେବ । ବର୍ତ୍ତମାନ ୮ ଟି ଦଳ ଆଇପିଏଲରେ ଅଂଶଗ୍ରହଣ କରୁଛନ୍ତି । ସର୍ବପ୍ରଥମେ ଅନୁମାନ କରାଯାଉଥିଲା ଯେ ଆଇପିଏଲ ୨୦୨୧ ରେ ୨ଟି ଟିମ୍ ବୃଦ୍ଧି କରାଯାଇପାରେ । କିନ୍ତୁ ଏହି ବର୍ଷ ମେଗା ନିଲାମ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିପାଇଁ ୧୦ଟି ଟିମ୍ ୨୦୨୨ ରୁ ନଜର ଆସିବେ ।
ଏହା ବି ପଢ଼ନ୍ତୁ | ପରୀକୁ ଗଳା ଚିପି ହତ୍ୟା କରିବା ପରେ ତା’ ସହ ଦୁଷ୍କର୍ମ ଉଦ୍ୟମ କରିଥିଲା ସରୋଜ: ଅରୁଣ ବୋଥ୍ରାଆଦାନୀ ଓ ଗୋଏଙ୍କା କିଣିବେ ନୂଆ ଟିମ୍?ଆଇପିଏଲର ଦୁଇଟି ନୂତନ ଦଳର ମାଲିକ କିଏ ହେବେ ଏହି ପ୍ରଶ୍ନ ସମସ୍ତଙ୍କ ପାଇଁ ଅତ୍ୟନ୍ତ କୌତୁହଳପୂର୍ଣ୍ଣ । ଖବର ଅନୁଯାୟୀ ଆଇପିଏଲ୍ ଦଳ କିଣିବା ଦୌଡ଼ରେ ଆଦାନୀ ଗ୍ରୁପ୍ ଓ ସଞ୍ଜୀବ ଗୋଏଙ୍କା ଆଗରେ ରହିବେ । ଆଇପିଏଲର ଏକ ଦଳ ଅହମ୍ମଦାବାଦରୁ ଆସିପାରେ । ଯାହା ଆଦାନୀ ଗ୍ରୁପ୍ କିଣିବାକୁ ଇଚ୍ଛା ପ୍ରକାଶ କରିସାରିଛି । ବର୍ତ୍ତମାନ ଅହମ୍ମଦାବାଦରେ ବିଶ୍ୱର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମ୍ ମଧ୍ୟ ନିର୍ମାଣ କରାଯାଇଛି ।
ଏହା ବି ପଢ଼ନ୍ତୁ | ରାଜ୍ୟରେ ଅଫିସର ଓ ଜନ ପ୍ରତିନିଧିମାନଙ୍କ ପାଇଁ ନିଜ ସମ୍ପତ୍ତି ତାଲିକା ଦେବା ବାଧ୍ୟତାମୂଳକ, କହିଲେ ନବୀନଏକ ନୂଆ ଢ଼ଙ୍ଗରେ ମ୍ୟାଚ୍ କରାଯିବ୨୦୨୨ ମସିହାରେ ଯେତେବେଳେ ୧୦ଟି ଦଳ ଆଇପିଏଲରେ ଖେଳୁଥିବା ଦେଖାଯିବ । ସେତେବେଳେ ସେମାନଙ୍କର ଫର୍ମାଟ୍ ମଧ୍ୟ ବଦଳିପାରେ । ସମ୍ପ୍ରତି ଆଇପିଏଲ୍ ରାଉଣ୍ଡ ରୋବିନ ଶୈଳୀରେ ଖେଳାଯାଏ । ଯେଉଁଥିରେ ପ୍ରତ୍ୟେକ ଦଳ ପରସ୍ପର ସହିତ ୨ ଥର ଲେଖାଏଁ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ଓ ସର୍ବାଧିକ ପଏଣ୍ଟ ଥିବା ୪ଟି ଦଳ ଯୋଗ୍ୟତା ଅର୍ଜନ କରନ୍ତି । କିନ୍ତୁ ୧୦ଟି ଟିମ୍ ସହିତ ଫର୍ମାଟ୍ ଅଲଗା ହେବାର ସମ୍ଭାବନା ଅଛି । ଯେଉଁଥିରେ ଦଳଗୁଡ଼ିକୁ ଦୁଇ ଭାଗରେ ବିଭକ୍ତ କରିବାକୁ କୁହାଯାଉଛି । ତେବେ ଏହାର କୌଣସି ନିଶ୍ଚିତତା ହୋଇନାହିଁ ।
ଏହା ବି ପଢ଼ନ୍ତୁ | ପରୀ ହତ୍ୟାକାଣ୍ଡ: SIT ମୁଖ୍ୟ ଅରୁଣ ବୋଥ୍ରାଙ୍କ ପାଦ ତଳେ ଲୋଟିଗଲେ ଅଭିଯୁକ୍ତ ସରୋଜର ମାଆAGM ରୁ ଆସିଲା ଆଉ ଦୁଇଟି ବଡ ଖବରଅହମ୍ମଦାବାଦରେ ଆୟୋଜିତ ବିସିସିଆଇ ଏଜିଏମରୁ ଆଉ ଦୁଇଟି ବଡ ଖବର ବାହାରକୁ ଆସିଛି । ସୂଚନାନୁସାରେ କରୋନା ମହାମାରୀ ଯୋଗୁଁ ସୀମିତ ଘରୋଇ ଅଧିବେଶନ ପାଇଁ ସମସ୍ତ ପ୍ରଥମ ଶ୍ରେଣୀ କ୍ରିକେଟର (ଉଭୟ ପୁରୁଷ ଓ ମହିଳା) ସଠିକ୍ କ୍ଷତିପୂରଣ ପାଇବେ ।
ଏହା ସହିତ ଯଦି ଉତ୍ସଗୁଡ଼ିକୁ ବିଶ୍ୱାସ କରାଯାଏ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର (ଆଇଓସି) କିଛି ସ୍ପଷ୍ଟୀକରଣ ପରେ ବିସିସିଆଇ ୨୦୧୮ ଅଲିମ୍ପିକ୍ସରେ କ୍ରିକେଟ୍ ଅନ୍ତର୍ଭୁକ୍ତ କରିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦର (ଆଇସିସି) ଡ୍ରିଲକୁ ସମର୍ଥନ କରିବ ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।