BBL 2021: ଉସମାନ ଖୱାଜା ପଡ଼ିଆ ମଧ୍ୟରେ ନିଜ ଟ୍ରାଉଜର କାଢ଼ିଦେଲେ; VIDEO Viral
BBL 2021: ଖୱାଜା ମ୍ୟାଚରେ ନବମ ଓଭରରେ ଖେଳକୁ କିଛି ସମୟ ପାଇଁ ଅପ୍ରତ୍ୟାଶିତ ଭାବରେ ବନ୍ଦ କରିଦେଇଥିଲେ । ଏହି ସମୟରେ ଖୱାଜା ୨୫ ଟି ବଲରେ ୨୬ ରନ କରି ଖେଳୁଥିଲେ । ସେ ମ୍ୟାଚ୍କୁ ମଝିରୁ ବନ୍ଦ କରି ପଡ଼ିଆରେ ଟ୍ରାଉଜର ଖୋଲି ନିଜ ଗାର୍ଡକୁ ବଦଳାଇ ଥିଲେ ।

ଉସମାନ ଖୱାଜା ପଡ଼ିଆ ମଧ୍ୟରେ ନିଜ ଟ୍ରାଉଜର କାଢ଼ିଦେଲେ
- News18 Odia
- Last Updated: February 1, 2021, 3:37 PM IST
ନୂଆ ଦିଲ୍ଲୀ: ବ୍ରିସବେନ୍ ହିଟ୍ କାନବେରାର ମନୁକା ଓଭାଲରେ ବିଗ୍ ବ୍ୟାସ୍ ଲିଗର (BBL) ଦଶମ ସିଜନ୍ ନକ୍ଆଉଟ୍ ମ୍ୟାଚରେ ସିଡନୀ ଥଣ୍ଡର ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ରେକର୍ଡ କରିଛି । ଏହି ବିଜୟ ସହିତ ବ୍ରିସବେନ୍ ହିଟ୍ (Brisbane Heat) ଫାଇନାଲକୁ ଗୋଟିଏ ପାଦ ଆଗକୁ ବଢ଼ାଇଛି । ଏହି ମ୍ୟାଚରେ ବ୍ରିସବେନ୍ ହିଟ୍ ୭ ୱିକେଟରେ ବିଜୟୀ ହୋଇଥିଲା । ମ୍ୟାଚ୍ ସମୟରେ ଦର୍ଶକମାନେ ଅନେକ ମଜାଦାର ମୁହୂର୍ତ୍ତ ଦେଖିବାକୁ ପାଇଥିଲେ । ପ୍ରଥମ ଇନିଂସରେ ବ୍ୟାଟିଂ କରି ସିଡନୀ ଥଣ୍ଡର (Sydney Thunder) ଓପନର୍ ଉସମାନ ଖୱାଜା (Usman Khawaja) ଲଜ୍ଜାଜନକ କିନ୍ତୁ ମଜାଳିଆ ମୁହୂର୍ତ୍ତରେ କ୍ୟାମେରାରେ ଧରାପଡିଥିଲେ । ବାସ୍ତବରେ ଖୱାଜା ପଡିଆ ମଝିରେ ନିଜ ଟ୍ରାଉଜର କାଢି ନିଜର ଅଣ୍ଡରଗାର୍ମେଣ୍ଟ ଠିକ୍ କରୁଥିଲେ ।
Have ... have you ever seen this before 😂
Usman Khawaja had to change everything - on the field! 🙈#BBL10 pic.twitter.com/XOKsXkhLVS
— 7Cricket (@7Cricket) January 31, 2021
ଉସମାନ ଖୱାଜା ନିଜ ଲୋୟର ପେଟର ଗାର୍ଡ ବଦଳାଇବାକୁ ମ୍ୟାଚ୍ ବନ୍ଦ କରିଥିଲେ । ସେ ଗ୍ରାଉଣ୍ଡରେ ନିଜେ ଟ୍ରାଉଜର, ଜୋତା ଓ ପ୍ୟାଡ୍ କାଢ଼ି ଲୋୟର ପେଟର ଗାର୍ଡ ବଦଳାଇଲେ । ୭ କ୍ରିକେଟ୍ ଏହି ଘଟଣାର ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛି । ଏଥିରେ କ୍ୟାପସନ୍ ଦିଆଯାଇଛି, ଆପଣ ଏହା କେବେ ଦେଖିଛନ୍ତି କି,ଉସମାନ ଖୱାଜା ପଡ଼ିଆରେ ସବୁକିଛି ପରିବର୍ତ୍ତନ କରୁଛନ୍ତି ।
ଏହି ମ୍ୟାଚରେ ବ୍ରିସବେନ ହିଟ୍ ସିଡନୀ ଥଣ୍ଡରକୁ ୯ ୱିକେଟରେ ପରାସ୍ତ କରିଛି । ହିଟ୍ ୧୪ ରନ୍ ଦେଇ ୨ ଟି ୱିକେଟ୍ ନେଇ ଦଳକୁ ରିକଭରୀ କରାଇଥିଲେ । ତାଙ୍କୁ ୧୫୯ ରନ୍ ଲକ୍ଷ୍ୟକୁ ହାସଲ କରିବାର ଥିଲା । ହେଜଲଟ୍ ଓ ଜିମି ପ୍ୟାରିସନ୍ ମଧ୍ୟରେ ଏକ ଅପରାଜିତ ୯୨ ରନ୍ ଭାଗିଦାରୀ ହୋଇଥିଲା । ହେଜଲଟ୍ ୪୯ ବଲରୁ ୭୪ ପ୍ୟାରିସନ୍ ୨୪ ବଲରେ ୪୩ ରନ ସ୍କୋର କରିଥିଲେ । ଗୁରୁବାର ଦିନ ହିଟ୍ ମୂକବଇଲ ପର୍ଥ ସ୍କୋଚର୍ସ ସହ କରିବା । ଏହି ଦୁଇ ଦଳରୁ ବିଜୟୀ ଦଳ ଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ୍ ସିଡନୀ ଥଣ୍ଡରଙ୍କୁ ଭେଟିବ ।