ଆମେରିକାର ପ୍ରସିଦ୍ଧ ବାସକେଟବଲ୍ ଖେଳାଳି କୋବି ବ୍ରାଏଣ୍ଟ ଏବଂ ତାଙ୍କ ଝିଅ ହେଲିକପ୍ଟର ଦୁର୍ଘଟଣାରେ ମୃତ

ଦୁର୍ଘଟଣା ସମୟରେ ହେଲିକପ୍ଟରରେ ବାସକେଟବଲ୍ ଲିଜେଣ୍ଡ କୋବି ବ୍ରାଏଣ୍ଟଙ୍କ ସହ ୫ ଜଣ ବସିଥିବାବେଳେ ଏଥିରେ ସମସ୍ତଙ୍କର ମୃତ୍ୟୁ ହୋଇଛି ।

ଆମେରିକାର ପ୍ରସିଦ୍ଧ ବାସକେଟବଲ୍ ଖେଳାଳି କୋବି ବ୍ରାଏଣ୍ଟ ଏବଂ ତାଙ୍କ ଝିଅ ହେଲିକପ୍ଟର ଦୁର୍ଘଟଣାରେ ମୃତ
କୋବି ବ୍ରାଏଣ୍ଟ
  • News18 Odia
  • Last Updated: January 27, 2020, 10:14 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଲସଆଞ୍ଜେଲସ୍: ପ୍ରସିଦ୍ଧ ବାସକେଟବଲ୍ ଖେଳାଳି କୋବି ବ୍ରାଏଣ୍ଟଙ୍କର ଏକ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । କୋବି ବ୍ରାଏଣ୍ଟଙ୍କୁ ବାସକେଟବଲର ଅନ୍ୟତମ ମହାନ ଖେଳାଳି ଭାବେ ଗଣାଯାଇଥାଏ । ୪୧ ବର୍ଷୀୟ କୋବିଙ୍କ ସହ ହେଲିକପ୍ଟରରେ ଯାଉଥିବା ତାଙ୍କର ୧୩ ବର୍ଷର ଝିଅ ଏବଂ ଅନ୍ୟ ୪ଜଣଙ୍କର ମଧ୍ୟ ମୃତ୍ୟୁହୋଇଛି ।

ସ୍ଥାନୀୟ ସମୟ ମୁତାବକ ସକାଳ ୧୦ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଲସ୍ଏଞ୍ଜେଲସ୍ ଟାଇମ୍ସର ରିପୋର୍ଟ ଅନୁସାରେ ଯେତେବେଳେ ଏହି ଦୁର୍ଘଟଣା ଘଟିଲା ସେତବେଳେ ଘନ କୁହୁଡ଼ି ହୋଇଥିଲା । ଫଳରେ ଉଦ୍ଧାର କାର୍ଯ୍ୟ କରିବାରେ ଉଦ୍ଧାରକାରୀ ଦଳଙ୍କୁ ଅନେକ ଅସୁବିଧା ହୋଇଥିଲା । କୋବି ନିଜର ୨୦ ବର୍ଷର କ୍ୟାରିଅର ଭିତରେ ଅନେକ ରେକର୍ଡ଼ ନିଜ ନାମରେ କରିଥିଲେ । କୋବି ନ୍ୟାସନାଲ ବାସକେଟବଲ୍ ଅସୋସିଏଶନ ତରଫରୁ ଖେଳି ୫ଟି ଚାମ୍ପିଅନସିପ୍ ନିଜ ନାମରେ କରିଥିଲେ । ୧୮ଥର ତାଙ୍କୁ ଅଲଷ୍ଟାର ପାଇଁ ନାମିତ କରାଯାଇଥିଲା । ୨୦୧୬ରେ ଏନବିଏ ଲିଗରେ ତୃତୀୟ ବଡ଼ ସ୍କୋରର ଭାବେ ଅବସର ଗ୍ରହଣ କରିଥିଲେ । କୋବି ୨୦୦୮ଏବଂ ୨୦୧୨ ଅଲମ୍ପିକରେ ଆମେରିକା ପକ୍ଷରୁ ପ୍ରତିନିଧିତ୍ବ କରି ଦୁଇଟି ସ୍ବର୍ଣ୍ଣ ପଦକ ଜିତିଥିଲେ ।

ଗାର୍ଡ଼ିଆନ ଟାଇମ୍ସର ରିପୋର୍ଟ ମୁତାବକ ଅବସର ପରେ ସେ ମିଡିଆରେ ନିଜର ପାଦ ଥାପିଥିଲେ । ୨୦୧୮ରେ ସେ ଡିଅର ବାସକେଟବଲ୍ ନାମରେ ଏକ ସର୍ଟ ଫିଲ୍ମ ଲାଗି ଅସ୍କାର ମଧ୍ୟ ଜିତିଥିଲେ । ଯେତେବେଳେ ସେ ଅବସର ପାଇଁ ଚିନ୍ତ କଲେ ସେତେବେଳେ ଏକ କବିତା ଲେଖିଥିଲେ ଯାହା ଉପରେ ଏହି ଫିଲ୍ମଟି ନିର୍ମିତ ହୋଇଛି ।

ତାଙ୍କ ମୃତ୍ୟୁରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୋକ ବ୍ୟକ୍ତ କରିଛନ୍ତି । ଟ୍ରମ୍ପ କହିଛନ୍ତି ଯେ, ‘‘ବିଶ୍ବର ଅନ୍ୟତମ ମହାନ ବାସେକଟବଲ ଖେଳାଳି ହୋଇଥିଲେ ବି ନିଜ ଜୀବନର ପ୍ରାରମ୍ଭ କରୁଥିଲେ । ସେ ନିଜର ପରିବାରକୁ ବହୁତ ଭଲ ପାଉଥିଲେ ।   ନିଜର ଭବିଷ୍ୟତକୁ ନେଇ ବହୁତ ଆସ୍ବସ୍ତ ଥିଲେ । ତାଙ୍କର ଝିଅ ଗିଆନାଙ୍କ ମୃତ୍ୟୁ ଏହି ଘଟଣାକୁ ବହୁତ ଦୁଃଖଦ କରିଛି’’।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ନିଜର ଶୋକ ବ୍ୟକ୍ତ କରିଛନ୍ତି ‘‘ ଓବାମା କହିଥିଲେ କି କୋବି ବ୍ରାଏଣ୍ଟ ମହାନ ଥିଲେ । ସେ ନିଜର ଜୀବନର ଦ୍ବିତୀୟ ପାଳିର ପ୍ରାରମ୍ଭ କରୁଥିଲେ । ଜଣେ ଅଭିଭାବକ ଭାବେ ଗିଆନାଙ୍କ ମୃତ୍ୟୁ ଆମର ହୃଦୟ ଭାଙ୍ଗିବା ଭଳି । ଏହି ଦୁଃଖଦ ସମୟରେ ମୁଁ ତାଙ୍କର ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରୁଛି । ଏଭଳି ଦିନ ଆସିବ ବୋଲି କେହି  ପରିକଳ୍ପନା କରିନଥିଲେ ।

ବିଶ୍ବର ଏକ ନମ୍ବର ଟେନିସ ଖେଳାଳି ରାଫେନ ନାଦାଲ ମଧ୍ୟ ନିଜର ଶୋକ ପ୍ରକାଶ କରି କହିଛନ୍ତି ଯେ, ସକାଳୁ ମୋର ଦିନର ପ୍ରାରମ୍ଭ ଏକ ଦୁଃଖଦ ଖବର ଶୁଣି ହେଲା । କୋବି ବିଶ୍ବର ଅନ୍ୟତମ ମହାନ ଖେଳାଳି ଥିଲେ । ମୋର ସମବେଦନା ତାଙ୍କର ଝିଅ ଓ ପରିବାର ପ୍ରତି ରହିଛି ।
First published: January 27, 2020, 10:14 AM IST
corona virus btn
corona virus btn
Loading