ମୁଖ୍ୟମନ୍ତ୍ରୀ ବୋମ୍ମାଇ (ପ୍ରତୀକାତ୍ମକ ଛବି)
- News18 Odia
- Last Updated :
- Other, India
News18 Odia Digital
ବାଙ୍ଗାଲୋର: ଭାରତ ଯୋଡ଼ ଯାତ୍ରାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବମ୍ମାଇ। ସେ କହିଛନ୍ତି କଂଗ୍ରେସର 'ଭାରତ ଯୋଡ ଯାତ୍ରା' କେବଳ ରାହୁଲ ଗାନ୍ଧି 'ରିଲଞ୍ଚିଂ' ଛଡା ଆଉ କିଛି ନୁହେଁ ଓ ଏହା ସାଧାରଣ ଲୋକଙ୍କ ପାଇଁ ନୁହେଁ। ଭାରତରେ ଦଳର ଅସ୍ତିତ୍ୱ ବଞ୍ଚାଇବା ପାଇଁ ରାହୁଲ ଗାନ୍ଧି ଏହି ଯାତ୍ରା କରୁଛନ୍ତି।
ରାହୁଲ ଗାନ୍ଧିଙ୍କ 'ଭାରତ ଯୋଡ ଯାତ୍ରା'କୁ ୩୩ ଦିନ ବିତିଗଲାଣି। ବର୍ତ୍ତମାନ ଏହି ଯାତ୍ରା କର୍ଣ୍ଣାଟକ ଦେଇ ଯାଉଛି, ଯେଉଁଠାରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।
ରାଇଚୁର ତାଲୁକର ଗିଲସୁଗୁର ଗ୍ରାମରେ ସିଏମ୍ ବମ୍ମାଇ ଓ ପୂର୍ବତନ ସିଏମ୍ ବିଏସ୍ ୟେଦିୟୁରପ୍ପାଙ୍କ ଅଧ୍ୟକ୍ଷତାରେ ବିଜେପିର 'ସଂକଳ୍ପ ଯାତ୍ରା' ଆରମ୍ଭ କରାଯାଇଛି। ସିଏମ୍ ବମ୍ମାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମୈୟାଙ୍କ ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରି କହିଛନ୍ତି ସେ ଦଳରେ ଯୋଗଦେବା ଦିନରୁ ସମାଜବାଦ ଛାଡିଛନ୍ତି। ସିଦ୍ଧରମୈୟା ଏକ ସମାଜବାଦୀ ପୃଷ୍ଠଭୂମିରୁ ଆସିଛନ୍ତି ଓ ଯେଉଁ ଦିନ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ, ସେଦିନ 'ସମାଜବାଦ' ଛାଡିଥିଲେ। ଦୁଃଖର ବିଷୟ ଯେ ସିଦ୍ଧରମୈୟା ଏକ ଛୋଟ ପିଲା ଅଧୀନରେ କାମ କରୁଛନ୍ତି ଓ ତାଙ୍କ ନିର୍ଦ୍ଦେଶକୁ ଅନୁସରଣ କରୁଛନ୍ତି। ଏହା ଆତ୍ମ ସମ୍ମାନର ଲକ୍ଷଣ ନୁହେଁ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।