ବୋମ୍ମାଇଙ୍କ ବିରୋଧରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୩ ହଜାର ବିଦ୍ୟାଳୟ

କର୍ଣ୍ଣାଟକର ୧୩,୦୦୦ ବିଦ୍ୟାଳୟ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ ସରକାରଙ୍କ ବିରୋଧରେ ଚିଠି ଲେଖିଛନ୍ତି। ଏହି ଚିଠିରେ ବିଦ୍ୟାଳୟଗୁଡିକ ବୋମ୍ମାଇ ସରକାର ଦୁର୍ନୀତି କରିଥିବା ନେଇ ଅଭିଯୋଗ କରିଛନ୍ତି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ (ପ୍ରତୀକାତ୍ମକ ଛବି)

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ (ପ୍ରତୀକାତ୍ମକ ଛବି)

  • Share this:

News18 Odia Digital


କର୍ଣ୍ଣାଟକ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇଙ୍କ ମୁସ୍କିଲ ଥମିବାର ନାମ ନେଉନାହିଁ। କର୍ଣ୍ଣାଟକର ୧୩,୦୦୦ ବିଦ୍ୟାଳୟ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ ସରକାରଙ୍କ ବିରୋଧରେ ଚିଠି ଲେଖିଛନ୍ତି। ଏହି ଚିଠିରେ ବିଦ୍ୟାଳୟଗୁଡିକ ବୋମ୍ମାଇ ସରକାର ଦୁର୍ନୀତି କରିଥିବା ନେଇ ଅଭିଯୋଗ କରିଛନ୍ତି


 ପ୍ରାଥମିକ ମାଧ୍ୟମିକ ବିଦ୍ୟାଳୟର ଆସୋସିଏଟେଡ୍ ମ୍ୟାନେଜମେଣ୍ଟ ପଞ୍ଜୀକୃତ ଅଣସଂରକ୍ଷିତ ଘରୋଇ ବିଦ୍ୟାଳୟ ପରିଚାଳନା ସଂଘ ଏହି ଚିଠି ଲେଖିଛନ୍ତି। ଶିକ୍ଷାନୁଷ୍ଠାନଗୁଡ଼ିକୁ ସ୍ୱୀକୃତି ପ୍ରମାଣପତ୍ର ପ୍ରଦାନ ପାଇଁ ରାଜ୍ୟର ଶିକ୍ଷା ବିଭାଗ ଲାଞ୍ଚ ମାଗୁଛି। ଏହି ପ୍ରସଙ୍ଗରେ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି।


 ଏହି ଚିଠିରେ ଉଲ୍ଲେଖ ରହିଛି ଯେ ରାଜ୍ୟ ଶିକ୍ଷା ମନ୍ତ୍ରୀ ବିସି ନାଗେଶଙ୍କୁ ସମ୍ପର୍କରେ ଅନେକ ଅଭିଯୋଗ କରାଯାଇଛି। କିନ୍ତୁ କୌଣସି ଧ୍ୟାନ ଦେଇନାହାନ୍ତି।  ବିଦ୍ୟାଳୟଗୁଡ଼ିକ ମଧ୍ୟ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଚିଠିରେ ଏହା ମଧ୍ୟ କୁହାଯାଇଛି ଯେ ଶିକ୍ଷା ମନ୍ତ୍ରଣାଳୟ ଏହି ମାମଲାର ସଠିକ୍ ଶୁଣାଣି କରୁନାହିଁ।  ବିଜେପିର ଦୁଇଜଣ ଭିନ୍ନ ମନ୍ତ୍ରୀ ବଜେଟକୁ କ୍ଷତି ପହଞ୍ଚାଉଛନ୍ତି। ଅଯଥା ପିଲାମାନଙ୍କୁ ଅନାବଶ୍ୟକ ଶୁଳ୍କ ଦେବାକୁ ପଡୁଛି।


 ବିଦ୍ୟାଳୟ ସଂଗଠନଗୁଡ଼ିକ ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ବହିଗୁଡ଼ିକ ଏପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକରେ ପହଞ୍ଚି ନାହିଁ। ଅଭିଯୋଗରେ କୁହାଯାଇଛି ଯେ ଶିକ୍ଷା ମନ୍ତ୍ରୀ ଏସବୁ ପ୍ରତି ଧ୍ୟାନ ଦେଉନାହାଁନ୍ତି।  ଏହି ଚିଠିରେ ପ୍ରଧାନମନ୍ତ୍ରୀଙ୍କୁ ଅଭିଯୋଗର ତଦନ୍ତ କରିବାକୁ ଦାବି କରାଯାଇଛି।

Published by:Soumya Das
First published: