TRP ସ୍କାମ୍: ପାର୍ଥୋ ଦାସଗୁପ୍ତା ପୋଲିସ ହେଫାଜତରେ; CNN-News18 ସହ ଧୋକା ହୋଇଥିଲା
BARC କହିଛି ଯେ ସମଗ୍ର ଟିଆରପି ସ୍କାମ ପାଇଁ ଏହାର ପୂର୍ବତନ ସିଇଓ ପାର୍ଥୋ ଦାସଗୁପ୍ତା ଦାୟୀ । ସେ ଏକ ନ୍ୟୁଜ୍ ଚ୍ୟାନେଲକୁ ଆଗକୁ ବଢ଼ାଇବା ପାଇଁ CNN-News18 ଚ୍ୟାନେଲ୍ ସହ ବି ଷଡ଼ଯନ୍ତ୍ର କରିଥିଲେ ।

BARCର ପୂର୍ବ CEO ପାର୍ଥୋ ଦାସଗୁପ୍ତା (ଫାଇଲ୍ ଫଟୋ)
- News18 Odia
- Last Updated: December 25, 2020, 11:53 PM IST
ମୁମ୍ବାଇ: ଟେଲିଭିଜନ ରେଟିଂ ପଏଣ୍ଟ (TRP) ସ୍କାମ୍ ମାମଲାରେ ମୁମ୍ବାଇର ଏକ ମାଜିଷ୍ଟ୍ରେଟ କୋର୍ଟ ଶୁକ୍ରବାର ଦିନ ରେଟିଂ ଏଜେନ୍ସି 'ବ୍ରୋଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ'ର (BARC) ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ପାର୍ଥୋ ଦାସଗୁପ୍ତାଙ୍କୁ (Partho Dasgupta) ୨୮ ଡିସେମ୍ବର ପର୍ଯ୍ୟନ୍ତ ପୋଲିସ ହେଫାଜତକୁ ପଠାଇଛନ୍ତି । ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଗୁରୁବାର ଦିନ ଦାସଗୁପ୍ତଙ୍କୁ ପୁଣେ ଜିଲ୍ଲାରୁ ଗିରଫ କରି ଶୁକ୍ରବାର ଦିନ କୋର୍ଟରେ ହାଜର କରିଥିଲା ।
ସୂଚନାଯୋଗ୍ୟ ଯେ ବ୍ରଡକାଷ୍ଟ ଦର୍ଶକ ଗବେଷଣା ପରିଷଦ (BARC) ଏକ ପ୍ରେସ ବିବୃତ୍ତି ଦେଇ କହିଛି ଯେ ସମଗ୍ର ଟିଆରପି ସ୍କାମ ପାଇଁ ଏହାର ପୂର୍ବତନ ସିଇଓ ପାର୍ଥୋ ଦାସଗୁପ୍ତ ଦାୟୀ । ସେ ଏକ ନ୍ୟୁଜ୍ ଚ୍ୟାନେଲକୁ ଆଗକୁ ବଢ଼ାଇବା ପାଇଁ CNN-News18 ଚ୍ୟାନେଲ୍ ସହ ବି ଷଡ଼ଯନ୍ତ୍ର କରିଥିଲେ । ଜନସାଧାରଣଙ୍କ ନିକଟରେ ସେହି ନିର୍ଦ୍ଦିଷ୍ଟ ଚ୍ୟାନେଲର ପହଞ୍ଚ ବଢ଼ାଇବା ପାଇଁ CNN-News18 ସହ ପ୍ରତାରଣା କରାଯାଇଥିଲା । ବାର୍କ ନିଜେ ମଧ୍ୟ ଏହି ଅନୁସନ୍ଧାନର ଏକ ଅଂଶ ।
ଏହା ବି ପଢ଼ନ୍ତୁ | ସୁରେଶ ମହାପାତ୍ର ହେଲେ ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ; ୨୫ ବର୍ଷ ବୟସରେ IAS ପାଇଥିଲେ
ଦାସଗୁପ୍ତାଙ୍କ ଓକିଲ କମଳେଶ ଗୁମ୍ରେ ଯୁକ୍ତି ଦର୍ଶାଇଥିଲେ ଯେ ତାଙ୍କ ବିରୋଧରେ ଠକେଇ ଓ ଆପରାଧିକ ବିଶ୍ୱାସଘାତକତା ମାମଲା ରୁଜୁ ହୋଇଛି, ଯାହା ତାଙ୍କ ବିରୋଧରେ ଠିକ୍ ହେଉନାହିଁ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଅଭିଯୁକ୍ତ ଦାସଗୁପ୍ତାଙ୍କୁ ୨୮ ଡିସେମ୍ବର ପର୍ଯ୍ୟନ୍ତ କ୍ରାଇମ ବ୍ରାଞ୍ଚର ହେଫାଜତକୁ ପଠାଇ ଦେଇଛନ୍ତି । ଦାସଗୁପ୍ତ ହେଉଛନ୍ତି କିଛି ଟିଭି ଚ୍ୟାନେଲ ଦ୍ୱାରା ଟିଆରପି ଟାମ୍ପରିଂ ମାମଲାରେ ଗିରଫ ହୋଇଥିବା ୧୫ତମ ଅଭିଯୁକ୍ତ ।
ଏହା ବି ପଢ଼ନ୍ତୁ | ନିଆରା ବିବାହର ଚର୍ଚ୍ଚା: ଅନୁଗୁଳରେ ୫ ବର୍ଷର ପ୍ରେମ ପରେ କିନ୍ନରଙ୍କ ହାତ ଧରିଲେ ସାଧାରଣ ଯୁବକ
ଗୁରୁବାର ଦିନ କୋର୍ଟ ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ବାର୍କର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ରାମିଲ ରାମଗଢ଼ିଆଙ୍କୁ ଜାମିନ ପ୍ରଦାନ କରିଥିଲେ । କେତେକ ପରିବାରରେ ଟେଲିଭିଜନର ଦର୍ଶକମାନଙ୍କୁ ଚିହ୍ନଟ କରି ଟିଆରପି (TRP) ମପାଯାଏ, ଆଉ ଏଥିରୁ ମିଳୁଥିବା ଦର୍ଶକଙ୍କ ସଂଖ୍ୟା ଦର୍ଶାଇ ଚ୍ୟାନେଲଗୁଡ଼ିକ ବିଜ୍ଞାପନଦାତାଙ୍କୁ ଆକର୍ଷିତ କରନ୍ତି ।
ଅଭିଯୋଗ ହୋଇଥିଲା ଯେ ଏହି ଟିଆରପି ବୃଦ୍ଧି ପାଇଁ କେତେକ ଘରକୁ (ପରିବାରକୁ) ଲାଞ୍ଚ ଦିଆଯାଇଥିଲା ଯାହା ଫଳରେ କେତେକ ନିର୍ଦ୍ଦିଷ୍ଟ ଚ୍ୟାନେଲର ଟିଆରପି ବୃଦ୍ଧି ହେଉଥିଲା ।