News18 Odia Digital
ଚୀନ: ଚୀନରେ ବର୍ତ୍ତମାନର ସରକାର ବିରୋଧରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ଦିନ ହଠାତ୍ ବେଜିଂର ଦୋକାନ ବାହାରେ ଅନେକ ବ୍ୟାନର ଦେଖିବାକୁ ମିଳିଥିଲା। ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ହଟାଇବା ଓ କରୋନା ପ୍ରତିବନ୍ଧକ ସମାପ୍ତ କରିବା ଭଳି ଅନେକ ସ୍ଲୋଗାନ ସେଥିରେ ଲେଖାଯାଇଥିଲା। ଜିନପିଙ୍ଗଙ୍କ ବିରୋଧରେ ଏଭଳି ବ୍ୟାନର ପ୍ରଥମ ଥର ଦେଶରେ ଦେଖିବାକୁ ମିଳିଛି।
ଗତକାଲି ଚୀନର ରାଜଧାନୀ ବେଜିଂ ରାସ୍ତାରେ ଏହି ବ୍ୟାନରଗୁଡିକର ଅନେକ ଫଟୋ ଓ ଭିଡିଓ ଟ୍ୱିଟରରେ ଭାଇରାଲ ହେବାରେ ଲାଗିଥିଲା। ଚୀନରେ ଟ୍ୱିଟର ଅବରୋଧ କରାଯାଇଛି। ସୋସିଆଲ ମିଡ଼ିଆରେ ଏମିତି ସମୟରେ ଜିନପିଙ୍ଗଙ୍କ ଉପରେ ଅସନ୍ତୋଷ ସାମ୍ନାକୁ ଆସିଛି ଯେତେବେଳେ ଚୀନର ଶାସକ କମ୍ୟୁନିଷ୍ଟ ପାର୍ଟି ୧୦ ବର୍ଷ ମଧ୍ୟରେ ଦୁଇଥର ଏକ ସମ୍ମିଳନୀ ଆରମ୍ଭ କରିବାକୁ ଯାଉଛି।
ବ୍ୟାନରରେ ଅନେକ ସ୍ଲୋଗାନ ଲେଖାଯାଇଥିଲାଏହି ବ୍ୟାନରରେ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ହଟାଇବା ଓ କଠୋର କରୋନା ପ୍ରତିବନ୍ଧକକୁ ସମାପ୍ତ କରିବାକୁ ଦାବି କରାଯାଇଥିଲା। ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଏହି ବ୍ୟାନରଗୁଡିକ ବେଜିଂର ଉତ୍ତର-ପଶ୍ଚିମ ହାଡିଆନ୍ ଜିଲ୍ଲାରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଏଗୁଡ଼ିକକୁ ସ୍ଥାନୀୟ ପ୍ରଶାସନ ହଟାଇ ନଥିଲା, କିନ୍ତୁ ସେତେବେଳକୁ ଏହି ବ୍ୟାନର ଗୁଡ଼ିକ ସୋସିଆଲ ମିଡିଆ ମାଧ୍ୟମରେ ସାରା ବିଶ୍ୱରେ ବ୍ୟାପି ଯାଇଥିଲା।
ଜିନପିଙ୍ଗଙ୍କ ତୃତୀୟ କାର୍ଯ୍ୟକାଳ ପାଇଁ ପ୍ରସ୍ତୁତିଆଗାମୀ ୨୦ତମ ସମ୍ମିଳନୀରେ ଶାସକ କମ୍ୟୁନିଷ୍ଟ ପାର୍ଟି ରାଷ୍ଟ୍ରପତି ଭାବେ ତାଙ୍କର ତୃତୀୟ କାର୍ଯ୍ୟକାଳକୁ ସିଲ୍ କରିବାକୁ ଯାଉଛନ୍ତି ବୋଲି ଜିନପିଙ୍ଗ ପ୍ରତି କରାଯାଉଥିବା ଏହି ପ୍ରତିବାଦ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ହୋଇଛି। ବେଜିଂରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀକୁ ନେଇ ଚୀନ ସରକାରୀ ଏଜେନ୍ସି ଓ ଅଧିକାରୀମାନେ ସତର୍କ ଅଛନ୍ତି। ତେଣୁ ଏହି ବ୍ୟାନରଗୁଡ଼ିକ ଦେଖାଯିବା ମାତ୍ରେ ସେମାନଙ୍କୁ ତୁରନ୍ତ ହଟାଇ ଦିଆଗଲା।
ଆମକୁ ଖାଦ୍ୟ ଦରକାର, ଲକଡାଉନ ନୁହେଁଏକ ଭାଇରାଲ ଭିଡିଓରେ ଲେଖାଥିଲା, 'ଆମେ କୋଭିଡ ପରୀକ୍ଷା ଚାହୁଁନାହୁଁ, ଆମେ ଖାଦ୍ୟା ଚାହୁଁଛୁ। ଆମେ ଲକଡାଉନ୍ ଚାହୁଁନାହୁଁ, ଆମେ ମୁକ୍ତ ହେବାକୁ ଚାହୁଁଛୁ।’’
ଚୀନରେ ଶୂନ କୋଭିଡ ନୀତିର କାର୍ଯ୍ୟକାରିତା ହେତୁ ବି ଭିନ୍ନ କ୍ଷେତ୍ରରେ ବାରମ୍ବାର ଲକଡାଉନ ଲଗାଯାଉଛି। ଏହି କାରଣରୁ ବ୍ୟବସାୟୀ ଓ ସାଧାରଣ ଲୋକ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଚୀନର ଲୋକ ଏହା ଦ୍ୱାରା ନିରାଶ ହୋଇଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।