ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Bank Strike Today: ଆଜି ଓ ଆସନ୍ତାକାଲି ବ୍ୟାଙ୍କ ଧର୍ମଘଟ ଜାରି ରହିବ; ସରକାରୀ ବ୍ୟାଙ୍କଗୁଡିକ ଉପରେ ପଡିବ ପ୍ରଭାବ

Bank Strike Today: ଆଜି ଓ ଆସନ୍ତାକାଲି ବ୍ୟାଙ୍କ ଧର୍ମଘଟ ଜାରି ରହିବ; ସରକାରୀ ବ୍ୟାଙ୍କଗୁଡିକ ଉପରେ ପଡିବ ପ୍ରଭାବ

ପବ୍ଲିକ ସେକ୍ଟର ବ୍ୟାଙ୍କ (PSBs) ସମେତ ଗ୍ରାମିଣ ବ୍ୟାଙ୍କଗୁଡିକରେ (Gramin Banks) ଲଗାତାର ଦୁଇ ଦିନ କାମ କାର୍ଯ୍ୟ ବନ୍ଦ ରହିବ। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (UFBU) ଅଧୀନରେ ୯ ଟି ୟୁନିଅନ୍ ମାର୍ଚ୍ଚ ୧୫ ଓ ୧୬ ରେ ସରକାରୀ ବ୍ୟାଙ୍କର ଘରୋଇକରଣ ବିରୋଧରେ ଧର୍ମଘଟ ଘୋଷଣା କରିଛନ୍ତି ।

Bank Strike Today: ଆଜି ଓ ଆସନ୍ତାକାଲି ବ୍ୟାଙ୍କ ଧର୍ମଘଟ ଜାରି ରହିବ; ସରକାରୀ ବ୍ୟାଙ୍କଗୁଡିକ ଉପରେ ପଡିବ ପ୍ରଭାବ
ଆଜି ଓ ଆସନ୍ତାକାଲି ବ୍ୟାଙ୍କ ଧର୍ମଘଟ ଜାରି ରହିବ
  • News18 Odia
  • Last Updated: March 15, 2021, 9:24 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
Bank Strike Today: ଦେଶର ଦୁଇଟି ବ୍ୟାଙ୍କର ଘରୋଇକରଣ (Privatisation) ପ୍ରସ୍ତାବ ବିରୋଧରେ ୯ ଟି ୟୁନିଅନ୍ ଆଜି (ମାର୍ଚ୍ଚ ୧୫) ଓ ଆସନ୍ତାକାଲି (ମାର୍ଚ୍ଚ ୧୬, ୨୦୧୧) ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (UFBU) ଅଧୀନରେ ଧର୍ମଘଟ ଘୋଷଣା କରିଛନ୍ତି । ଅଲ ଇଣ୍ଡିଆ ବ୍ୟାଙ୍କ କର୍ମଚାରୀ ସଂଘ (AIBEA) ସାଧାରଣ ସମ୍ପାଦକ ସିଏଚ ଭେଙ୍କଟାଚାଲମ୍ (CH Venkatachalam) ଦାବି କରିଛନ୍ତି ଯେ ପ୍ରାୟ ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ଏହି ଧର୍ମଘଟରେ ଯୋଗଦେବେ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), କାନାରା ବ୍ୟାଙ୍କ ସମେତ ଅନେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏହି ଧର୍ମଘଟ ଯୋଗୁଁ କାର୍ଯ୍ୟକାରିତା ଉପରେ ଏହାର ପ୍ରଭାବ ବିଷୟରେ ଗ୍ରାହକଙ୍କୁ ଅବଗତ କରାଇଥିଲେ ।

୪ ବର୍ଷରେ ୧୪ ଟି ବ୍ୟାଙ୍କ ମିଶ୍ରିତ ହୋଇଛି
ତେବେ ବ୍ୟାଙ୍କଗୁଡିକ ଗ୍ରାହକଙ୍କୁ ମଧ୍ୟ କହିଛନ୍ତି ଯେ ପ୍ରସ୍ତାବିତ ଧର୍ମଘଟ ଦିନ ବ୍ୟାଙ୍କ ଓ ଶାଖାଗୁଡ଼ିକରେ ଉନ୍ନତ କାର୍ଯ୍ୟ ପାଇଁ ସେମାନେ ଆବଶ୍ୟକ ପଦକ୍ଷେପ ନେଉଛନ୍ତି । ବଜେଟ୍ ୨୦୧୧ ଭାଷଣ ସମୟରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ଚଳିତ ବର୍ଷ କେନ୍ଦ୍ର ସରକାର ୨ ଟି ବ୍ୟାଙ୍କ ଓ ଗୋଟିଏ ବୀମା କମ୍ପାନୀକୁ ଘରୋଇକରଣ କରିବେ । ୨୦୧୯ ରେ ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆରେ (LIC) ସରକାର ଆଇଡିବିଆଇର ବ୍ୟାଙ୍କ (IDBI Bank) ଅଧିକାଂଶ ଅଂଶଧନ ବିକ୍ରି କରିଥିଲେ । ଗତ ୪ ବର୍ଷ ମଧ୍ୟରେ ୧୪ ଟି ସରକାରୀ ବ୍ୟାଙ୍କ ମଧ୍ୟ ମିଶ୍ରିତ ହୋଇଛି । ଏହା ପରେ ଦେଶରେ ବର୍ତ୍ତମାନ ୧୨ ଟି ସରକାରୀ ବ୍ୟାଙ୍କ ଅଛି । ଏଥି ସହିତ ୨୦୨୧-୨୨ ଆର୍ଥିକ ବର୍ଷରେ ଦୁଇଟି ବ୍ୟାଙ୍କର ଘରୋଇକରଣ ପରେ ସରକାରୀ ବ୍ୟାଙ୍କ ସଂଖ୍ୟା ୧୦ ହେବ ।

UFBU ର ସଦସ୍ୟମାନେ ଅଲ ଇଣ୍ଡିଆ ବ୍ୟାଙ୍କ କର୍ମଚାରୀ ସଂଘ (AIBEA), ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ୍ ((All India Bank Officers Confederation -AIBOC), ନ୍ୟାସନାଲ କନଫେଡେରେସନ୍ ଅଫ୍ ବ୍ୟାଙ୍କ କର୍ମଚାରୀ -National Confederation of Bank Employees - (NCBE), ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏସନ୍-(All India Bank Officers Association -AIBOA) ଓ ବ୍ୟାଙ୍କ କର୍ମଚାରୀ କନଫେଡେରେସନ୍ (Bank Employees Confederation of India -BEFI) ସାମିଲ ଅଛନ୍ତି ।
Published by: Jagdish Barik
First published: March 15, 2021, 9:24 AM IST